Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
ରାଜନୀତି

ଅନୁଗତ ବି ଦୂରେଇଲେ ,ଚିନ୍ତାରେ ଦାମ

ଜଗତସିଂହପୁର : ଦୀର୍ଘ ୪ଦଶନ୍ଧି ଧରି ରାଜ୍ୟ ରାଜନୀତିରେ ଥିବା ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତଙ୍କ ପାଇଁ ଏବେ ନିଜର ଅସ୍ତିତ୍ୱ ରକ୍ଷା କରିବା ଏକ ନୂଆ ଚ୍ୟାଲେଞ୍ଜ ହୋଇଛି।ବିଜେଡିରୁ ବହିଷ୍କାର ପରେ ତାଙ୍କର ଦୀର୍ଘବର୍ଷର ରାଜନୀତିକ ଅଭିଜ୍ଞତା ବି ନିଷ୍ପ୍ରଭ ହେବାରେ ଲାଗିଛି।

ବିଜୁ ପଟ୍ଟନାୟକଙ୍କ ନାଁ ନେଇ ସମବେଦନା ସାଉଁଟିବାକୁ ଚାହୁଁଥିବା ଦାମଙ୍କୁ ଆନ୍ତରିକ ସହଯୋଗ ଦେବାକୁ ଜଣେ ବି ବିଜୁ ଅନୁଗତ ବରିଷ୍ଠ ନେତା ଆଗ୍ରହ ଦେଖାଉନଥିବାବେଳେ ଦାମ ନିଜେ ଗଢ଼ିଥିବା ଅନୁଗତ ମଧ୍ୟ ତାଙ୍କର ପାଖ ମାଡ଼ୁନଥିବା ଜଣାପଡ଼ିଛି।

ବିଜେଡିରୁ ବହିଷ୍କାର ହେବାପରେ ପ୍ରଥମଥର ପାଇଁ ନିଜ ନିର୍ବାଚନମଣ୍ଡଳୀ ଗସ୍ତରେ ଯାଇ ପାରାଦୀପ ଓ କୁଜଙ୍ଗରେ କର୍ମୀମାନଙ୍କ ବୈଠକ କରିଥିଲେ ମଧ୍ୟ ତାଙ୍କର ଖାସ୍ ଅନୁଗତ ଭାବେ ପରିଚିତ ନଗର ବିଜେଡି ସଭାପତି ସୁମନ୍ତ ବିଶ୍ୱାଳ ଓ ପାରାଦୀପ ପୌରାଧ୍ୟକ୍ଷ ବସନ୍ତ ବିଶ୍ୱାଳଙ୍କ ସମେତ ବହୁ ବିଜେଡି ପଦାଧିକାରୀ ବୈଠକକୁ ଆସିନଥିଲେ।ଏପରିକି ଏହି ବୈଠକରେ ଡାକ୍ତର ରାଉତ ‘ଇମୋସନାଲ କାର୍ଡ’ ଖେଳିବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ଆଗଧାଡ଼ିର ବିଜେଡି ନେତାମାନେ ତାଙ୍କ ପାଖ ମାଡ଼ିନଥିଲେ।ଇତିମଧ୍ୟରେ ଆଜି ଡାକ୍ତର ରାଉତ ରାହାମାରେ ସମର୍ଥକଙ୍କ ମେଳି କରିବା ପାଇଁ ଯୋଜନା କରିଛନ୍ତି ଓ ଖୁବଶୀଘ୍ର କୁଜଙ୍ଗରେ ବଡ଼ଧରଣର ସମାବେଶ କରି ନିଜର ଦମ୍ ଦେଖାଇବେ ବୋଲି ଜଣାପଡ଼ିଛି । ତେବେ ଗତକାଲି ଦୁଇଟି ବୈଠକରେ ଦଳର ଆଗଧାଡ଼ିର ନେତାମାନେ ଅନୁପସ୍ଥିତ ରହିବା ଓ କେବଳ ତୃଣମୂଳସ୍ତରର ସମର୍ଥକମାନଙ୍କ ଉପସ୍ଥିତି ଦେଖିବା ପରେ ଡାକ୍ତର ରାଉତ ବ୍ୟତିବ୍ୟସ୍ତ ହୋଇପଡ଼ିଛନ୍ତି । ଏପରକିି ତାଙ୍କର ଫୋନ୍ ମଧ୍ୟ ପାରାଦୀପରେ ଥିବା ତାଙ୍କ ଖାସ୍ ଅନୁଗତ ଧରିବାକୁ କୁଣ୍ଠାବୋଧ କରୁଥିବା ସୂଚନା ମିଳିଛି।
ଏପଟେ ବିଜୁ ଅନୁଗତ ବିଜୟ ମହାପାତ୍ର, ଦିଲ୍ଲୀପ ରାୟ, ବୈଜୟନ୍ତ ପଣ୍ଡା, ରାମକୃଷ୍ଣ ପଟ୍ଟନାୟକ, ପଂଚାନନ କାନୁନଗୋ, ଜୟରାମ ପାଙ୍ଗୀ, ପ୍ରଫୁଲ୍ଲ ଘଡେଇ ଆଦିଙ୍କୁ ଏକଜୁଟ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅଡ଼ୁଆରେ ପକାଇବା ପାଇଁ ଯେଉଁ ପ୍ରୟାସ କରୁଥିଲେ ତାହା ବି ଫସର ଫାଟିଛି।ଏହି ନେତାମାନେ ଦାମଙ୍କ ଭଳି ବରିଷ୍ଠ ସହଯୋଗୀଙ୍କ ଅସମୟରେ ସମବେଦନା ପ୍ରକଟ କରିଥିଲେ ମଧ୍ୟ ତାଙ୍କୁ ଭରସାକୁ ନେଇପାରୁନଥିବା ଜଣାପଡ଼ିଛି।ଦାମଙ୍କ ସୁବିଧାବାଦୀ ଆଚରଣକୁ ଅଙ୍ଗେ ନିଭାଇଥିବା ଏହି ବରିଷ୍ଠ ନେତାମାନେ ଖାସ୍ ଏହି କାରଣରୁ ନୂଆ ଦଳ ଗଠନ କରିବା ପାଇଁ ଦାମଙ୍କ ପ୍ରୟାସ ପ୍ରତି ବିଶେଷ ଆଗ୍ରହ ଦେଖାଉନାହାନ୍ତି।ନୂଆଦଳ ଗଢ଼ି ନବୀନଙ୍କୁ ଟକ୍କର ଦେବା ସହଜ ନୁହେଁ ଓ ଏହା ରାଜନୀତିକ ଆତ୍ମହତ୍ୟା ସଦୃଶ ବୋଲି ଏହି ଅଭିଜ୍ଞ ନେତାମାନେ ଅନୁଭବ କରିସାରିଛନ୍ତି।ତେଣୁ ବିଜୁ ଅନୁଗତମାନଙ୍କ ଏଭଳି ଆଚରଣକୁ ଅନୁଭବ କରିବା ପରେ ଡାକ୍ତର ରାଉତ ଅସହାୟ ହୋଇପଡ଼ିଛନ୍ତି। ଆଉ ସବୁଆଡ଼ୁ ବିଫଳ ହେବାପରେ ଦାମ ଏବେ କେବଳ ନିଜ ତୁଣ୍ଡ ଭରସାରେ ଗଣମାଧ୍ୟମରେ ତିଷ୍ଠି ରହିବାକୁ ଯୋଜନା କରୁଥିବା ଚର୍ଚ୍ଚା।

Click to comment

Leave a Reply

Your email address will not be published. Required fields are marked *

Most Popular

To Top