ବାଲେଶ୍ୱର ଲୋକସଭା ଆସନରୁ ସ୍ୱାଧୀନ ଭାବେ ନିର୍ବାଚନ ଲଢିବା ନେଇ ଘୋଷଣା କରିଛନ୍ତି ଖାରବେଳ ।
ସେ ବାଲେଶ୍ୱର ଲୋକସଭା ଆସନରୁ ବିଜେପି ଟିକେଟ ଆଶାୟୀ ଥିଲେ । କିନ୍ତୁ ଦଳ ପୁଣି ଥରେ ପ୍ରତାପ ଷଡଙ୍ଗୀଙ୍କୁ ବାଲେଶ୍ୱରରୁ ପ୍ରାର୍ଥୀ କରିଥିଲା । ଏହା ପରେ ଅସନ୍ତୋଷ ପ୍ରକାଶ କରିଥିଲେ ଖାରବେଳ ସାଇଁ ।
ବାଲେଶ୍ୱର ଲୋକସଭା ଆସନର ଟିକେଟ ପରିବର୍ତନ କରି ତାଙ୍କୁ ପ୍ରାର୍ଥୀ କରିବାକୁ କହିଥିଲେ ଖାରବେଳ । କିନ୍ତୁ ବିଜେପି ପ୍ରାର୍ଥୀ ପରିବର୍ତନ ନକରିବା ପରେ ଶେଷରେ ସ୍ୱାଧୀନ ଲଢିବାକୁ ନିଷ୍ପତି ନେଇଛନ୍ତି ଖାରବେଳ ସ୍ୱାଇଁ ।


