Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
ରାଜ୍ୟ

ମଧ୍ୟରାତ୍ରିରେ ଉପକୂଳ ଛୁଇଁବ ବାତ୍ୟା

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ରମଶଃ ବାତ୍ୟା ‘ଡାଏ’ର ରୂପ ନେଇ ଆଜି ମଧ୍ୟରାତ୍ରିରେ ଗୋପାଳପୁର ଉପକୂଳ ଛୁଇଁବ।ଏହାର ପ୍ରଭାବରେ ରାଜ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ସହ ଘଂଟାପ୍ରତି ୬୦-୭୦କିମି ବେଗରେ ପବନ ବୋହିବାର ଆଶଙ୍କା ରହିଛି।

ରାଜ୍ୟ ପାଣିପାଗ କେନ୍ଦ୍ର ପକ୍ଷରୁ ଜାରି ପ୍ରେସ୍ ରିଲିଜ ଅନୁସାରେ ଗୁରୁବାର ରାତି ସାଢ଼େ ୧୦ଟା ସୁଦ୍ଧା ସାମୁଦ୍ରିକ ଝଡ଼ ‘ଡାଏ’ ଗୋପାଳପୁରର ଦକ୍ଷିଣପୂର୍ବରେ ବଙ୍ଗୋପସାଗରରେ ପ୍ରାୟ ୯୦କିମି ଦୂରରେ ରହିଥିଲା।ଏହା ପଶ୍ଚିମ-ଉତରପଶ୍ଚିମ ଦିଗ ଦେଇ ଦକ୍ଷିଣ ଓଡ଼ିଶା-ଉତର ଆନ୍ଧପ୍ରଦେଶ ଉପକୂଳର ମଝିରେ କଳିଙ୍ଗପଟ୍ଟନମ ଓ ପୁରୀ ମଧ୍ୟରେ ଗୋପାଳପୁର ନିକଟରେ ଆଜି ମଧ୍ୟ ରାତ୍ରିରେ ସ୍ଥଳଭାଗରେ ମାଡ଼ ହେବ।

ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଉପକୂଳବର୍ତୀ ଜିଲ୍ଲାଗୁଡ଼ିକରେ ଆଲର୍ଟ ଜାରି କରିଛନ୍ତି ।ଏହାସହିତ ସମସ୍ତ ପ୍ରକାରର ସ୍ଥିତିର ମୁକାବିଲା ପାଇଁ ପ୍ର୍ରସ୍ତୁତ ଥିବା ସୂଚନା ଦେଇଛନ୍ତି।ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ କରି ତଳିଆ ଅଂଚଳରେ ରହୁଥିବା ଲୋକଙ୍କୁ ସ୍ଥାନାନ୍ତର ଓ ପର୍ଯ୍ୟାନ୍ତ ରିଲିଫ ସାମଗ୍ରୀ ରଖିବା ପାଇଁ ଜିଲ୍ଲାଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି । ହସ୍ପିଟାଲଗୁଡ଼ିକରେ ସ୍ୱତନ୍ତ୍ର ବ୍ୟବସ୍ଥା ପାଇଁ ନିର୍ଦ୍ଦେଶ ଦିଆଯିବା ସହ କର୍ମଚାରୀଙ୍କ ଛୁଟିକୁ ବାତିଲ କରାଯାଇଛି ।ବିଶେଷକରି ପୁରୀ ଓ ଗଞ୍ଜାମ ଜିଲ୍ଲା ପ୍ରଶାସନକୁ ତଳିଆ ଅଂଚଳରେ ରହିଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ପାଇଁ ନିର୍ଦ୍ଦେଶ ଦିଆଯାଇଛି।ବାତ୍ୟା ଯୋଗୁ ଗଞ୍ଜାମ, ଗଜପତି, ପୁରୀ, ନୟାଗଡ଼, ଖୋର୍ଦ୍ଧା ଭଳି ଜିଲ୍ଲା ଅଧିକ ପ୍ରଭାବିତ ହେବାର ଆଶଙ୍କା ରହିଛି। ମୁଖ୍ୟ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ ବଡ଼ଧରଣର ବାତ୍ୟା ନୁହେଁ।ତଥାପି ବିଦ୍ୟୁତ, ଜଳଯୋଗାଣ ଆଦି ବିଭାଗକୁ ଆଲର୍ଟ ଜାରି କରାଯାଇଛି । କଚ୍ଚାଘର ଭାଙ୍ଗିବା ସହ ଗଛ ଉପୁଡ଼ି ବିଦ୍ୟୁତ ବିଚ୍ଛିନ୍ନ ହେବାର ସମ୍ଭାବନା ରହିଛି।

ଏପଟେ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ଯେ ବାତ୍ୟା ପ୍ରଭାବରେ ବାଲେଶ୍ୱର, ଗଞ୍ଜାମ, ଭଦ୍ରକ,ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରାପଡ଼ା, କଟକ ଓ ଯାଜପୁର ଜିଲ୍ଲାରେ ପ୍ରବଳ ବର୍ଷା ହେବ।ଶୁକ୍ରବାର ପର୍ଯ୍ୟନ୍ତ ସମୁଦ୍ର ଭିତରକୁ ନଯିବା ପାଇଁ ମତ୍ସ୍ୟଜୀବୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
ପରିସ୍ଥିତିକୁ ଦୃଷ୍ଟିରେ ରଖି ଏନଡିଆରଏଫ ଓ ଓଡ୍ରାଫ ଟିମକୁ ବିଭିନ୍ନ ସ୍ଥାନରେ ମୁତୟନ କରାଯାଇଛି। ଗୋଟିଏ ଲେଖାଏ ଏନଡିଆରଏଫ ଟିମ୍ କଳାହାଣ୍ଡି, ରାୟଗଡ଼ା, ଗଜପତି,ପୁରୀ, ନୟାଗଡ଼ ଓ କନ୍ଧମାଳ ଜିଲ୍ଲାରେ ମୁତୟନ କରାଯାଇଥିବାବେଳେ ମୋଟ ୧୭ଟି ବୋଟ୍ ଓ ଜରୁରୀ ସାରଞ୍ଜମ୍ୟ ପ୍ରସ୍ତୁତ ରଖାଯାଇଛି।ଗୋଟିଏ ଲେଖାଏ ଓଡ୍ରାଫ ଟିମକୁ ଗଞ୍ଜାମ, କୋରାପୁଟ, ନବରଙ୍ଗପୁର ଓ ମାଲକାନଗିରି ଜିଲ୍ଲାରେ ମୁତୟନ କରାଯାଇଛି।

ଏସବୁ ବ୍ୟତୀତ ଗଞ୍ଜାମ, ଖୋର୍ଦ୍ଧା, ନୟାଗଡ଼ ଓ ପୁରୀ ଜିଲ୍ଲାର ସମସ୍ତ ସରକାରୀ କାର୍ଯ୍ୟାଳୟରେ ୨୧ତାରିଖ ଛୁଟିକୁ ବାତିଲ କରାଯାଇଛି।ଜିଲ୍ଲାପାଳମାନଙ୍କୁ ସ୍ଥିତିର ଆକଳନ କରିବା ପରେ ଛୁଟି ସମ୍ପର୍କରେ ନିଷ୍ପତି ନେବାକୁ କୁହାଯାଇଛି।

Click to comment

Leave a Reply

Your email address will not be published. Required fields are marked *

Most Popular

To Top