Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
ରାଜ୍ୟ

ବିଧାନ ପରିଷଦ ଗଠନକୁ କ୍ୟାବିନେଟ ମଞ୍ଜୁରୀ

ଭୁବନେଶ୍ୱର:ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ
ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ ବୈଠକରେ ଓଡ଼ିଶାରେ ବିଧାନ ପରିଷଦ ଗଠନକୁ ମଞ୍ଜୁରୀ ମିଳିଛି। ଏହାସହିତ ଅନ୍ୟ ୭ଟି ପ୍ରସ୍ତାବକୁ ମଧ୍ୟ କ୍ୟାବିନେଟ ଅନୁମୋଦନ କରିଛନ୍ତି।
ଏ ସମ୍ପର୍କରେ ସୂଚନା ଦେଇ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ କହିଛନ୍ତି ଯେ,ରାଜ୍ୟରେ ବିଧାନ ପରିଷଦ ଗଠନ ପ୍ରସ୍ତାଵକୁ କ୍ୟାବିନେଟ୍ ମଞ୍ଜୁର କରିଛନ୍ତି। ଆସନ୍ତା ବିଧାନସଭା ମୌସୁମୀ ଅଧିବେଶନରେ ଏନେଇ ସଂକଳ୍ପ ପ୍ରସ୍ତାବ ଆସିବ। ଏଥିରେ ମୋଟ ୪୯ ସଦସ୍ୟ ରହିବେ। ସେମାନଙ୍କୁ ବିଧାୟକଙ୍କ ଭଳି ସୁବିଧା ସୁଯୋଗ ମିଳିବ। ବାର୍ଷିକ ମୋଟ ୩୫ କୋଟି ଟଙ୍କାର ଅତିରିକ୍ତ ବ୍ୟୟ ହେବ। ତେବେ ବିଧାନସଭାରେ ସଂକଳ୍ପ ଗୃହୀତ ପରେ ତାକୁ କେନ୍ଦ୍ର ସରକାରଙ୍କ ନିକଟକୁ ପଠାଯିବ। କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ ପରେ ସଂସଦରେ ଏକ ନେଇ ଆଇନ ଗୃହୀତ ହେବ।

ସେହିପରି ମୁଖ୍ୟ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ କହିଛନ୍ତି ଯେ, ଉଚ୍ଚଶିକ୍ଷା ପାଇଁ ଦିଆଯାଉଥିବା କଳିଙ୍ଗ ସାଥୀ ଋଣକୁ ଅଧିକ ସରଳ କରାଯାଇଛି। ଏଣିକି ସବୁ ପ୍ରଫେସନାଲ କୋର୍ସ ପାଇଁ ସର୍ବାଧିକ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ମିଳିବ। ଋଣ ସୁଝିବା ଅବଧିକୁ ୧୫ଵର୍ଷକୁ ବୃଦ୍ଧି କରାଯାଇଛି।

ସେହିପରି ଡାକ୍ତର ଅଭାବ ଦୂର କରିବା ପାଇଁ ଓଡ଼ିଶା ଡାକ୍ତରୀ ଓ ସ୍ୱାସ୍ଥ୍ୟସେବା ନିଯୁକ୍ତି ରୁଲସ୍ -୨୦୧୮କୁ କ୍ୟାବିନେଟ୍ ମଞ୍ଜୁରୀ ଦେଇଛନ୍ତି। ଓଡ଼ିଶା ସ୍ୱାସ୍ଥ୍ୟ ସେବା କ୍ୟାଡ଼ରରେ ୩ଟି ନୂଆ ବର୍ଗ ଯଥା-ସ୍ପେଶାଲିଷ୍ଟ, ପବ୍ଲିକ୍ ହେଲ୍ଥ ଓ ଜେନେରାଲ ଡ୍ୟୁଟିରେ ଡାକ୍ତରମାନଙ୍କୁ ସାମିଲ କରାଯିବ। ଏଣିକି ଡାକ୍ତର ନିଯୁକ୍ତି ପାଇଁ ଅନଲାଇନରେ ଲିଖିତ ପରୀକ୍ଷା ହେବ ଓ ଏହା ଓଡ଼ିଶା ଲୋକସେବା ଆୟୋଗ ମାଧ୍ୟମରେ ହେବ। ଆଉ କ୍ୟାରିୟର ମାର୍କିଂ ଓ ସାକ୍ଷାତକାର ବ୍ୟବସ୍ଥା ରହିବ ନାହିଁ । ଯେଉଁମାନେ ଆଡହକ୍ ଡାକ୍ତର ଭାବେ କାର୍ଯ୍ୟ କରୁଥିବେ ସେମାନଙ୍କୁ ଏହି ପରୀକ୍ଷାରେ ସର୍ବାଧିକ ୧୫% ମାର୍କ(ବର୍ଷକୁ ୩%) ଲେଖାରେ କୋହଳତା ପ୍ରଦାନ କରାଯିବ।
ସେହିପରି ଓଡ଼ିଶା ବିହାର ତୀର୍ଥ ସ୍ଥଳ ଆଇନ୍-୧୯୨୦କୁ ଉଚ୍ଛେଦ କରାଯାଉଛି। ଯାହାର ପ୍ରାସଗଂକିତା ଏବେ ଆଉ ନାହିଁ।
ଓଡ଼ିଶା ଅବକାରୀ ସେବା ନିୟମ-୨୦୦୨ର ପୁନଃ ସଂଶୋଧନ କରାଯାଇ ସମସ୍ତ ୩୧ଟି ଅବକାରୀ ଅଧିକ୍ଷକ ପଦବୀରେ ଏଣିକି ଅବକାରୀ ସେବା ଅଧିକାରୀମାନଙ୍କୁ ହିଁ ପଦୋନ୍ନତି ଭିତ୍ତିରେ ପୂରଣ କରାଯିବ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top