ଭୁବନେଶ୍ୱର(ଓଡବ୍ଲ୍ୟୁ): ରାଜ୍ୟ ସରକାର ବରପୁତ୍ରମାନଙ୍କୁ ଯେଭଳି ଭାବରେ ଗତ ୧୮ ବର୍ଷ ଧରି ଅପମାନିତ କରୁଛନ୍ତି, ତା’ର ଜବାବ ଆଗାମୀ ଦିନରେ କଂଗ୍ରେସ ଦଳର କର୍ମୀମାନେ ଦେବେ ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି।
ଆଜି ପିସିସି କାର୍ଯ୍ୟାଳୟରେ ଏ ସମ୍ପର୍କରେ ସୂଚନା ଦେଇ ସେ କହିଛନ୍ତି ଯେ, ଡ. ହରେକୃଷ୍ଣ ମହତାବଙ୍କର ଏକ ପ୍ରତିମୂର୍ତି ତାଙ୍କ ଜନ୍ମଭୂମି ଓ କର୍ମଭୂମି ଭଦ୍ରକ ଜିଲ୍ଲାର ଅଗରପଡା ଠାରେ ସ୍ଥାପନ କରିବା ପାଇଁ ସେଠାକାର ବୁଦ୍ଧିଜୀବୀ ଓ ଅଂଚଳବାସୀ ବହୁ ଦିନରୁ ଦାବି କରିବା ସହ ପ୍ରୟାସ କରି ଆସୁଛନ୍ତି । ଏପରିକି ସରକାର ପ୍ରତିମୂର୍ତି ସ୍ଥାପନା ପାଇଁ ଏକ ନିର୍ଦ୍ଦିଷ୍ଟ ସ୍ଥାନ ନିରୂପଣ କରିବା ସହ ଜମି ପ୍ରଦାନ ମଧ୍ୟ କରିଥିଲେ।ପରବର୍ତୀ ସମୟରେ ହୀନ ରାଜନୈତିକ ଉଦ୍ଦେଶ୍ୟ ରଖି ସ୍ଥାନୀୟ ଶାସକ ଦଳ ନେତୃତ୍ୱ ଓ ଜିଲ୍ଲା ପ୍ରଶାସନ ସେହି ସ୍ଥାନଟିକୁ ଖାରଜ କରିବା ସହ ପ୍ରତିମୂର୍ତି ସଂପୃକ୍ତ ସ୍ଥାନରେ ସ୍ଥାପନ କରିବା ପାଇଁ ଅନୁମତିକୁ ପ୍ରତ୍ୟାହାର କରି ନେଇଛନ୍ତି।ପ୍ରଶାସନ ଡ. ମହତାବଙ୍କର ସ୍ମୃତି ସଂରକ୍ଷଣ କରିବା ପରିବର୍ତେ ଏହି ହୀନ ପ୍ରୟାସ ଅତ୍ୟନ୍ତ ନିନ୍ଦନୀୟ ଓ ଦୁର୍ଭାଗ୍ୟଜନକ ।
ଯଥାଶୀଘ୍ର ଡ. ମହତାବଙ୍କ ମୂର୍ତି ସ୍ଥାପନ ପାଇଁ ନିରୂପିତ ଜମି ପ୍ରଦାନ କରିବାକୁ ସ୍ଥାନୀୟ ପ୍ରଶାସନଙ୍କ ନିକଟରେ ପ୍ରଦେଶ କଂଗ୍ରେସ ପକ୍ଷରୁ ଦାବି କରାଯାଉଛି । ଯଦି ଆଗାମୀ ନଭେମ୍ବର ୨୭ ତାରିଖ ସୁଦ୍ଧା ସ୍ଥାନୀୟ ପ୍ରଶାସନ ପ୍ରତିମୂର୍ତି ପାଇଁ ଜମି ପ୍ରଦାନ ନକରେ ତେବେ ପ୍ରଦେଶ କଂଗ୍ରେସ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯିବ ବୋଲି ସେ ଚେତାବନୀ ଦେଇଛନ୍ତି । ଏହି ଅବସରରେ କଂଗ୍ରେସ ବାର୍ତା ଟ୍ରଷ୍ଟ ପକ୍ଷରୁ ‘କଂଗ୍ରେସ ବାର୍ତା’କୁ ଶ୍ରୀ ପଟ୍ଟନାୟକ ଉନ୍ମୋଚନ କରିଥିଲେ । ଦଳର ବରିଷ୍ଠ ସଦସ୍ୟମାନେ ଉପସ୍ଥିତ ଥିଲେ ।
ନବୀନଙ୍କ ହସ୍ତକ୍ଷେପ ସତ୍ତ୍ୱେ ଥମିଲାନି ଗଞ୍ଜାମ ବିଜେଡି ବିବାଦ
ଭୁବନେଶ୍ୱର(ଓଡ଼ିଶା ୱେୟାର): ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିଜ ଜିଲ୍ଲା ଗଞ୍ଜାମରେ ବିଜେଡି ବିପର୍ଯ୍ୟସ୍ତ ହେବାରେ ଲାଗିଛି । ଦଳର ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଛକାପଞ୍ଝା ଓ...