ଜଗତସିଂହପୁର:ବିଜେଡିରୁ ବହିଷ୍କୃତ ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତ ଏବେ ସୋଶାଲ ମିଡିଆରେ ସର୍ବାଧିକ ଚର୍ଚ୍ଚାରେ । ୭୫ବର୍ଷୀୟ ଡାକ୍ତର ରାଉତ ନିଜର ରାଜନୀତିକ ଅସ୍ତିତ୍ୱ ରକ୍ଷା ପାଇଁ ଏବେ ପ୍ରୟାସ କରୁଥିବାବେଳେ ତାଙ୍କ ସହ ଜଡ଼ିତ ଅନେକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । ଏସବୁ ଭିଡିଓରେ ଡାକ୍ତର ରାଉତଙ୍କ ଚରିତ୍ରକୁ ଆକ୍ଷେପ କରାଯିବାକୁ ପ୍ରୟାସ କରାଯାଇଛି । ଯଦିଓ ରାଜ୍ୟର ଜଣେ ବରିଷ୍ଠ ତଥା ବୟସ୍କ ନେତାଙ୍କ ଏଭଳି ଭିଡିଓ ଭାଇରାଲ୍ ସପକ୍ଷରେ ‘ଓଡ଼ିଶାୱେୟାର’ ନାହିଁ ତଥାପି ସୋସିଆଲ ମିଡିଆରେ ପାଠକ ଓ ଦର୍ଶକଙ୍କୁ ସଚେତନ ପାଇଁ ଉଦ୍ୟମ ହୋଇଛି ।


