ଭୁବନେଶ୍ଵର : ଏଣିକି ରାଜ୍ୟର ସ୍ବଚ୍ଛ ଗାଁ, ପଞ୍ଚାୟତ ଓ ବ୍ଲକକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରସ୍କୃତ କରିବେ। ସ୍ବଚ୍ଛ ଗାଁ ଓ ସୁସ୍ଥ ଗାଁ ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ବ ଦେଇ କହିଛନ୍ତି ଯେ, ଯେଉଁ ଗାଁ ଓ ପଞ୍ଚାୟତଗୁଡିକ ସ୍ଵଚ୍ଛତା ଦିଗରେ ଭଲ କାମ କରିବେ ସେମାନଙ୍କୁ ପୁରସ୍କାର ପ୍ରଦାନ କରାଯିବ। ସମସ୍ତେ ଗାଁ ର ପରିବେଶକୁ ସଫା ରଖିବା ଦିଗରେ ଯତ୍ନବାନ ହେବାକୁ ପରାମର୍ଶ ଦେଇଛନ୍ତି। ସ୍ବଚ୍ଛ ଗାଁ ସୁସ୍ଥ ଗାଁ କୁ ଏକ ଆନ୍ଦୋଳନରେ ପରିଣତ କରିବାକୁ ସାଧାରଣ ଲୋକଙ୍କୁ ମୁଖ୍ୟମନ୍ତ୍ରୀ ଆହ୍ବାନ ଜଣାଇଛନ୍ତି।


