Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ସରକାରୀ କର୍ମଚାରୀଙ୍କ ୩ ପ୍ରତିଶତ ବଢିଲା ମହଙ୍ଗା ଭତ୍ତା ବଢ଼େଇଲା କେନ୍ଦ୍ର

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ କେନ୍ଦ୍ର ସରକାରୀ କର୍ମଚାରୀଙ୍କୁ ମହଙ୍ଗା ଭତ୍ତା (ଡିଏ) ଏବଂ ପେନସନଭୋଗୀମାନଙ୍କୁ ମହଙ୍ଗା ସହାୟତା (ଡିଆର)ରେ ଅତିରିକ୍ତ କିସ୍ତି ବୃଦ୍ଧିକୁ ଅନୁମୋଦନ କରାଯାଇଛି। କେନ୍ଦ୍ର ସରକାରୀ କର୍ମଚାରୀଙ୍କ ଡିଏ ୫୩ ପ୍ରତିଶତକୁ ବୃଦ୍ଧି ହୋଇଛି। ଦରଦାମ୍‌ ବୃଦ୍ଧିର ଭରଣା ପାଇଁ ମୂଳ ବେତନ/ପେନସନର ବର୍ତ୍ତମାନର ୫୦ ପ୍ରତିଶତ ଉପରେ ଅତିରିକ୍ତ ତିନି ପ୍ରତିଶତ (୩ ପ୍ରତିଶତ) ଡିଏ/ଡିଆର ବୃଦ୍ଧିକୁ କ୍ୟାବିନେଟ୍‌ ମଞ୍ଜୁର କରିଛି।ଏହା ଅକ୍ଟୋବର ମାସର ଦରମା ଡିଏ ସହ ମିଳିବ। ଏହା ସହ ତିନି ମାସର ବକେୟା ଭତ୍ତା ମଧ୍ୟ ମିଳିବ।

ଏହି ଘୋଷଣା ପରେ ପେନସନ ପାଉଥିବା ଅବସରପ୍ରାପ୍ତ କର୍ମଚାରୀ ମଧ୍ୟ ଉପକୃତ ହେବେ। ସେମାନଙ୍କର ମଧ୍ୟ ଡିଏ ବୃଦ୍ଧି କରାଯାଇଛି।ସାଧାରଣ ଭାବେ କେନ୍ଦ୍ର ସରକାର ଜାନୁଆରୀ ଓ ଅକ୍ଟୋବରରେ ବର୍ଷକୁ ଦୁଇଥର ଡିଏ ବୃଦ୍ଧି କରିଥାନ୍ତି । ଏହା ପୂର୍ବରୁ ଗତ ମାର୍ଚ୍ଚରେ କେନ୍ଦ୍ର ସରକାର ୪ ପ୍ରତିଶତ ଡିଏ ବୃଦ୍ଧି କରିଥିବା ବେଳେ ଏହା ୪୬ରୁ ୫୦ ପ୍ରତିଶତକୁ ବୃଦ୍ଧି ପାଇଥାଏ ।

ବର୍ତ୍ତମାନ ୩ ପ୍ରତିଶତ ବଢାଇଥିବା ବେଳେ ଏହା ୫୩କୁ ବୃଦ୍ଧି ପାଇଛି ।ସପ୍ତମ କେନ୍ଦ୍ରୀୟ ବେତନ ଆୟୋଗଙ୍କ ସୁପାରିସ ଆଧାରରେ ସ୍ୱୀକୃତ ଫର୍ମୁଲା ମୁତାବକ ଏହି ବୃଦ୍ଧି କରାଯାଇଛି । ଉଭୟ ଡିଏ ଓ ଡିଆର୍ ବୃଦ୍ଧି କାରଣରୁ ରାଜକୋଷ ଉପରେ ବାର୍ଷିକ ୯,୪୪୮.୩୫ କୋଟି ଟଙ୍କାର ମିଶ୍ରିତ ବୋଝ ପଡ଼ିବ। ଏହାଦ୍ୱାରା ପ୍ରାୟ ୪୯.୧୮ ଲକ୍ଷ କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ୬୪.୮୯ ଲକ୍ଷ ପେନସନଭୋଗୀ ଉପକୃତ ହେବେ

Click to comment

Leave a Reply

Your email address will not be published. Required fields are marked *

Most Popular

To Top