Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
ରାଜ୍ୟ

ବୋର୍ଡ ସାର୍ଟିଫିକେଟ୍‌ ଥିଲେ ଆବାସିକ ପ୍ରମାଣପତ୍ର ଆବଶ୍ୟକ ନାହିଁ

ଏଣିକି ଆବାସିକ ପ୍ରମାଣପତ୍ର ୫ ବର୍ଷ ପାଇଁ ବୈଧ

ଭୁବନେଶ୍ୱର : ରାଜସ୍ୱ ପ୍ରଶାସନକୁ ଅଧିକ ଲୋକାଭିମୁଖୀ ଏବଂ ରାଜସ୍ୱ ସେବାକୁ ଲୋକଙ୍କ ନିକଟତର କରିବା ଲକ୍ଷ୍ୟ ନେଇ ଆବାସିକ ପ୍ରମାଣପତ୍ର ଏବଂ ଆୟ ପ୍ରମାଣପତ୍ର ପ୍ରଦାନ କ୍ଷେତ୍ରରେ ସଂଶୋଧନ କରାଯାଇଛି।ଯେଉଁ ଛାତ୍ରଛାତ୍ରୀମାନଙ୍କ ପାଖରେ ବୋର୍ଡ କର୍ତ୍ତୃପକ୍ଷଙ୍କ ଦ୍ୱାରା ପ୍ରଦତ୍ତ ହାଇସ୍କୁଲ ସାର୍ଟିଫିକେଟ୍‌ କିମ୍ବା ତତୁଲ୍ୟ ସାର୍ଟିଫିକେଟ୍‌ ଉପଲବ୍ଧ ଏଣିକି ସେମାନଙ୍କ ପାଇଁ ଆବାସିକ ପ୍ରମାଣପତ୍ରର ଆବଶ୍ୟକତା ପଡ଼ିବ ନାହିଁ ଏବଂ ହାଇସ୍କୁଲ ସାର୍ଟିଫିକେଟ୍‌ରେ ପ୍ରଦତ୍ତ ସ୍ଥାନୀୟ ଠିକଣା ହିଁ ତାଙ୍କର ଆବାସିକ ପ୍ରମାଣପତ୍ର ଭାବରେ ଗ୍ରହଣ କରାଯିବ।ତେବେ ଯେଉଁ ଛାତ୍ରଛାତ୍ରୀ ହାଇସ୍କୁଲ ସାର୍ଟିଫିକେଟ୍‌ କିମ୍ବା ତତୁଲ୍ୟ ପରୀକ୍ଷା ପାସ କରିନାହାନ୍ତି କିମ୍ବା ବୋର୍ଡ ପ୍ରଦତ୍ତ ସାର୍ଟିଫିକେଟ୍‌ ନାହିଁ ସେମାନଙ୍କ ନିମନ୍ତେ ପୂର୍ବପରି ରାଜସ୍ୱ ବିଭାଗ ଦ୍ୱାରା ଦିଆଯାଉଥିବା ଆବାସିକ ପ୍ରମାଣପତ୍ର ଆବଶ୍ୟକ ଏବଂ ଏଣିକି ଆବାସିକ ପ୍ରମାଣପତ୍ରର ବୈଧତା ଏକ ବର୍ଷ ବଦଳରେ ୫ ବର୍ଷ ପର୍ଯ୍ୟନ୍ତ ରହିବ।ସେହିପରି ରାଜସ୍ୱ ବିଭାଗ ପକ୍ଷରୁ ଦିଆଯାଇଥିବା ଆୟ ପ୍ରମାଣପତ୍ରର ମାନ୍ୟତା ଏଣିକି ଏକ ବର୍ଷ ବଦଳରେ ୩ ବର୍ଷ ପର୍ଯ୍ୟନ୍ତ ରହିବ।ଆବାସିକ ପ୍ରମାଣପତ୍ର ଏବଂ ଆୟ ପ୍ରମାଣପତ୍ର ଓ ଏହାର ବୈଧତା ବୃଦ୍ଧି ସଂକ୍ରାନ୍ତରେ ଓଡ଼ିଶା ମିସେଲେନିୟସ୍‌ ସାର୍ଟିଫିକେଟ୍‌ ରୁଲସ୍‌, ୨୦୧୭ରେ ଆବଶ୍ୟକୀୟ ସଂଶୋଧନ ନିମନ୍ତେ ପ୍ରସ୍ତାବ ଦେବା ପାଇଁ ରାଜସ୍ୱ ମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଗଠିତ କମିଟିର ସୁପାରିଶକୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ମହେଶ୍ୱର ମହାନ୍ତି ଅନୁମୋଦନ କରିଛନ୍ତି ।
ଏହା ଦ୍ୱାରା ଛାତ୍ରଛାତ୍ରୀ ଓ ସାଧାରଣ ଲୋକମାନେ ବହୁଳ ଭାବରେ ଉପକୃତ ହେବେ ଏବଂ ସେମାନଙ୍କୁ ଆଉ ବାରମ୍ବାର ତହସିଲ କାର୍ଯ୍ୟାଳୟକୁ ଯିବାକୁ ପଡ଼ିବ ନାହିଁ।ତେବେ ଯେଉଁମାନେ ଇଂଜିନିୟରିଂ, ଡାକ୍ତରୀ, ମ୍ୟାନେଜ୍‌ମେଣ୍ଟ କିମ୍ବା ଅନ୍ୟ ପେଶାଦାର ପାଠ୍ୟକ୍ରମରେ ନାମ ଲେଖାଇବେ ସେମାନଙ୍କ ନିମନ୍ତେ ଆବାସିକ ପ୍ରମାଣପତ୍ର ଯୋଗାଇଦିଆଯିବ ଏବଂ ଏହି ଆବାସିକ ପ୍ରମାଣପତ୍ର ଏକ ବର୍ଷ ବଦଳରେ ୫ ବର୍ଷ ପର୍ଯ୍ୟନ୍ତ ବୈଧ ରହିବ । ସେହିପରି ସରକାରୀ ଚାକିରି ନିମନ୍ତେ ପ୍ରାର୍ଥୀଙ୍କୁ ନିୟମ ଅନୁଯାୟୀ ଆବାସିକ ପ୍ରମାଣପତ୍ର ଦିଆଯିବ ଏବଂ ଏହାର ମାନ୍ୟତା ଏକ ବର୍ଷ ବଦଳରେ ୫ ବର୍ଷ ପର୍ଯ୍ୟନ୍ତ ରହିବ । ଏହି ଆବାସିକ ପ୍ରମାଣପତ୍ର ରାଜସ୍ୱ ବିଭାଗ ଦ୍ୱାରା ନିର୍ଦ୍ଧାରିତ ଫର୍ମାଟ୍‌ରେ ଜମିପଟ୍ଟା, ନିର୍ଦ୍ଦଷ୍ଟ ସ୍ଥାନରେ ଏକକାଳୀନ ଏକ ବର୍ଷ ପର୍ଯ୍ୟନ୍ତ ବସବାସ କରିବା, ଭୋଟର ତାଲିକାର ନକଲ, ଭୋଟର ପରିଚୟ ପତ୍ର, ରେସନ୍‌ କାର୍ଡ, ଡ୍ରାଇଭିଂ ଲାଇସେନ୍ସ୍‌, ଆଧାର କାର୍ଡ, ପ୍ୟାନ୍‌କାର୍ଡ, ପାସ୍‌ପୋର୍ଟ, ଘରଭଡା ଚୁକ୍ତିର ନକଲ ଆଦି ପ୍ରାମାଣିକ ତଥ୍ୟ ଆଧାରରେ ତହସିଲଦାର କିମ୍ବା ଅତିରିକ୍ତ ତହସିଲଦାରଙ୍କ ଦ୍ୱାରା ପ୍ରଦାନ କରାଯିବ ।
ସୂଚନାଯୋଗ୍ୟ ଯେ ୨୦୧୩ ମସିହରେ ରାଜସ୍ୱ ବିଭାଗ ପକ୍ଷରୁ ୧,୫୩,୦୦୦ ଆବାସିକ ପ୍ରମାଣପତ୍ର ଓ ୯୯,୭୫୮ ଟି ଆୟ ପ୍ରମାଣପତ୍ର ପ୍ରଦାନ କରାଯାଇଥିବାବେଳେ ୨୦୧୭ ବର୍ଷରେ ଏହା ବହୁଗୁଣ ବୃଦ୍ଧି ପାଇ ଆବାସିକ ପ୍ରମାଣପତ୍ର ୧୩ ଲକ୍ଷ ୨୦ ହଜାର ୭୩୩ ଏବଂ ଆୟ ପ୍ରମାଣପତ୍ର ୧୦ ଲକ୍ଷ ୩୭ ହଜାର ୨୬୭ରେ ପହଞ୍ଚିଥିଲା ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top