ଶେଷ ହୋଇଛି ନୀତି ସବ୍ କମିଟି ଓ ଛତିଶା ନିଯୋଗର ଯୁଗ୍ମ ଗୁରୁତ୍ୱପୂର୍ଣ୍ଣ ବୈଠକ। ବୈଠକରେ ରଥଯାତ୍ରାରୁ ନୀଳାଦ୍ରିବିଜେ ପର୍ଯ୍ୟନ୍ତ ନୀତିନିର୍ଘଣ୍ଟ ଚୂଡାନ୍ତ ହୋଇଛି। ଜୁଲାଇ ୭ ତାରିଖରେ ଅନୁଷ୍ଠିତ ରଥଯାତ୍ରାରେ ଅପରାହ୍ନ ୫ଟାରେ ରଥଟଣା ହେବ ବୋଲି ନୀତିନିର୍ଘଣ୍ଟ କରାଯାଇଛି। ଯାହା ଆସନ୍ତାକାଲି ପରିଚାଳନା କମିଟି ବୈଠକରେ ଚୂଡାନ୍ତ ନୀତି ନିର୍ଘଣ୍ଟକୁ ମୋହର ମରାଯିବ।ସେପଟେ ୫୩ ବର୍ଷ ପରେ ଅର୍ଥାତ ୧୯୭୧ ମସିହା ଅନୁଯାୟୀ ଚଳିତବର୍ଷ ରଥଯାତ୍ରା ଅନୁଷ୍ଠିତ ହେବାକୁ ଥିବାବେଳେ ଆଜ୍ଞାମାଳ ବିଜେ ଉପରେ ପୂର୍ଣ୍ଣଚ୍ଛେଦ ପଡିଛି। ଛତିଶାନିଯୋଗ ବୈଠକର ନିଷ୍ପତ୍ତି ଅନୁଯାୟୀ ପଟିଦିଁଅଙ୍କ ନିକଟରୁ ଆଜ୍ଞାମାଳ ଯିବା ପରେ ରଥଖଳାରୁ ସିଂହଦ୍ଵାର ନିକଟକୁ ରଥଟଣା ହେବ। ତେବେ ଚଳିତବର୍ଷ କ୍ଷୟ ଯୋଗୁଁ ଗୋଟିଏ ଦିନରେ ରଥଯାତ୍ରା, ନବଯୌବନ ଦର୍ଶନ ଓ ନେତ୍ରୋତ୍ସବ ପଡୁଥିବାରୁ ସମସ୍ତ ନୀତିକାନ୍ତି କରାଯାଇ ଅପରାହ୍ନ 5ଟାରେ ଅର୍ଥାତ ବିଳମ୍ବରେ ରଥଟଣା ହେବ।
ତେବେ ଛତିଶାନିଯୋଗ ବୈଠକରେ ନୀତିନିର୍ଘଣ୍ଟ ଅନୁଯାୟୀ ରାତ୍ର ୨ଟାରେ ମଙ୍ଗଳ ଆଳତୀଦଶବତାର ଠାକୁର ବାହୁଡା ବିଜେ ୨.୪୦, ୩ଟାରେ ଅଣସର ତାଟି ଫିଟିବ୪ଟାରେ ନେତ୍ରୋତ୍ସବ ବନ୍ଦାପନା୩.୪୫ରେ ଦଇତାପତି ସର୍ବାଙ୍ଗ୫.୨୫ରେ ଦ୍ୱାରପାଳ ପୂଜାସକାଳ ୬ରୁ ୭ଟା ମଧ୍ୟରେ ଗୋପାଳବଲ୍ଲଭ ଓ ସକାଳଧୂପ ୭.୩୦ରୁ ୧୨ଟା ମଧ୍ୟରେ ସେନାପଟା ଲାଗିଦିନ ୧୧ଟାରେ ରଥ ପ୍ରତିଷ୍ଠା୧ଟାରେ ମଙ୍ଗଳାର୍ପଣ୧.୧୦ରେ ଧାଡି ପହଣ୍ଡି ଆରମ୍ଭ ୨.୩୦ରେ ପହଣ୍ଡି ଶେଷଅପରାହ୍ନ ୪ଟାରେ ଛେରାପହଁରା, ଅପରାହ୍ନ ୪.୩୦ରେ ଚାରଫିଟାଘୋଡ଼ା ସାରଥୀ ଲାଗିବା ଓ ଅପରାହ୍ନ ୫ଟାରେ ରଥଟଣା ଆରମ୍ଭ ହେବ ବୋଲି ନିଷ୍ପତ୍ତି ହୋଇଛି।
ତେବେ ଚଳିତବର୍ଷ ୧୫ ତାରିଖ ଦିନ ବାହୁଡ଼ା ଯାତ୍ରା ହୋଇଥିବା ବେଳେ ୧୭ ତାରିଖ ଦିନ ସୁନାବେଶ ଅନୁଷ୍ଠିତ ହେବ।


