ଭୁବନେଶ୍ୱର (ଓଡ଼ିଶା ୱେୟାର): ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଅବପାତରେ ପରିଣତ ହୋଇଛି। ଏହାର ପ୍ରଭାବରେ ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ତିନି ଦିନ ବର୍ଷା ଜାରି ରହିବ । ଏହା ସହିତ ଏହି ସମୟରେ ସମୁଦ୍ର ମଧ୍ୟ ଅଶାନ୍ତ ରହିବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଓଡିଶାରେ କେତେକ ଅଂଚଳରେ ଆସନ୍ତା ଡିସେମ୍ବର୧୫ ତାରିଖରେ ଝଡ, ବର୍ଷା ହେବାର ସମ୍ବାବନା ରହିଛି ବୋଲି ପାଣିପାଗ ବିଭାଗ ସୂଚନା ଦେଇଛନ୍ତି ।ବାତ୍ୟା ଲାଗି ସଜାଗ ରହିବା ସହ ଆପତ୍ତକାଳୀନ ଫସଲ ଯୋଜନା ଗ୍ରହଣ କରିବା ପାଇଁ ଚାଷୀମାନଙ୍କୁ ପରାମର୍ଶ ଦିଆଯାଇଛି । ସମସ୍ତ ଜିଲ୍ଲାପାଳମାନଙ୍କୁ ସଜାଗ ରହିବା ସହ ତୁରନ୍ତ କାର୍ୟ୍ୟନୁଷ୍ଠାନ ଲାଗି ସଜାଗ ରଖାଯାଇଛି । ଚାଷୀମାନଙ୍କୁ ସଜାଗ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । କଟାଯାଇଥିବା ଧାନକୁ ତୁରନ୍ତ କାଟି ନେଇ ସୁର କ୍ଷିତ ସ୍ଥାନରେ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏଥିସହ ମଣ୍ଡିରେ ପଡିରହିଥିବା ଧାନକୁ ଘୋଡାଇ ସୁରକ୍ଷା ରଖିବାକୁ ମଧ୍ୟ କୁହାଯାଇଛି । କେବେଳ ଧାନ ନୁହେଁ ଧାନ ସମେତ ଡାଲି ଜାତୀୟ ଫସଲ ଯଥା ମୁଗ, ବିରି, ବୁଟ, ମଟର ଓ କୋଳଥକୁ ପାଣି ନିଷ୍କାସନ କରିବାକୁ ବାଟ କରିବାକୁ କୁହାଯାଇଛି । ଏଥିସହ ପନିପରିବା ଲାଗିଥିବା ବିଲରେ ପାଣି କଟିବାକୁ ବାଟ କରିବା ସହ ଫଲକୋବି, ବନ୍ଧାକୋବି ଓ ଟମାଟର ଆଦି ତୋଳ ସଂଗହିତ ସ୍ଥାନରେ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।


