Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
ରାଜ୍ୟ

କେରଳ ପଠାଗଲା ଉଦ୍ଧାରକାରୀ ଦଳ ଓ ଉଦ୍ଧାର ସାମଗ୍ରୀ

ଭୁବନେଶ୍ୱର : କେରଳରେ ଭୟାଭହ ବନ୍ୟା ଯୋଗୁଁ ଜନଜୀବନ ବ୍ୟାପକ ଭାବରେ ପ୍ରଭାବିତ ହୋଇଥିବା ପରିପ୍ରେକ୍ଷୀରେ ଓଡ଼ିଶା ସରକାରଙ୍କ ପକ୍ଷରୁ ସହାୟତା ଓ ଉଦ୍ଧାର କାର୍ଯ୍ୟ ନିମନ୍ତେ ଉଦ୍ଧାରକାରୀ ଦଳ ଓ ଉଦ୍ଧାର ସାମଗ୍ରୀ ପଠାଯାଇଛି ବୋଲି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ମହେଶ୍ୱର ମହାନ୍ତି କହିଛନ୍ତି ।
ଚିଫ୍‌ ଫାୟାର ଅଫିସରଙ୍କ ନେତୃତ୍ୱରେ ୨୭୫ ଜଣିଆ ଅଗ୍ନିଶମ ସେବାଦଳ ଉଦ୍ଧାର କାର୍ଯ୍ୟ ନିମନ୍ତେ କେରଳକୁ ପ୍ରେରଣ କରାଯାଇଛି । ଏଥି ସହିତ ୭୬ଟି ପାୱାର ବୋଟ୍‌, ୪୫ଟି ଟାୱାର ଲାଇଟ୍‌, ୧୪ଟି ଟର୍ଚ୍ଚ ଲାଇଟ୍‌, ୨୩୪ଟି ଲାଇଫ୍‌ ଜ୍ୟାକେଟ୍‌, ୧୩୭ଟି ଲାଇଫ୍‌ ବେ, ୩୧ଟି ଲାଇଫ୍‌ ଲାଇନ୍‌, ୩୦ଟି ସ୍ଲିପିଙ୍ଗ୍‌ ମ୍ୟାଟ୍‌, ୨ଟି ଏଗ୍ରିନେଟ୍‌, ୬ଟି ଟେଣ୍ଟ କଭର ଏବଂ ୨ଟି କମ୍ପ୍ରେସର ଆଦି ଓଡ଼ିଶା ସରକାରଙ୍କ ପକ୍ଷରୁ ପ୍ରେରଣ କରାଯାଇଛି ବୋଲି ମନ୍ତ୍ରୀ ଶ୍ରୀ ମହାନ୍ତି କହିଛନ୍ତି । ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କେରଳର ବନ୍ୟାପୀଡ଼ିତଙ୍କ ନିମନ୍ତେ ୫ କୋଟି ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି । କେରଳରେ ବସବାସ କରୁଥିବା ବନ୍ୟା ପ୍ରଭାବିତ ଓଡ଼ିଆ ଲୋକଙ୍କୁ ସମସ୍ତ ପ୍ରକାର ସହାୟତା ପ୍ରଦାନ ସହ ଉଦ୍ଧାର କାର୍ଯ୍ୟ ନିମନ୍ତେ କେରଳ ସରକାରଙ୍କୁ ଅନୁରୋଧ କରାଯାଇଛି । କେରଳ ବନ୍ୟା ଯୋଗୁଁ ଅଟକି ରହିଥିବା ଓଡ଼ିଆ ଲୋକମାନଙ୍କୁ ସହାୟତା ଦେବା ପାଇଁ ସ୍ୱତନ୍ତ୍ର ରିଲିଫ୍‌ କମିଶନ କାର୍ଯ୍ୟାଳୟ ପକ୍ଷରୁ ହେଲ¬ଲାଇନ୍‌ ନଂ-୧୦୭୦ ଏବଂ ୦୬୭୪-୨୫୩୪୧୭୭ ଜାରି କରାଯାଇଛି । କେରଳର ବନ୍ୟା ପରିସ୍ଥିତି ଉପରେ ନଜର ରଖାଯାଇଛି ଏବଂ ସେଠାରେ ଥିବା ବନ୍ୟା ପ୍ରଭାବିତ ଓଡ଼ିଆ ଲୋକଙ୍କୁ ସମସ୍ତ ପ୍ରକାର ସହାଯ୍ୟ-ସହଯୋଗ ଯୋଗାଇ ଦିଆଯିବ ବୋଲି ମନ୍ତ୍ରୀ ଶ୍ରୀ ମହାନ୍ତି କହିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top