Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
ରାଜ୍ୟ

କ୍ଷମା ମାଗିବେନି ମନ୍ତ୍ରୀ ମହାରଥୀ, ବଢ଼ାଇଲେ ବିବାଦ

ଭୁବନେଶ୍ୱର: ମହିଳାଙ୍କ ପ୍ରତି ଅସମ୍ମାନ ଟିପ୍ପଣୀ ଦେଇ ବିବାଦୀୟ କୃଷି ମନ୍ତ୍ରୀ ପ୍ରଦୀପ ମହାରଥୀ ନିଜର ମନ୍ତବ୍ୟ ପାଇଁ କ୍ଷମା ମାଗିବାର ପ୍ରଶ୍ନ ଉଠୁନି ବୋଲି କରିଦେଇଛନ୍ତି।୩୦ହଜାର ମହିଳାଙ୍କ ୬୦ହଜାର ସ୍ୱାମୀ’ ବୋଲି ମନ୍ତବ୍ୟ ଦେବା ପ୍ରସଙ୍ଗରେ ଶ୍ରୀ ମହାରଥୀଙ୍କ ବିରୁଦ୍ଧରେ ବିରୋଧୀ ଦଳ ପକ୍ଷରୁ ଚାପ ପଡ଼ୁଥିଲେ ମଧ୍ୟ ତାଙ୍କର କଥାକୁ ଗଣମାଧ୍ୟମରେ କଦର୍ଥ କରାଯାଇଛି ବୋଲି ସେ ଅଭିଯୋଗ କରିଛନ୍ତି।ତେବେ ବ୍ରାହ୍ମଣଙ୍କ ସମ୍ପର୍କରେ ଟିପ୍ପଣୀ ଦେଇ ଡାକ୍ତର ଦାମୋଦର ରାଉତ ମନ୍ତ୍ରୀ ପଦ ହରାଇଥିବାବେଳେ ଶ୍ରୀ ମହାରଥୀଙ୍କ ଉପରେ କେବେ କାର‌୍ୟ୍ୟାନୁଷ୍ଠାନ ହେଉଛି ତାକୁ ନେଇ ରାଜନୀତିକ ଉଷ୍ମତା ଲାଗି ରହିଛି।ଅବଶ୍ୟ ମହିଳାଙ୍କ ପ୍ରତି ମହାରଥୀଙ୍କ ଆପତିଜନକ ମନ୍ତବ୍ୟ ନୂଆ କଥା ନୁହେଁ।
ମହିଳାଙ୍କୁ ଅସମ୍ମାନ କରିବା ଭଳି ମନ୍ତବ୍ୟ ଦେଇଥିବାରୁ ମନ୍ତ୍ରୀ ତୁରନ୍ତ କ୍ଷମା ମାଗନ୍ତୁ ବୋଲି ବିଜେପି ଓ କଂଗ୍ରେସ ଦାବି କରିଛନ୍ତି।ତେବେ ଆଜି ଗଣମାଧ୍ୟମରେ ସଫେଇ ଦେଇ ମନ୍ତ୍ରୀ ଶ୍ରୀ ମହାରଥୀ କହିଛନ୍ତି ଯେ ଗୋଟିଏ କୌଣସି କାରଣ ନଥାଇ ତାଙ୍କର ବକ୍ତବ୍ୟକୁ ଗଣମାଧ୍ୟମରେ କଦର୍ଥ କରାଯାଇଛି।ଯେଉଁଥିପାଇଁ ସେ ମର୍ମାହତ। ମା’ଙ୍କୁ ସମ୍ମାନ ଓ ସେମାନଙ୍କର ଅଭିଯୋଗ ଶୁଣୁଥିବାରୁ ସେମାନଙ୍କର ଆଶୀର୍ବାଦରେ ୬ଥର ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି।ତାଙ୍କର କହିବା ପଛରେ ସେଭଳି କିଛି ଉଦ୍ଦେଶ୍ୟ ନଥିଲା।ଯେଭଳି ଭାବେ ତାଙ୍କର ବକ୍ତବ୍ୟକୁ କଦର୍ଥ କରାଯାଇଛି।ଯେହେତୁ ତାଙ୍କର କଥାରେ କୌଣସି ତ୍ରୁଟି ନାହିଁ ତେଣୁ କ୍ଷମା ମାଗିବାର ପ୍ରଶ୍ନ ଉଠୁନି ବୋଲି ଶ୍ରୀ ମହାରଥୀ ସ୍ପଷ୍ଟ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଗାମୀ ଦିନରେ ସତ୍ୟବାଦୀରେ ଏକ କାର‌୍ୟ୍ୟକ୍ରମରେ ଯୋଗ ଦେବାକୁ ଯିବେ।ତାଙ୍କୁ ସ୍ୱାଗତ ପାଇଁ ଉତରାରୁ ସାତଶଙ୍ଖ ପର‌୍ୟ୍ୟନ୍ତ ୩୦ହଜାର ମହିଳା ଆସିବେ।ଏକଥା ପରିପ୍ରେକ୍ଷୀରେ ସେ କହିଥିଲେ ଯେ ୩୦ହଜାର ମହିଳା ଆସିଲେ ସେମାନଙ୍କର ସ୍ୱାମୀମାନେ ଆସିବେ।ତେଣୁ ମହିଳା ଓ ସେମାନଙ୍କ ସ୍ୱାମୀ ମିଶିଲେ ୬୦ହଜାର ହେବ । କିନ୍ତୁ ତାଙ୍କର ଏହି କଥାକୁ କଦର୍ଥ କରାଗଲା।ସେ ଗଣମାଧ୍ୟମକୁ ଦୋଷ ଦେଇ ତାଙ୍କର କଥାକୁ ଏଭଳି କଦର୍ଥ କରାନଯାଉ ବୋଲି ଅନୁରୋଧ କରିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

Most Popular

To Top