ଭୁବନେଶ୍ୱର/ଜଗତସିଂହପୁର : ଗ୍ୟାଙ୍ଗଷ୍ଟାର୍ ଟିଟୋର ସହଯୋଗୀ ଦୀପ୍ତିରଞ୍ଜନ ଦାସଙ୍କୁ ଆଜି କ୍ରାଇମବ୍ରାଂଚ ପୁଲିସ ଗିରଫ କରିଛି । ତାଙ୍କୁ ଅଧିକ ଜେରା ପାଇଁ ଭୁବନେଶ୍ୱର ଆଣିଥିବା ଜଣାପଡ଼ିଛି । ଏସଟିଏଫ୍ ଡିଏସପି ରାମଚନ୍ଦ୍ର ଥମ୍ବଙ୍କ ନେତୃତ୍ୱରେ ୮ଜଣିଆ ଟିମ୍ ଆଜି ଦୀପ୍ତିଙ୍କୁ ତାଙ୍କ ଘରୁ ଉଠାଇ ନେଇଛି।
ସୂଚନା ଅନୁସାରେ ଆଜି ସକାଳ ପ୍ରାୟ ସାଢ଼େ ୭ଟା ସମୟରେ କ୍ରାଇମବ୍ରାଂଚ ଏସଟିଏଫର ଏକ ଟିମ୍ ଦୀପ୍ତିଙ୍କୁ ଜଗତସିଂହପୁର ବଜାରକୁ ଉଠାଇ ନେଇଥିଲା । ତାଙ୍କୁ ଉଠାଇବାପରେ ସ୍ଥାନୀୟ ପୁଲିସ ସହାୟତାରେ ତାଙ୍କ ମୁକୁନ୍ଦପୁରସ୍ଥିତ ବାସଭବନରେ ଚଢ଼ଉ କରିଥିଲା । ପ୍ରାୟ ୩ଘଂଟା ଧରି ତାଙ୍କ ବାସଭବନରେ ଚଢ଼ଉ କରି ଗୋଟିଏ ପିସ୍ତଲ, ୧୨ ରାଉଣ୍ଡ ଗୁଳି ଓ ୬୪,୨୫୦ଟଙ୍କା ନଗଦ ଜବତ କରିଛି । ଏହା ସହିତ ୧୫ରୁ ଊଦ୍ଧ୍ୱର୍ ବ୍ୟାଙ୍କ ପାସବୁକ, ବହୁ ଜମିର ଦଲିଲ ଓ ୩୨ଲକ୍ଷ ଟଙ୍କାର ଏକ ଅଡି କାରକୁ ମଧ୍ୟ ଏସଟିଏଫ୍ ନିଜ କବଜାକୁ ନେଇଛି । ଏହାସହିତ ଜଗତସିଂହପୁର ବଜାରରେ ଥିବା ତାଙ୍କର ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନ ଉପରେ ମଧ୍ୟ ଚଢ଼ଉ କରିଛି । ସିପି ଛକରେ ଥିବା ବୃନ୍ଦାବନ ଗେଷ୍ଟହାଉସ, କଲେଜଛକରେ ଥିବା ନିର୍ମଳା ରେସିଡେନ୍ସି, ରଶ୍ମୀ ସିନେମା ହଲ୍ ପାଖରେ ଥିବା ତାଙ୍କର ଗୋଟିଏ ଗ୍ଲାସ ଓ ପ୍ଲାଏ ଦୋକାନ, ଜିମ୍ ଓ ଗେଷ୍ଟହାଉସରେ ମଧ୍ୟ ଏସଟିଏଫ୍ ଚଢ଼ଉ କରିଥିଲା ।
ପୁଲିସ ମଧ୍ୟ ଭୁବନେଶ୍ୱରର ପଟିଆରେ ଥିବା ତା’ର ଏକ ଫ୍ଲାଟରେ ଚଢ଼ଉ କରିଛି।ପଟିଆ ଘରେ ଏକ ସ୍ୱିଫ୍ଟ କାର ଓ ବହୁ ପରିମାଣର ଅଳଙ୍କାର ଥିବା ପୁଲିସ ଜାଣିବାକୁ ପାଇଛି । ମାତ୍ର ୮-୧୦ବର୍ଷ ଭିତରେ ଦୀପ୍ତି କିଭଳି କୋଟିକୋଟି ଟଙ୍କାର ମାଲିକ ହେଲା ତା’ର ଖୋଳତାଡ଼ କ୍ରାଇମବ୍ରାଂଚ ଟିମ୍ ଆରମ୍ଭ କରିଛି। ଚଢ଼ଉରେ ସାମିଲ ଜଣେ ପୁଲିସ୍ ଅଧିକାରୀଙ୍କ କହିବା ଅନୁସାରେ, ଦୀପ୍ତିକୁ ଗିରଫ ପାଇଁ ଟିମ୍ ଗତକାଲି ରାତିରୁ ଜଗତସିଂହପୁର ସର୍କିଟ ହାଉସରେ ଡେରା ପକାଇଥିଲା।ନିଜସ୍ୱ ଗୁଇନ୍ଦା ଇନପୁଟକୁ ଆଧାର କରି ପୁଲିସ ଆଜି ସକାଳୁ ଜଗତସିଂହପୁର ବଜାରରୁ ହିଁ ଦୀପ୍ତିକୁ ଉଠାଇ ନେଇଥିଲା । ସ୍ଥାନୀୟ ପୁଲିସକୁ ସୂଚନା ଦେଇଥିଲେ ଦୀପ୍ତି ଫେରାର ହେବାର ଆଶଙ୍କା ଥିବାରୁ କ୍ରାଇମବ୍ରାଂଚ ବେଶ ସତର୍କତାର ସହ ଏହି କାର୍ଯ୍ୟ କରିଥିଲା ।
ସ୍ଥାନୀୟ ପୁଲିସ ସହଯୋଗରେ ଦୀପ୍ତିର ୨ଟି ଯାକ ଗେଷ୍ଟହାଉସରେ ଦେହ ବ୍ୟବସାୟ ହେଉଥିବାର ସ୍ପଷ୍ଟ ପ୍ରମାଣ କ୍ରାଇମବ୍ରାଂଚ ହାତରେ ରହିଥିଲା । ଏପରିକି ଟିଟୋର ସାନଭାଇ ସପୋର ଘନିଷ୍ଠ ସହଯୋଗୀ ଭାବେ ଦୀପ୍ତି ଏହି ଦେହ ବ୍ୟବସାୟ କରୁଥିବା ପୁଲିସ ସନ୍ଦେହ କରୁଛି । ଜଗତସିଂହପୁର ଥାନା ଆଇଆଇସି ଭାବେ ସଞ୍ଜୀବ ମହାନ୍ତି କାର୍ଯ୍ୟ କରୁଥିବାବେଳେ ଦୀପ୍ତିର ବ୍ୟବସାୟ ଅଧିକ ବଢ଼ିଥିବାର ପ୍ରମାଣ ମଧ୍ୟ କ୍ରାଇମବ୍ରାଂଚକୁ ମିଳିଛି । ସପୋ ଓ ସଞ୍ଜିବ ମହାନ୍ତିଙ୍କ ସହ ଦୀପ୍ତି ଗୋଆ ଯାଇ ରେବ୍ ପାର୍ଟିରେ ସାମିଲ ହେଉଥିଲା ବୋଲି ପୁଲିସ ସନ୍ଦେହ କରିଛି ।
ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜରେ ଛାତ୍ରଙ୍କୁ ରାଗିଂ
ବ୍ରହ୍ମପୁର MKCGରେ MBBS ୨ୟ ବର୍ଷ ଛାତ୍ରଙ୍କୁ ରାଗିଂ ଅଭିଯୋଗ ହୋଇଛି। ବିଭିନ୍ନ ହଷ୍ଟେଲରେ ଏକାଧିକ ଛାତ୍ରଙ୍କୁ ରାଗିଂ ହୋଇଥିବା ନେଇ ନ୍ୟାସନାଲ ମେଡିକାଲ କାଉନସିଲ୍ ନିକଟରେ...