ଭୁବନେଶ୍ୱର(ଓଡ଼ିଶା ୱେୟାର):ଓଡ଼ିଶା ବିଧାନସଭାର ନବନିର୍ବାଚିତ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଆଜି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ରାଜଭବନରେ ସୌଜନ୍ୟ ସାକ୍ଷାତ କରିଛନ୍ତି। ବାଚସ୍ପତି ଶ୍ରୀ ପାତ୍ର ବିଧାନସଭା କାର୍ଯ୍ୟ ପରିଚାଳନାରେ ରାଜ୍ୟପାଳଙ୍କ ସହଯୋଗ ଓ ମାର୍ଗଦର୍ଶନ କାମନା କରିଛନ୍ତି। ରାଜ୍ୟପାଳ ପ୍ରଫେସର ଲାଲ ଶ୍ରୀ ପାତ୍ରଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ସହିତ ତାଙ୍କର ଦୀର୍ଘ ଅଭିଜ୍ଞତା ଓ ଉପଲବ୍ଧି ଗୃହ ପରିଚାଳନାରେ ବେଶ୍ ସହାୟକ ହେବ ବୋଲି ଆଶା ପ୍ରକାଶ କରିଛନ୍ତି।
ପ୍ରାୟ ୩୦ ମିନିଟ୍ ଧରି ଆଲୋଚନାରେ ଉଭୟ ରାଜ୍ୟର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ସଂପର୍କରେ ଭାବବିନିମୟ କରିଥିଲେ। ବିଧାନସଭାର ମର୍ଯ୍ୟାଦା ଓ କ୍ରିୟାଶୀଳତା ସଂପର୍କରେ ଗୁରୁତ୍ୱ ଆରୋପ କରିବାକୁ ରାଜ୍ୟପାଳ ପ୍ରଫେସର ଲାଲ ବାଚସ୍ପତିଙ୍କୁ ପରାମର୍ଶ ଦେଇଥିଲେ। ରାଜ୍ୟପାଳଙ୍କ ପ୍ରମୁଖ ଶାସନ ମଧୁସୂଦନ ପାଢ଼ୀ ଓ ରାଜଭବନର ବରିଷ୍ଠ ଅଧିକାରୀମାନେ ବାଚସ୍ପତି ଶ୍ରୀ ପାତ୍ରଙ୍କୁ ସ୍ୱାଗତ ଜଣାଇଥିଲେ।


