Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ହାଇଦରକୁ ୭ଦିନ ରିମାଣ୍ଡରେ ନେବ ପୁଲିସ

ଭୁବନେଶ୍ୱର, (ଓଡ଼ିଶା ୱେୟାର): କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସାଧୀନ ଥିବା ବେଳେ ଫେରାର ହୋଇ ଗିରଫ ହୋଇଥିବା ଗ୍ୟାଙ୍ଗଷ୍ଟର ହାଇଦରକୁ ୭ ଦିନ ପାଇଁ ରିମାଣ୍ଡରେ ନେବାକୁ ପୁଲିସ୍‌କୁ ମିଳିଛି ଅନୁମତି।

ଆଜି କଟକ ସିଟି ଜେଏମ୍‌ଏଫ୍‌ସି କୋର୍ଟ ମଙ୍ଗଳାବାଗ ପୁଲିସ୍‌କୁ ଦେଇଛନ୍ତି ଏହି ଅନୁମତି। ଆସନ୍ତାକାଲି ସକାଳ ୭ଟାରୁ ପୁଲିସ୍ ହାଇଦରକୁ ରିମାଣ୍ଡରେ ନେବ। ୨୩ ତାରିଖ ସକାଳ ୭ଟାରେ ତା’ ରିମାଣ୍ଡ ଅବଧି ଶେଷ ହେବ। ହାଇଦରକୁ ୧୦ ଦିନ ରିମାଣ୍ଡରେ ନେବାକୁ କୋର୍ଟରେ ଆବେଦନ କରିଥିଲା ପୁଲିସ୍।

‘ହାଇଦରକୁ ସର୍ଜରୀ ବିଭାଗ ମୁଖ୍ୟ କ୍ୟାବିନ୍ ଦେଇଥିଲେ ,ସେଠି ସିସିଟିଭି କଥା ସିଏ କହିପାରିବେ’
ଏପ୍ରିଲ୍ ୧୦ ତାରିଖ ଅପରାହ୍ଣରେ କଟକ ବଡ଼ ଡାକ୍ତରଖାନାରୁ ଫେରାର ହୋଇଯାଇଥିଲା ହାଇଦର। ତେବେ ଗତକାଲି ତେଲେଙ୍ଗାନାର ସଙ୍ଗାରେଡ୍ଡି ଜିଲ୍ଲାରୁ ତାକୁ ଗିରଫ କରାଯାଇଥିଲା। ତେଲେଙ୍ଗାନା ପୁଲିସ୍ ସହାୟତାରେ ତାକୁ ଧରିଥିଲା କମିଶନରେଟ୍ ପୁଲିସ୍‌ର ସ୍ୱତନ୍ତ୍ର ଟିମ୍‌। ଏହା ପରେ ତାକୁ ଆଜି ହାଇଦ୍ରାବାଦରୁ ଭୁବନେଶ୍ୱର ଅଣାଯାଇଥିଲା।

ହାଇଦରକୁ ଧରିବା ପାଇଁ କମିଶନରେଟ୍ ପୁଲିସ୍ ପକ୍ଷରୁ ତିନିଟି ଟିମ୍ ଗଠନ କରାଯାଇଥିଲା। ଗୋଟିଏ ଟିମ୍ ହାଇଦ୍ରାବାଦ ଯାଇଥିଲା। ଅନ୍ୟ ଦୁଇଟି ଟିମ୍ ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡ ଯାଇଥିଲା।

ଗୋଟିଏ ପଟେ ହାଇଦର ଧରାପଡ଼ିଥିବା ବେଳେ ଅନ୍ୟ ପଟେ ତାକୁ ଫେରାର ହେବାରେ ସାହାଯ୍ୟ କରିଥିବା ଅଭିଯୋଗରେ ପୁଲିସ୍ ୮ ଜଣ ଅଟକ ରଖିଛି। ସେମାନଙ୍କ ମଧ୍ୟରେ ୩ ଜଣ ଯୁବତୀ ଅଛନ୍ତି।

ହାଇଦର ଫେରାର ହେବା ପରେ କଟକ ମହାନଦୀବିହାର ଅଞ୍ଚଳରେ ରହୁଥିବା ତା’ ସହଯୋଗୀ ୟାକୁବ ଓରଫ ସଲ୍ଲୁ ଆତ୍ମସମର୍ପଣ କରିଥିଲା। ଏହା ପରେ ମଙ୍ଗଳାବାଗ ପୁଲିସ୍ ତାକୁ ଗିରଫ କରିଥିଲା।

ହାଇଦର ଫେରାର ଘଟଣାରେ ୬ ଜଣ ପୁଲିସ୍ କର୍ମଚାରୀଙ୍କୁ ସସ୍‌ପେଣ୍ଡ କରାଯାଇଛି। ଏହି ୬ ଜଣ ଡାକ୍ତରଖାନାରେ ହାଇଦରକୁ ଜଗିବା ଦାୟିତ୍ୱରେ ନିୟୋଜିତ ହୋଇଥିଲେ।

ଟ୍ୱିନ୍‌ସିଟି କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଆଜି ସାମ୍ବାଦିକ ସମ୍ମିଳନୀ କରି ହାଇଦର କେମିତି ଫେରାର ହୋଇଯାଇଥିଲା, ତା’ର ପୂରା ବିବରଣୀ ଦେଇଥିଲେ। ସେ କହିଥିଲେ, ଅସୁସ୍ଥତା ହେତୁ ମାର୍ଚ୍ଚ ୨୩ରୁ ସମ୍ବଲପୁର ଜେଲ୍‌ରୁ କଟକ ବଡ଼ ଡାକ୍ତରଖାନାକୁ ଆସିଥିଲା ହାଇଦର। ତେବେ ୧୭ ଦିନ ପରେ ଏପ୍ରିଲ ୧୦ ତାରିଖ ଅପରାହ୍ନ ପ୍ରାୟ ୪ଟାରୁ ୪.୩୦ ମଧ୍ୟରେ ଜଗିଥିବା ଗାର୍ଡକୁ ନିଶାଗ୍ରସ୍ତ କରି ସେ ଖସି ପଳାଇଥିଲା। ତେବେ ୧୨୦ ଘଣ୍ଟାର ଅପରେସନ୍ ପରେ ସେ ପୁଣି ପୁଲିସ୍ ଜାଲରେ ପଡ଼ିଥିଲା।

ସୂଚନାଯୋଗ୍ୟ, ହାଇଦର ଫେରାର ହୋଇଯିବା ପରେ ପୁଲିସ୍‌କୁ ବିଭିନ୍ନ ବର୍ଗରୁ ତୀବ୍ର ସମାଲୋଚନାର ଶିକାର ହେବାକୁ ପଡ଼ିଥିଲା। ଏମିତି କି ପୁଲିସ୍‌ର କିଛି ବଡ଼ ଅଫିସର ଷଡ଼ଯନ୍ତ୍ର କରି ତାକୁ ଫେରାର କରାଇ ଦେଇଥିଲେ ବୋଲି ଅଭିଯୋଗ ହୋଇଥିଲା।

Click to comment

Leave a Reply

Your email address will not be published. Required fields are marked *

Most Popular

To Top