ରାୟପୁର: ଦିନକୁ ଦିନ ବଢ଼ୁଛି କରୋନା ମାମଲା। ପୁଣି ଧୀରେ ଧୀରେ ଫେରୁଛି ପୂର୍ବ ଭଳି ସ୍ଥିତି। ଏହା ଦୃଷ୍ଟିରେ ରଖି ବିଭିନ୍ନ ଛତିଶଗଡ ଦୁର୍ଗ ଜିଲ୍ଲା ସଂପୂର୍ଣ୍ଣ ଲକଡାଉନ୍ ଘୋଷଣା କରାଯାଇଛି। ଆସନ୍ତା ଏପ୍ରିଲ ୬ରୁ ୧୪ ଯାଏଁ ଏଠାରେ ସମୂର୍ଣ୍ଣ ତାଲାବନ୍ଦ ଘୋଷଣା କରିଛନ୍ତି ଜିଲ୍ଲାପାଳ। କରୋନା ସଂକ୍ରମଣ ବୃଦ୍ଧି ପରେ ଜିଲ୍ଲାପାଳ ନିଷ୍ପତ୍ତି ନେଇଛନ୍ତି।
ଲକ୍ଡାଉନ୍ ମଧ୍ୟରେ କେବଳ ଜରୁରୀ ସେବାଗୁଡିକୁ ଛାଡି ବାକି ସମସ୍ତ ସେବା ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହା ଛଡା ଜଗଦଲପୁର ରମେୟାକୁ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରାଯାଇଛି ।


