Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
ଦେଶ- ବିଦେଶ

କେରଳରେ ଭୟାବହ ବନ୍ୟା : ୩୨୬ ମୃତ, ଅଢ଼େଇ ଲକ୍ଷ ଲୋକ ବାସହରା

ନୂଆଦିଲ୍ଲୀ : ପ୍ରାୟ ୧୦୦ବର୍ଷ ପରେ କେରଳରେ ଭୟାବହ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଏପର୍ଯ୍ୟନ୍ତ ବନ୍ୟାରେ ୩୨୬ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ପ୍ରାୟ ଅଢ଼େଇ ଲକ୍ଷ ଲୋକ ବାସହରା ହୋଇଛନ୍ତି । ସ୍ଥିତିର ଅନୁଧ୍ୟାନ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସନ୍ଧ୍ୟାରେ କେରଳ ଅଭିମୁଖେ ଗସ୍ତ କରିଛନ୍ତି । ଭୟାବହ ବନ୍ୟାର ମୁକାବିଲା ଓ ରିଲିଫ୍ ସାମଗ୍ରୀ ପାଇଁ କେରଳ ସରକାର ସବୁ ବର୍ଗର ସହାୟତା ଲୋଡ଼ିଛନ୍ତି ।

କେରଳ ମୁଖ୍ୟମନ୍ତ୍ରୀ ପିନରାଇ ବିଜୟନ କହିଛନ୍ତି ଯେ ବନ୍ୟାରେ ବାସହରା ହୋଇଥିବା ୨.୨୩ଲକ୍ଷ ଲୋକଙ୍କୁ ପ୍ରାୟ ୧୫୬୮ଟି ଆଶ୍ରୟସ୍ଥଳୀରେ ରଖାଯାଇଛି । ଇତିମଧ୍ୟରେ ଓଡ଼ିଶା ସରକାର ୫କୋଟି ଟଙ୍କା ଓ ପଞ୍ଜାବ ସରକାର କେରଳ ପାଇଁ ୧୦କୋଟି ଟଙ୍କା ସହାୟତା ରାଶି ଘୋଷଣା କରିଛନ୍ତି ।
ପ୍ରଧାନମନ୍ତ୍ରୀଙ୍କ କେରଳ ଗସ୍ତ


ଶୁକ୍ରବାର ରାତି ପ୍ରାୟ ୧୧ଟାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେରଳର ରାଜଧାନୀ ତିରୁଅନନ୍ତପୁରମ୍ ପହଂଚିଛନ୍ତି । ସେ ଆସନ୍ତାକାଲି ଆକାଶମାର୍ଗରୁ ବନ୍ୟାଂଚଳ ବୁଲି ଦେଖିବା ସହ ରାଜ୍ୟ ସରକାରଙ୍କ ସହ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟର ସମୀକ୍ଷା କରିବେ।

ଅପରପକ୍ଷରେ କେରଳ ସରକାରଙ୍କ କହିବା ଅନୁସାରେ କେରଳରେ ପ୍ରାୟ ୮୦ଟି ନଦୀ ବନ୍ଧ ଭାଙ୍ଗିଯାଇଛି । ମେ’ ମାସରୁ ଏପର୍ଯ୍ୟନ୍ତ ୩୨୪ଜଣଙ୍କ ମୃତ୍ୟୁ ହୋଇଛି। ଅଲ୍ଲାପ୍ପୁଝା, ଏର୍ଣ୍ଣାକୁଲମ୍, ପଥନମତିତା ଓ ତ୍ରିଚୁର ଜିଲ୍ଲାରେ ବନ୍ୟା ସ୍ଥିତି ଭୟାବହ ହୋଇଛି । ଏହି ବନ୍ୟାରେ ପ୍ରାୟ ୮ହଜାର କୋଟି ଟଙ୍କାର ସମ୍ପତି ନଷ୍ଟ ହୋଇଛି।

Click to comment

Leave a Reply

Your email address will not be published. Required fields are marked *

Most Popular

To Top