Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
ଅପରାଧ

ଟିଟୋର ଆଉ ଜଣେ ସହଯୋଗୀ ଗିରଫ

ଭୁବନେଶ୍ୱର/ଜଗତସିଂହପୁର : ଗ୍ୟାଙ୍ଗଷ୍ଟାର୍ ଟିଟୋର ସହଯୋଗୀ ଦୀପ୍ତିରଞ୍ଜନ ଦାସଙ୍କୁ ଆଜି କ୍ରାଇମବ୍ରାଂଚ ପୁଲିସ ଗିରଫ କରିଛି । ତାଙ୍କୁ ଅଧିକ ଜେରା ପାଇଁ ଭୁବନେଶ୍ୱର ଆଣିଥିବା ଜଣାପଡ଼ିଛି । ଏସଟିଏଫ୍ ଡିଏସପି ରାମଚନ୍ଦ୍ର ଥମ୍ବଙ୍କ ନେତୃତ୍ୱରେ ୮ଜଣିଆ ଟିମ୍ ଆଜି ଦୀପ୍ତିଙ୍କୁ ତାଙ୍କ ଘରୁ ଉଠାଇ ନେଇଛି।
ସୂଚନା ଅନୁସାରେ ଆଜି ସକାଳ ପ୍ରାୟ ସାଢ଼େ ୭ଟା ସମୟରେ କ୍ରାଇମବ୍ରାଂଚ ଏସଟିଏଫର ଏକ ଟିମ୍ ଦୀପ୍ତିଙ୍କୁ ଜଗତସିଂହପୁର ବଜାରକୁ ଉଠାଇ ନେଇଥିଲା । ତାଙ୍କୁ ଉଠାଇବାପରେ ସ୍ଥାନୀୟ ପୁଲିସ ସହାୟତାରେ ତାଙ୍କ ମୁକୁନ୍ଦପୁରସ୍ଥିତ ବାସଭବନରେ ଚଢ଼ଉ କରିଥିଲା । ପ୍ରାୟ ୩ଘଂଟା ଧରି ତାଙ୍କ ବାସଭବନରେ ଚଢ଼ଉ କରି ଗୋଟିଏ ପିସ୍ତଲ, ୧୨ ରାଉଣ୍ଡ ଗୁଳି ଓ ୬୪,୨୫୦ଟଙ୍କା ନଗଦ ଜବତ କରିଛି । ଏହା ସହିତ ୧୫ରୁ ଊଦ୍ଧ୍ୱର୍ ବ୍ୟାଙ୍କ ପାସବୁକ, ବହୁ ଜମିର ଦଲିଲ ଓ ୩୨ଲକ୍ଷ ଟଙ୍କାର ଏକ ଅଡି କାରକୁ ମଧ୍ୟ ଏସଟିଏଫ୍ ନିଜ କବଜାକୁ ନେଇଛି । ଏହାସହିତ ଜଗତସିଂହପୁର ବଜାରରେ ଥିବା ତାଙ୍କର ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନ ଉପରେ ମଧ୍ୟ ଚଢ଼ଉ କରିଛି । ସିପି ଛକରେ ଥିବା ବୃନ୍ଦାବନ ଗେଷ୍ଟହାଉସ, କଲେଜଛକରେ ଥିବା ନିର୍ମଳା ରେସିଡେନ୍ସି, ରଶ୍ମୀ ସିନେମା ହଲ୍ ପାଖରେ ଥିବା ତାଙ୍କର ଗୋଟିଏ ଗ୍ଲାସ ଓ ପ୍ଲାଏ ଦୋକାନ, ଜିମ୍ ଓ ଗେଷ୍ଟହାଉସରେ ମଧ୍ୟ ଏସଟିଏଫ୍ ଚଢ଼ଉ କରିଥିଲା ।
ପୁଲିସ ମଧ୍ୟ ଭୁବନେଶ୍ୱରର ପଟିଆରେ ଥିବା ତା’ର ଏକ ଫ୍ଲାଟରେ ଚଢ଼ଉ କରିଛି।ପଟିଆ ଘରେ ଏକ ସ୍ୱିଫ୍ଟ କାର ଓ ବହୁ ପରିମାଣର ଅଳଙ୍କାର ଥିବା ପୁଲିସ ଜାଣିବାକୁ ପାଇଛି । ମାତ୍ର ୮-୧୦ବର୍ଷ ଭିତରେ ଦୀପ୍ତି କିଭଳି କୋଟିକୋଟି ଟଙ୍କାର ମାଲିକ ହେଲା ତା’ର ଖୋଳତାଡ଼ କ୍ରାଇମବ୍ରାଂଚ ଟିମ୍ ଆରମ୍ଭ କରିଛି। ଚଢ଼ଉରେ ସାମିଲ ଜଣେ ପୁଲିସ୍ ଅଧିକାରୀଙ୍କ କହିବା ଅନୁସାରେ, ଦୀପ୍ତିକୁ ଗିରଫ ପାଇଁ ଟିମ୍ ଗତକାଲି ରାତିରୁ ଜଗତସିଂହପୁର ସର୍କିଟ ହାଉସରେ ଡେରା ପକାଇଥିଲା।ନିଜସ୍ୱ ଗୁଇନ୍ଦା ଇନପୁଟକୁ ଆଧାର କରି ପୁଲିସ ଆଜି ସକାଳୁ ଜଗତସିଂହପୁର ବଜାରରୁ ହିଁ ଦୀପ୍ତିକୁ ଉଠାଇ ନେଇଥିଲା । ସ୍ଥାନୀୟ ପୁଲିସକୁ ସୂଚନା ଦେଇଥିଲେ ଦୀପ୍ତି ଫେରାର ହେବାର ଆଶଙ୍କା ଥିବାରୁ କ୍ରାଇମବ୍ରାଂଚ ବେଶ ସତର୍କତାର ସହ ଏହି କାର୍ଯ୍ୟ କରିଥିଲା ।
ସ୍ଥାନୀୟ ପୁଲିସ ସହଯୋଗରେ ଦୀପ୍ତିର ୨ଟି ଯାକ ଗେଷ୍ଟହାଉସରେ ଦେହ ବ୍ୟବସାୟ ହେଉଥିବାର ସ୍ପଷ୍ଟ ପ୍ରମାଣ କ୍ରାଇମବ୍ରାଂଚ ହାତରେ ରହିଥିଲା । ଏପରିକି ଟିଟୋର ସାନଭାଇ ସପୋର ଘନିଷ୍ଠ ସହଯୋଗୀ ଭାବେ ଦୀପ୍ତି ଏହି ଦେହ ବ୍ୟବସାୟ କରୁଥିବା ପୁଲିସ ସନ୍ଦେହ କରୁଛି । ଜଗତସିଂହପୁର ଥାନା ଆଇଆଇସି ଭାବେ ସଞ୍ଜୀବ ମହାନ୍ତି କାର୍ଯ୍ୟ କରୁଥିବାବେଳେ ଦୀପ୍ତିର ବ୍ୟବସାୟ ଅଧିକ ବଢ଼ିଥିବାର ପ୍ରମାଣ ମଧ୍ୟ କ୍ରାଇମବ୍ରାଂଚକୁ ମିଳିଛି । ସପୋ ଓ ସଞ୍ଜିବ ମହାନ୍ତିଙ୍କ ସହ ଦୀପ୍ତି ଗୋଆ ଯାଇ ରେବ୍ ପାର୍ଟିରେ ସାମିଲ ହେଉଥିଲା ବୋଲି ପୁଲିସ ସନ୍ଦେହ କରିଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top