ଭୁବନେଶ୍ୱର(ଓଡବ୍ଲ୍ୟୁ): ଓଡ଼ିଶାର କଳା-ସଂସ୍କୃତି ଓ ବିଧାୟକଙ୍କ ପ୍ରତି ଅଶାଳୀନ ମନ୍ତବ୍ୟ ଦେଇ ଗିରଫ ହୋଇଥିବା ଦିଲ୍ଲୀର ସାମ୍ବାଦିକ ଅଭିଜିତ୍ ଆୟର ମିତ୍ର ଆଜି ବିଧାନସଭା ଗୃହ କମିଟି ଆଗରେ ହାଜର ହୋଇ ସତ୍ୟପାଠ ଦାଖଲ କରିଛନ୍ତି।
ସତ୍ୟପାଠରେ ସେ ନିଜର ବୟାନ ପାଇଁ ଦୁଃଖପ୍ରକାଶ କରିବା ସହ ନିଃସର୍ତ କ୍ଷମା ପ୍ରାର୍ଥନା କରିଛନ୍ତି।ଗତକାଲି ସେ ଗୃହ କମିଟି ଆଗରେ ହାଜର ହୋଇଥିଲେ ମଧ୍ୟ ସତ୍ୟପାଠ ଦାଖଲ କରିପାରିନଥିଲେ।ତାଙ୍କୁ ଆଜି ଦିନ ୧୧ଟା ସୁଦ୍ଧା ବ୍ୟକ୍ତିଗତ ହାଜର ହୋଇ ସତ୍ୟପାଠ ଦାଖଲ କରିବାକୁ କୁହାଯାଇଥିଲା।
ଆଜି ଏନେଇ ଗୃହ କମିଟି ଅଧ୍ୟକ୍ଷ ନରସିଂହ ମିଶ୍ର କହିଛନ୍ତି ଯେ ‘ଅଭିଜିତ୍ ଆୟରଙ୍କ ସତ୍ୟପାଠକୁ ତର୍ଜମା କରାଯିବ।ଯଦି ତର୍ଜମା ପରେ ଆବଶ୍ୟକ ପଡ଼ିବ ତାଙ୍କୁ ପୁଣିଥରେ ଡକାଯିବ।ବିଧାନସଭାର ନିର୍ଦ୍ଦେଶ ଅନୁସାରେ ଗୃହ ଯେଉଁ ଦିନ ବସିବ ସେହିଦିନ ଏହି ରିପୋର୍ଟ ପ୍ରଦାନ କରାଯିବ।ଆବଶ୍ୟକ ହେଲେ ପୁଣିଥରେ ଗୃହ କମିଟି ବୈଠକ ବସିବ।
ସୂଚନାଯୋଗ୍ୟ ଅଭିଜିତ୍ ଏବେ ଗିରଫ ହୋଇ ଝାରପଡ଼ା ଜେଲରେ ଅଛନ୍ତି।


