ଭୁବନେଶ୍ୱର(ଓଡବ୍ଲ୍ୟୁ): ଚଳିତମାସ ୧୬ତାରିଖରୁ ବିଧାନସଭା ଶୀତ ଅଧିବେଶନ ଆରମ୍ଭ ହେବ।ସାଧାରଣ ନିର୍ବାଚନ ପୂର୍ବରୁ ପଂଚଦଶ ବିଧାନସଭାର ଏହା ଶେଷ ଅଧିବେଶନ।ଏହି ଅଧିବେଶନ ଡିସେମ୍ବର ୧୫ତାରିଖ ପର୍ଯ୍ୟନ୍ତ ଚାଲିବ।ଏନେଇ ଆଜି ବିଧାନସଭା ସଚିବାଳୟ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି
ଏହି ଶୀତ ଅଧିବେଶନରେ ମୋଟ ୨୩ଟି କାର୍ଯ୍ୟ ଦିବସ ରହିଛି।ଏହି ଅଧିବେଶନ ଚାଲିଥିବା ସମୟରେ ବିଶ୍ୱକପ୍ ହକି ମ୍ୟାଚ ଆୟୋଜନ ହେଉଥିବାରୁ ପୁଲିସ ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିବା ଏକପ୍ରକାର ଚ୍ୟାଲେଞ୍ଜ ପାଲଟିବ।
ଏହି ଅଧିବେଶନ ନିର୍ବାଚନ ପୂର୍ବରୁ ଶେଷ ଅଧିବେଶନ ହୋଇଥିବାରୁ ଉଭୟ ବିଜେପି ଓ କଂଗ୍ରେସ ବିଭିନ୍ନ ପ୍ରସଙ୍ଗରେ ଶାସକ ଦଳକୁ ଘେରିବାର ସମ୍ଭାବନା ରହିଛି।


