Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ଚଳିତବର୍ଷରୁ ଓଡ଼ିଶାରେ ହୋମଷ୍ଟେ ଟୁରିଜିମ୍‌ , ସରକାର ଦେବେ ଆର୍ଥିକ ସହାୟତା

ଭୁବନେଶ୍ୱର(ଓଡ଼ିଶା ୱେୟାର): ରାଜ୍ୟରେ ଚଳିତ ଆର୍ଥିକ ବର୍ଷରୁ ହୋମଷ୍ଟେ୍ ସୁବିଧାଯୁକ୍ତ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରାଯିବ। ଏଥିପାଇଁ ରାଜ୍ୟ ସରକାର ପ୍ରଥମ ପର୍ଯ୍ୟାୟରେ କେତେକ ସ୍ଥାନକୁ ଚିହ୍ନଟ କରିଛନ୍ତି ଓ ଏସବୁ ସ୍ଥାନରେ ଆଗାମୀ ୧୦ବର୍ଷ ପର୍ଯ୍ୟନ୍ତ ଦେଶବିଦେଶର ପର୍ଯ୍ୟଟକଙ୍କୁ ‘ହୋମଷ୍ଟେ’ ସୁବିଧା ପ୍ରଦାନ କରି ସ୍ଥାନୀୟ ଉଦ୍ୟୋଗୀଙ୍କୁ ପ୍ରୋତ୍ସାହିତ କରିବାକୁ ଲକ୍ଷ୍ୟ ରଖାଯାଇଛି।

ଭୁବନେଶ୍ୱର(ଓଡ଼ିଶା ୱେୟାର): ଚଳିତ ଆର୍ଥିକ ବର୍ଷରୁ ରାଜ୍ୟରେ ହୋମଷ୍ଟେ୍ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରାଯିବ। ଏଥିପାଇଁ ରାଜ୍ୟ ସରକାର ପ୍ରଥମ ପର୍ଯ୍ୟାୟରେ କେତେକ ସ୍ଥାନକୁ ଚିହ୍ନଟ କରିଛନ୍ତି ଓ ଏସବୁ ସ୍ଥାନରେ ଆଗାମୀ ୧୦ବର୍ଷ ପର୍ଯ୍ୟନ୍ତ ଦେଶବିଦେଶର ପର୍ଯ୍ୟଟକଙ୍କୁ ‘ହୋମଷ୍ଟେ’ ସୁବିଧା ପ୍ରଦାନ କରି ସ୍ଥାନୀୟ ଉଦ୍ୟୋଗୀଙ୍କୁ ପ୍ରୋତ୍ସାହିତ କରିବାକୁ ଲକ୍ଷ୍ୟ ରଖାଯାଇଛି।
ଆଜି ମୁଖ୍ୟ ସଚିବ ଅସିତ୍ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ ରାଜ୍ୟର ପ୍ରମୁଖ ପର୍ଯ୍ୟଟନସ୍ଥଳୀରେ ‘ହୋମଷ୍ଟେ’ ସୁବିଧାକୁ ପ୍ରୋତ୍ସାହିତ କରିବାକୁ ନିଷ୍ପତ୍ତି ନିଆଯାଇଛି। ପ୍ରଥମ ପର୍ଯ୍ୟାୟରେ ବୁଦ୍ଧିଷ୍ଟ ସର୍କିଟ (ରତ୍ନଗିରି-ଉଦୟଗିରି-ଲଳିତଗିରି), କୋରାପୁଟର ଓନକାଡେଲି, କେନ୍ଦ୍ରାପଡ଼ା ଜିଲ୍ଲାର ଖୋଲା, ଗୁପ୍ତି, ଡାଙ୍ଗମାଳ, ଭିତରକନିକା ଜାତୀୟ ପାର୍କ, କନ୍ଧମାଳ ଜିଲ୍ଲାର ଦାରିଙ୍ଗିବାଡ଼ି ଓ ବେଲଘର, ମୟୂରଭଞ୍ଜ ଜିଲ୍ଲାର ଶିମିଳିପାଳ, ପିଠାବାଟ,ଯଶୀପୁର, ଅନୁଗୋଳ ଜିଲ୍ଲାର ଟିକରପଡ଼ା,ସାତକୋଶିଆ, ଖୋର୍ଦ୍ଧା ଜିଲ୍ଲାର ମଙ୍ଗଳାଯୋଡ଼ି ଓ ଚିଲିକା, ବରଗଡ଼ ଜିଲ୍ଲାର ଜିରୋ ପଏଣ୍ଟ ଓ ଧୋଡ୍ରାକୁସୁମରେ ଏହି ‘ହୋମଷ୍ଟେ’ ସୁବିଧାକୁ ପ୍ରାଥମିକତା ଭିତ୍ତିରେ ବିକଶିତ ଓ ପ୍ରୋତ୍ସାହିତ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ହୋମଷ୍ଟେ ସୁବିଧା ପ୍ରଦାନକାରୀଙ୍କୁ ମଧ୍ୟ ସରକାରୀ ପ୍ରୋତ୍ସାହନ ଯୋଗାଇ ଦିଆଯାଇଛି। ପ୍ରତ୍ୟେକ ବର୍ଷ ପ୍ରାୟ ୮୦ଟି ହୋମଷ୍ଟେ ସୁବିଧାପ୍ରଦାନକାରୀଙ୍କୁ ଆର୍ଥିକ ସହାୟତା ଦିଆଯିବ। ପ୍ରତ୍ୟେକ ହୋମଷ୍ଟେ ୟୁନିଟରେ ଅତିଥିଙ୍କ ପାଇଁ ଗୋଟିଏରୁ ୬ଟି ରୁମ୍ (ପ୍ରାୟ ୧୨ଟି ବେଡ) ସୁବିଧା ରହିବ। ଆଉ ଏସବୁ ପରିସରରେ ଗୃହର ମାଲିକ ନିଜ ପରିବାର ସହ ରହୁଥିବା ମଧ୍ୟ ଜରୁରୀ। ପ୍ରତ୍ୟେକ ରୁମର ସାଇଜ ୧୨୦ ବର୍ଗଫୁଟ ବିଶିଷ୍ଟ ଓ ସେଥିରେ ବାଥରୁମ୍ ମଧ୍ୟ ରହିବା ଜରୁରୀ। ଏହି ହୋମେଷ୍ଟେ ୟୁନିଟରେ ଫ୍ୟାନ ଓ ଏସି, ରୋଷେଇ ଘର, ପାୱାର ବ୍ୟାକଅପ୍ ,ମଶାମରା ଓ ଫାଷ୍ଟଏଡ୍ ସୁବିଧା ରହିଥିବା ଆବଶ୍ୟକ। ଏସବୁ ହୋମଷ୍ଟେ ନିମନ୍ତେ ଆଗ୍ରହୀ ସ୍ଥାନୀୟ ଲୋକଙ୍କୁ ଏକକାଳୀନ ଗୋଟିଏଥର ଆର୍ଥିକ ସହାୟତା କିଭଳି ଦିଆଯିବ ସେ ନେଇ ପଦକ୍ଷେପ ନେବାକୁ ମୁଖ୍ୟ ସଚିବ ନିର୍ଦ୍ଦେଶ ଦେଇଛନ୍ତି। ଦେଶବିଦେଶର ପର୍ଯ୍ୟଟକମାନଙ୍କୁ ଏହି ହୋମଷ୍ଟେ ଟୁରିଜିମ୍ ପ୍ରତି ଆକୃଷ୍ଟ କରିବା ନିମନ୍ତେ ଅନଲାଇନ ଟ୍ରାଭେଲ ଏଜେନ୍ସୀ ଯଥା ଏୟାରବିଏନବି, ଓୟୋ, ମେକମାଇଁଟ୍ରିପ ଆଦିଙ୍କ ମାଧ୍ୟମରେ ଆବଶ୍ୟକ ପଦକ୍ଷେପ ନିଆଯିବ। ହୋମଷ୍ଟେ ୟୁନିଟରେ ପର୍ଯ୍ୟଟକଙ୍କ ଆତିଥ୍ୟ, ନିରାପତ୍ତା ଓ ପରିଚ୍ଛନ୍ନତାକୁ ମଧ୍ୟ ପ୍ରାଥମିକତା ଦିଆଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି।

Click to comment

Leave a Reply

Your email address will not be published. Required fields are marked *

Most Popular

To Top