Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ବିଜୁ ମହିଳା ଜନତା ଦଳର କର୍ମକର୍ତ୍ତା ସମାବେଶ; ବିଜେପିର ମିଛକୁ ପର୍ଦ୍ଦାଫାସ କରିବାକୁ ଆହ୍ବାନ

ଶଙ୍ଖ ଭବନରେ ବିଜୁ ମହିଳା ଜନତା ଦଳର କର୍ମକର୍ତ୍ତା ସମାବେଶ ଅନୁଷ୍ଠିତ ହୋଇଛି। ଜିଲ୍ଲାସ୍ତରୀୟ କର୍ମକର୍ତ୍ତା ଓ ରାଜ୍ୟ ନେତୃବୃନ୍ଦକୁ ସମ୍ବୋଧିତ କରିବା ଅବସରରେ ବିଜେପିର ମିଛକୁ ପର୍ଦ୍ଦାଫାସ କରିବାକୁ ବିରୋଧୀ ଦଳ ନେତା ଶ୍ରୀ ନବୀନ ପଟ୍ଟନାୟକ ଆହ୍ବାନ ଦେଇଛନ୍ତି। ମିଛ ବିଜେପିର ସବୁଠାରୁ ବଡ଼ ପରିଚୟ ବୋଲି କହିଥିଲେ। ବିଜେପି ମିଛ ପ୍ରତିଶ୍ରୁତି ଦେଇ କ୍ଷମତାକୁ ଆସିଛି।ଶ୍ରୀ ପଟ୍ଟନାୟକ କହିଲେ ଯେ, ନିର୍ବାଚନ ବେଳେ ସାରା ଦେଶରୁ ବିଜେପିର ବଡ଼ ବଡ଼ ନେତା ଓଡିଶା ଆସିଲେ, ହାତୀ ଦେବୁ ଘୋଡା ଦେବୁ କହିଲେ। କିନ୍ତୁ କାମରେ ଜିରୋ। ଏ ସମ୍ପର୍କରେ ସୂଚନା ଦେଇ ସେ କହିଲେ ଯେ, ବିଜେପି ସୁଭଦ୍ରା ଯୋଜନାରେ ଦୁଇ ବର୍ଷରେ ସବୁ ମା’ଙ୍କୁ ୫୦ ହଜାର ଟଙ୍କା ଦେବ ବୋଲି କହିଥିଲେ। କିନ୍ତୁ ଏବେ ଅଳ୍ପ କିଛି ମା’ମାନଙ୍କୁ ସୁଭଦ୍ରା ଯୋଜନାରେ ୬ ମାସରେ ଦେବେ ମାତ୍ର ପାଞ୍ଚ ହଜାର ଟଙ୍କା। ସେହିପରି ୩୦୦ ୟୁନିଟ ମାଗଣା ବିଜୁଳି ମଧ୍ୟ ମିଛ।

ମା’ ଓ ସାଧାରଣ ଲୋକଙ୍କ ବିଶ୍ୱାସ ସହ ବିଜେପି ଖେଳିବା ଉଚିତ ନୁହେଁ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ। ରାଜ୍ୟର ପ୍ରତି ଘରେ ବିଜେପିର ମିଛ ଆସିବା ଦରକାର।ସାରା ଦେଶରେ ମହିଳାମାନଙ୍କ ବିରୋଧରେ ହେଉଥିବା ଅତ୍ୟାଚାର ଘଟଣାରେ ଚିନ୍ତା ପ୍ରକଟ କରି ଶ୍ରୀ ପଟ୍ଟନାୟକ କହିଥିଲେ ଯେ ଆମ ସଂସ୍କୃତିରେ ମା’ମାନଙ୍କୁ ଆମେ ଦେବୀ ଭାବରେ ପୂଜା କରୁ। ତେଣୁ ମା’ମାନଙ୍କ ଉପରେ ଅତ୍ୟାଚାର ଇଶ୍ୱରଙ୍କ ସହ ଦ୍ରୋହ, ମାନବିକତା ବିରୁଦ୍ଧରେ ଦ୍ରୋହ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ। ଏଭଳି ଅପରାଧୀଙ୍କୁ କଠୋର ରୁ କଠୋରତମ ଦଣ୍ଡ ଦେବା ଉପରେ ସେ ଗୁରୁତ୍ୱଆରୋପ କରିଥିଲେ। ଅତ୍ୟାଚାରର ଶିକାର ହେଉଥିବା ମହିଳାମାନଙ୍କୁ ସାହାଯ୍ୟ ସହଯୋଗ କରିବା ପାଇଁ ଶ୍ରୀ ପଟ୍ଟନାୟକ ଦଳର ସଦସ୍ୟଙ୍କୁ ପରାମର୍ଶ ଦେଇଥିଲେ। ଆମ ସମସ୍ତଙ୍କ ସାମୁହିକ ଉଦ୍ୟମ ହିଁ ମା’ମାନଙ୍କ ପାଇଁ ଏକ ନିରାପଦ ଦୁନିଆ ସ୍ଥାପନ କରିବାରେ ସହାୟକ ହେବ ବୋଲି ଆଶା କରିଥିଲେ।ସାରା ଦେଶରେ ମହିଳା ସଶକ୍ତିକରଣର ମୂଳଦୁଆ ବିଜୁ ବାବୁ ହିଁ ପକାଇଥିଲେ ବୋଲି ଶ୍ରୀ ପଟ୍ଟନାୟକ ସ୍ମରଣ କରାଇଦେବା ସହ ବିଜୁ ଜନତା ଦଳ ସବୁବେଳେ ମା’ମାନଙ୍କ ସ୍ୱର ହୋଇ ରହିଛି ଓ ରହିବ ବୋଲି କହିଥିଲେ।

ଲୋକସଭା ଓ ବିଧାନସଭାମାନଙ୍କରେ ମହିଳାମାନଙ୍କ ସ୍ଥାନ ସଂରକ୍ଷଣ ବିଷୟରେ ବିରୋଧୀ ଦଳ ନେତା କାହିଥିଲେ ଯେ ଶେଷରେ ଲୋକସଭା ଓ ବିଧାନସଭାରେ ମହିଳାଙ୍କ ପାଇଁ ସଂରକ୍ଷଣ ଆସିପାରେ ବୋଲି ଆଶା କରାଯାଉଛି। ତେଣୁ ଆମେ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିବା ଉଚିତ ଏବଂ ଆମର ସଦସ୍ୟତା ଅଭିଯାନ ଅଧିକରୁ ଅଧିକ ମହିଳାଙ୍କୁ ପଞ୍ଜୀକୃତ କରିବା ଉପରେ ଧ୍ୟାନ ଦେବା ଉଚିତ। ଦଳୀୟ ସଂଗଠନରେ ମହିଳାମାନଙ୍କୁ ଅଧିକ ଦାୟିତ୍ୱ ଦେବି।କାର୍ଯ୍ୟକ୍ରମରେ ବିଧାୟିକା ପ୍ରମିଳା ମଲ୍ଲିକ, ଦେବୀପ୍ରସାଦ ମିଶ୍ର ପ୍ରମୁଖ ଉଦବୋଧନ ଦେଇଥିଲେ। ପୂର୍ବତନ ବିଧାୟିକା ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ ସ୍ୱାଗତ ଭାଷଣ ଦେଇଥିଲେ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top