ପୂର୍ବରୁ ଆଦାନୀ ଗ୍ରୁପକୁ ଟାର୍ଗେଟ କରିଥିବା ହିଣ୍ଡେନବର୍ଗ ଏଥର ବଜାର ନିୟନ୍ତ୍ରକ ସେବିକୁ ଟାର୍ଗେଟ୍ କରିଛି। ହିଣ୍ଡେନବର୍ଗ ରିପୋର୍ଟରେ ଦର୍ଶାଯାଇଛି ଯେ, ସେବି ଅଧ୍ୟକ୍ଷ ମାଧବୀ ପୁରୀ ବୁଚ ମଧ୍ୟ ଆଦାନୀ ଗ୍ରୁପ୍ ସହିତ ଜଡିତ। ୧୮ ମାସ ବିତିଯାଇଥିଲେ ମଧ୍ୟ ସେମାନେ ଆଦାନୀ ଗ୍ରୁପ୍ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହାଁନ୍ତି। ହିଣ୍ଡେନବର୍ଗ ରିସର୍ଚ୍ଚ ସୋସିଆଲ ମିଡିଆରେ ଏହି ଖୁଲାସା କରିବାକୁ ଘୋଷଣା କରିଥିଲା। ହିଣ୍ଡେନବର୍ଗ ରିସର୍ଚ୍ଚ କହିଛି ଯେ, ଆଦାନୀ ସ୍କାମରେ ବ୍ୟବହୃତ ସଂସ୍ଥାରେ ସେବି ଅଧ୍ୟକ୍ଷଙ୍କ ସେୟାର ରହିଛି।ମାଧବୀ ପୁରୀ ବୁଚ ନିଜ ଅଂଶଧନକୁ ତାଙ୍କ ସ୍ୱାମୀଙ୍କୁ ହସ୍ତାନ୍ତର କରିଛନ୍ତି। ହିଣ୍ଡେନବର୍ଗ ରିସର୍ଚ୍ଚ ଅଭିଯୋଗରେ କହିଛି ଯେ, ଏପ୍ରିଲ୍ ୨୦୧୭ରୁ ମାର୍ଚ୍ଚ ୨୦୨୨ ପର୍ଯ୍ୟନ୍ତ ମାଧବୀ ପୁରୀ ବୁଚ ସେବିର ଜଣେ ପୂର୍ଣ୍ଣକାଳୀନ ସଦସ୍ୟ ତଥା ଚେୟାରମ୍ୟାନ୍ ଥିଲେ। ସିଙ୍ଗାପୁରର ଆଗୋରା ପାର୍ଟନର୍ସ ନାମକ ଏକ କଂସଲେଟିଙ୍ଗ ସଂସ୍ଥାରେ ତାଙ୍କର ୧୦୦ ପ୍ରତିଶତ ଅଂଶଧନ ଥିଲା। ୧୬ ମାର୍ଚ୍ଚ ୨୦୨୨ରେ ସେବି ଚେୟାରମ୍ୟାନ୍ ଭାବରେ ନିଯୁକ୍ତ ହେବାର ଦୁଇ ସପ୍ତାହ ପୂର୍ବରୁ ସେ କମ୍ପାନୀରେ ଥିବା ଅଂଶଧନକୁ ତାଙ୍କ ସ୍ୱାମୀଙ୍କ ନାମରେ ସ୍ଥାନାନ୍ତର କରିଥିଲେ।


