Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
ରାଜନୀତି

ବିଧାୟକ ଯୋଗେଶ ସିଂ କଂଗ୍ରେସରୁ ନିଲମ୍ବିତ

ଭୁବନେଶ୍ୱର(ଓଡ଼ିଶା ୱେୟାର): ବିଜେଡିରେ ସାମିଲ ହେବା ପାଇଁ ଗୋଡ଼ ଟେକି ବସିଥିବା ସୁନ୍ଦରଗଡ଼ ବିଧାୟକ ଯୋଗେଶ ସିଂ କଂଗ୍ରେସରୁ ନିଲମ୍ବିତ ହୋଇଛନ୍ତି । ଦଳବିରୋଧୀ କାର୍ଯ୍ୟ ପାଇଁ ତାଙ୍କ ବିରୁଦ୍ଧରେ ଏଭଳି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ବୋଲି ପିସିସି ଶୃଙ୍ଖଳା କମିଟି ଆବାହକ ଅନନ୍ତ ପ୍ରସାଦ ସେଠୀ ସୂଚନା ଦେଇଛନ୍ତି । ଶ୍ରୀ ସିଂଙ୍କ ବିରୁଦ୍ଧରେ ଆଜି ସନ୍ଧ୍ୟା ସୁଦ୍ଧା ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ହେବ ବୋଲି ପିସିସି ଶୃଙ୍ଖଳା କମିଟି ଅଧ୍ୟକ୍ଷ ହେମାନନ୍ଦ ବିଶ୍ୱାଳ ସୂଚନା ଦେଇଥିଲେ ।
କଂଗ୍ରେସରୁ ନିଲମ୍ବିତ ହେବା ପରେ ଶ୍ରୀ ସିଂ ଘୋଷଣା କରିଛନ୍ତି ଯେ, ସେ ବିଧାୟକ ପଦ ଓ କଂଗ୍ରେସରୁ ଇସ୍ତଫା ଦେବେ ।
ସୂଚନା ଅନୁସାରେ, ବିଧାୟକ ଶ୍ରୀ ସିଂ ଗତ କିଛିଦିନ ଧରି ବିଜେଡିକୁ ସୁହାଇବା ଭଳି ବୟାନ ଦେବାରେ ଲାଗିଛନ୍ତି । ଏପରିକି ଆସନ୍ତା ୨୫ତାରିଖରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମରେ ସେ ଯୋଗଦେବେନି ବୋଲି ସେ ଘୋଷଣା କରିଥିଲେ । ନିଜ ନିର୍ବାଚନମଣ୍ଡଳୀରେ କିଛି ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟ ଥିବାରୁ ସେ ଅନୁପସ୍ଥିତ ରହିବେ ବୋଲି କହିଥିଲେ । ଏହାସହିତ ନବୀନ ପଟ୍ଟନାୟକଙ୍କୁ ଜଣେ ବିଚକ୍ଷଣ ରାଜନେତା ଓ ଦକ୍ଷ ଶାସକ ବୋଲି ମଧ୍ୟ ମତ ଦେବାକୁ ପଛାଇ ନଥିଲେ । ଯୋଗେଶଙ୍କ ବିଜେଡିକୁ ସୁହାଇବା ଭଳି ବୟାନକୁ ଆଧାର କରି କଂଗ୍ରେସ ତାଙ୍କ ବିରୁଦ୍ଧରେ ଏଭଳି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଯଦିଓ ସାଲେପୁର ବିଧାୟକ ପ୍ରକାଶ ବେହେରା ମଧ୍ୟ ଏବେ ବିଜେଡିରେ ସାମିଲ ହେବାକୁ ପ୍ରୟାସ କରୁଥିବାର ଖବର ଗଣମାଧ୍ୟମରେ ପ୍ରକାଶ ପାଇଥିଲା । ଆଉ ତା’ଆଧାରରେ ଶ୍ରୀ ବେହେରାଙ୍କ ବିରୁଦ୍ଧରେ ମଧ୍ୟ ଅନୁରୂପ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ହେବାର ଆଶଙ୍କା କରାଯାଉଥିଲା, କିନ୍ତୁ ଶେଷ ମୁହୂର୍ତ୍ତରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ହସ୍ତକ୍ଷେପ ଯୋଗୁ ଶ୍ରୀ ବେହେରାଙ୍କ ଉପରେ ଦଳୀୟ କାର୍ଯ୍ୟାନୁଷ୍ଠାନକୁ ସାମୟିକ ସ୍ଥଗିତ ରଖାଯାଇଛି ।
ଶ୍ରୀ ବେହେରା ମଧ୍ୟ ଆଜି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସେଭଳି କୌଣସି ଦଳବିରୋଧୀ ମନ୍ତବ୍ୟ ଦେଇନଥିବା ସ୍ପଷ୍ଟ କରିଥିଲେ ।
ସୂଚନାଯୋଗ୍ୟ, କଂଗ୍ରେସ ବିଧାୟକ ନବ ଦାସ ଗତକାଲି କଂଗ୍ରେସରୁ ଇସ୍ତଫା ଦେଇଛନ୍ତି ଓ ୨୪ତାରିଖରେ ବିଜେଡିରେ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି । ନବଙ୍କ ଭଳି ଯୋଗେଶ ଓ ପ୍ରକାଶ ବିଜେଡିରେ ସାମିଲ ହେବେ ବୋଲି ଚର୍ଚ୍ଚା ହେଉଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top