Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
ରାଜନୀତି

ମୋଦିଙ୍କୁ କଡ଼ା ଜବାବ ଦେଲେ ନବୀନ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦଳୀୟ କାର୍ଯ୍ୟକ୍ରମରେ ରାଜ୍ୟରେ ଭ୍ରଷ୍ଟାଚାର, ପିସି ଓ ୧୦ବର୍ଷ ପୁରୁଣା ଗତିରେ ଚାଲୁଥିବା ସରକାର ଚାଲୁଛି ବୋଲି କହି କଡ଼ା ସମାଲୋଚନା କରିବା ପରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ପାଲଟା ଜବାବ ରଖିଛନ୍ତି।ମୋଦି ରାଜ୍ୟରେ ପିସି ଓ ଭ୍ରଷ୍ଟାଚାର ପ୍ରସଙ୍ଗ ଉଠାଇଥିବାବେଳେ ନବୀନ ସ୍କିଲ୍ ଇଣ୍ଡିଆ ଓ ଉଜ୍ୱଳା ସ୍କାମ୍ କଥା ମନେ ପକାଇ ଦେଇଛନ୍ତି।
ଭୁବନେଶ୍ୱର ଫେରିବାପରେ ସାମ୍ବାଦିକମାନଙ୍କୁ ପ୍ରତିକ୍ରିୟା ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ପେଟ୍ରୋଲ ଓ ଡିଜେଲ୍‍ ଦର ଏବେ ରେକର୍ଡ ସ୍ତର ଅତିକ୍ରମ କରିଛି । କେନ୍ଦ୍ର ସରକାର ତୈଳର ବର୍ଦ୍ଧିତ ଦରକୁ ରୋକିବା ଲାଗି ପଦକ୍ଷେପ ଗ୍ରହଣ କରିବା ଜରୁରୀ।ସ୍କିଲ୍‍ ଇଣ୍ଡିଆ ଓ ଉଜ୍ଜ୍ୱଳା ସ୍କାମ୍‍ କଥା ସେମାନେ ଭୁଲିଗଲେଣି କି? ଦୁର୍ନୀତି ନେଇ ନୁହେଁ, ଦଳୀୟ କର୍ମୀଙ୍କୁ ଉତ୍ସାହିତ କରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦି ଏପରି ବକ୍ତବ୍ୟ ଦେଇଛନ୍ତି।ସେହିପରି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଓ ଖାଦ୍ୟ ସୁରକ୍ଷା ଯୋଜନା ନେଇ କେତେକ ଅଭିଯୋଗ ସଂପର୍କରେ ଅବଗତ ହେବା ପରେ ଏହା ଉପରେ ଶ୍ରୀ ପଟ୍ଟନାୟକ କହିଛନ୍ତି, ‘ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା’ ଆୟୁଷ୍ମାନ ଯୋଜନା ଠାରୁ ଢେର ଭଲ।ଏଥିରେ ଆମେ ମହିଳାମାନଙ୍କୁ ୭ଲକ୍ଷ ଟଙ୍କା ଦେଉଛୁ, ଯାହା ଆୟୁଷ୍ମାନ ଯୋଜନାରେ ନାହିଁ।କେନ୍ଦ୍ର ପକ୍ଷରୁ ହୋଇଥିବା ଆୟୁଷ୍ମାନ ଯୋଜନାରେ ଏହି ଫାଇଦା ନଥିବାବେଳେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଅଧିକ ଲୋକାଭିମୁଖି।ଏଥିରେ ୫୦ଲକ୍ଷ ହିତାଧିକାରୀଙ୍କୁ ଯୋଡ଼ାଯାଇଛି।
ଏହାସହିତ ତାଳଚେର ସାର କାରଖାନା ପ୍ଲାଣ୍ଟରୁ ୟୁରିଆ ସାର ଉତ୍ପାଦନ କରାଯାଇ ସେଥିରୁ ୫୦ ପ୍ରତିଶତ ସାର ଓଡ଼ିଶାର ଚାଷୀମାନଙ୍କୁ ଦିଆଯାଉ।ସେହିପରି ଝାରସୁଗୁଡ଼ା ବିମାନ ବନ୍ଦରର ନିଁ ବୀର ସୁରେନ୍ଦ୍ର ସାଏଙ୍କ ନାମରେ ନାମିତ କରିବା ପ୍ରସ୍ତାବକୁ ପ୍ରଧାନମନ୍ତ୍ରୀ ଗ୍ରହଣ କରିଛନ୍ତି।ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ଗରିବଙ୍କୁ ଖାଦ୍ୟ ଯୋଗାଯାଉଛି ଓ ଉକ୍ତ ଯୋଜନାରେ ଅଧିକ ୨୫ଲକ୍ଷ ଗରିବ ଉପକୃତ ହୋଇଛନ୍ତି।ସେହିପରି ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ ନେଇ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ନୀତିଶ କୁମାରଙ୍କ ଜେଡିୟୁ ପ୍ରାର୍ଥୀଙ୍କୁ ବିଜେଡି ସମର୍ଥନ କରିଥିଲା ଓ ପରେ ଏନ୍‍ଡିଏ ତାଙ୍କୁ ସମର୍ଥନ ଜଣାଇଥିଲା।
ଉଲ୍ଲେଖଯୋଗ୍ୟ ଏହା ପୂର୍ବରୁ ଦୁଇଟି ଦଳୀୟ ଜନସଭାରେ ପ୍ରଧାନମନ୍ତ୍ରୀ ମୋଦି ସିଧାସଳଖ ନବୀନ ପଟ୍ଟନାୟକ ସରକାରକୁ ଟାର୍ଗେଟ୍ କରିଥିଲେ।ତାଳଚେର ସାଧାରଣ ସଭାରେ ପ୍ରଧାନମନ୍ତ୍ରୀ ମୋଦି ସିଧାସଳଖ ଟଙ୍କିିକିଆ ଚାଉଳ କଥା ଉଠାଇ କେନ୍ଦ୍ର ସରକାର ପ୍ରତି କିଲୋ ପିଛା ୨୫ରୁ ୩୦ଟଙ୍କାରେ ମାସକୁ ୪୫୦କୋଟି ଟଙ୍କା ଦେଉଛି ବୋଲି କହିଥିଲେ।କିନ୍ତୁ ରାଜ୍ୟ ସରକାର ଏହାକୁ ନିଜ ନାଁରେ ନେଉଛି।ସେହିପରି ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମରେ ଶୌଚାଳୟ ନିର୍ମାଣରେ ବି ଓଡ଼ିଶା ପଛରେ ରହିଛି। ଆୟୁଷ୍ମାନ ଯୋଜନାରେ ସାମିଲ ହେବା ପାଇଁ ସେ ମୁଖ୍ୟମନ୍ତ୍ରୀଙ୍କୁ ଆହ୍ୱାନ କରିଥିଲେ।ତେବେ ତାଳଚେରରୁ ଝାରସୁଗୁଡ଼ାରେ ପହଂଚିବା ପରେ ମୋଦି ଅଧିକ ଆକ୍ରଣାତ୍ମକ ଆଭିମୁଖ୍ୟ ପୋଷଣ କରିଥିଲେ।ରାଜ୍ୟ ସରକାରର ପରିଚୟ ଏବେ ଭ୍ରଷ୍ଟାଚାର ଓ ବିଳମ୍ବିତ ନିଷ୍ପତି ନେଉଥିବା ସରକାର ପାଲଟିଛି।ଚାରା ର୍ଦୁନୀତିଠୁ ଆରମ୍ଭ କରି ପଲିଥିନ୍ ଦୁର୍ନୀତି, ସହକାରୀ ବିଭାଗଠୁ ଆରମ୍ଭ କରି ସଡ଼କ ଯୋଜନା, ଜଳସେଚନଠୁ ଆରମ୍ଭ କରି ଛତୁଆ କାର୍ଯ୍ୟକ୍ରମ ସବୁଥିରେ ଦୁର୍ନୀତି ହେଉଥିବା କଥା କହିଥିଲେ।ଏଠାରେ ‘ପିସି’ ସରକାର ଚାଲିଛି ଓ ପିସି ପାଇଁ ଗରିବ ଶୋଷିତ ହେବାରେ ଲାଗିଛି।ବିନା ପିସିରେ କୌଣସି କାମ ହେଉନି ବୋଲି ମୋଦି ଅଭିଯୋଗ କରିଥିଲେ।
Click to comment

Leave a Reply

Your email address will not be published. Required fields are marked *

Most Popular

To Top