Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
ରାଜ୍ୟ

ମହାନଦୀ ବ୍ରିଜରୁ ବସ ଖସି ୧୦ ମୃତ

କଟକ(ଓଡବ୍ଲ୍ୟୁ): ମହାନଦୀ ବ୍ରିଜରେ ମଇଁଷିକୁ ଧକ୍କା ଦେଇ ଏକ ଯାତ୍ରୀବାହୀ ଖସି ପଡ଼ିବା ଫଳରେ ୧୦ ଜଣଙ୍କର ମୃତ୍ୟୁ ଘଟିଛି। ୩୭ ଜଣ ଗୁରୁତର ଆହତ ଅବସ୍ଥାରେ କଟକ ବଡ଼ମେଡ଼ିକାଲରେ ଭର୍ତ୍ତି ହୋଇଛନ୍ତି। ରାଜ୍ୟପାଳ ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଘଟଣାରେ ଦୁଃଖପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀପଟ୍ଟନାୟକ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଘୋ‌ଷଣା କରିଛନ୍ତି।

ତାଳଚେର ବଲଣ୍ଡାରୁ ଭୁବନେଶ୍ବର ଆସୁଥିବା ‘ଜଗନ୍ନାଥ’ ନାମକ ଏକ ଯାତ୍ରାବାହୀ ବସ୍‌ ଆଜି ସଂଧ୍ୟା ପାଖାପାଖି ସାଢେ ଛଅଟା ସମୟରେ ମହାନଦୀ ପୋଲ ଅତିକ୍ରମ କରୁଥିଲା। ଠିକ୍‌ ପୋଲ ମଝିରେ ଏକ ମଇଁଷିକୁ ଧକ୍କା ଦେଇ ବସ୍‌ଟି ପୋଲର ବାଡା ଭାଙ୍ଗି ପ୍ରାୟ ୩୦ ଫୁଟ ତଳକୁ ଖସି ପଡିଥିଲା। ବସ୍‌ରେ ଥିବା ୪୭ ଜଣ ଯାତ୍ରୀଙ୍କ ମଧ୍ୟରୁ ୧୦ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିଲା। ୩୭ ଜଣ ଗୁରୁତର ଆହତ ଅବସ୍ଥାରେ କଟକ ବଡ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ବାଲି ଉପରେ ବସ୍‌ଟି ପଡି ଥିବାବେଳେ ଏଥିରେ ଥିବା ଯାତ୍ରୀଙ୍କ ମଧ୍ୟରୁ ଅନେକ ବସ୍‌ରୁ ଛିଟ୍‌କି ବାଲିରେ ପଡିଥିଲେ। ଅନେକ ଯାତ୍ରୀ ବସ୍‌ ଭିତରେ ଚାପି ହୋଇ ରହିଥିଲେ। ମହାନଦୀ ମଝିରେ ବସ ପଡିଥିବା ବେଳେ ଅନ୍ଧାର ଯୋଗୁଁ ଉଦ୍ଧାର କାର‌୍ୟ୍ୟରେ ବିଳମ୍ବ ହୋଇଥିଲା।

ଶିଖରପୁର ପଟୁ ୪ଟି ବୋଟ୍‌ରେ ଉଦ୍ଧାରକାରୀ ଦଳ ମହାନଦୀ ଭିତରକୁ ଯିବା ସହ କିଛି ବାଟ ବାଲିରେ ଚାଲି ଆହତମାନଙ୍କୁ ଉଦ୍ଧାର କରିଥିଲେ। ଏହି ପ୍ରକ୍ରିୟାରେ ଉଦ୍ଧାର କାର‌୍ୟ୍ୟ ବିଳମ୍ବିତ ହୋଇଥିବା ବେଳେ ପୋଲ ଉପରେ ପ୍ରବଳ ଭିଡ ଯୋଗୁଁ ରାସ୍ତା ଜାମ ହୋଇଯାଇଥିଲା। ଓଡ୍ରାଫ ଟିମ୍, ଅଗ୍ନିଶମ ବିଭାଗ, ସ୍ଥାନୀୟ ପୁଲିସ ଉଦ୍ଧାର କାର‌୍ୟ୍ୟରେ ସାମିଲ ହୋଇଥିଲେ। ୧୦ଟି ଆମ୍ବୁଲାନ୍ସରେ ଆହତମାନଙ୍କୁ କଟକ ବଡ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଉଦ୍ଧାର କାର‌୍ୟ୍ୟର ନେତୃତ୍ବ ନେଉଥିବା ମୁଖ୍ୟ ଅଗ୍ନିଶମ ଅଧିକାରୀ ସୁକାନ୍ତ ସେଠୀ କହିବା ଅନୁଯାୟୀ, ବସ୍‌ ଭିତରେ ୧୫ରୁ ଅଧିକ ମହିଳା ଥିବା ବେଳେ ୭ ଜଣ ବରିଷ୍ଠ ନାଗରିକ ଓ କେତେଜଣ ଶିଶୁ ଥିଲେ। ତେବେ, ମୃତକଙ୍କ ମଧ୍ୟରେ ୩ ଜଣ ମହିଳା ଥିବା ସ୍ପଷ୍ଟ ହୋଇଛି।

Click to comment

Leave a Reply

Your email address will not be published. Required fields are marked *

Most Popular

To Top