ଭୁବନେଶ୍ୱର, (ଓଡ଼ିଶା ୱେୟାର): ଭୁବନେଶ୍ୱର ମହାନଗର ନିଗମ(ବିଏମ୍ସି) ଅଞ୍ଚଳରେ ପୁଣି ଟ୍ରିପ୍ଲ ସେଞ୍ଚୁରୀ ମାରିଛି କରୋନା। ଆଜି ୩୧୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ୬୬ ଜଣ କ୍ୱାରେଣ୍ଟାଇନ୍ରେ ଥିବା ବେଳେ ୨୪୫ ଜଣ ଲୋକାଲ୍ କେସ୍। ଏନେଇ ବିଏମ୍ସି ଟ୍ୱିଟ୍ କରିଛି। ଗୁରୁବାର ବିଏମ୍ସି ଅଞ୍ଚଳରୁ ୩୭୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବୁଧବାର ୩୦୭ ଜଣ ଜିହ୍ନଟ ହୋଇଥିଲେ।
ଆଜି ଚିହ୍ନଟ ହୋଇଥିବା ୨୪୫ ଲୋକାଲ୍ କେସ୍ ଭିତରୁ ଭିମେଶ୍ୱର ମାର୍ଗ, ବିଏସ୍ଏନ୍ଏଲ୍ କଲୋନୀ, ଡୁମ୍ଡୁମା, ଗଜପତି ନଗର, ଗଣ୍ଡମୁଣ୍ଡା, ଗୌତମ ନଗର, ବୁଦ୍ଧେଶ୍ୱରୀ କଲୋନୀ, ଜଗମୋହନ ନଗର, ଜୟଦୁର୍ଗା ନଗର, ସୌଭାଗ୍ୟ ନଗର, ନ୍ୟୁ ଏଜି କଲୋନୀ, ଓଲଡ୍ ଏଜି କଲୋନୀ, ଓପିଟିସିଏଲ୍ କଲୋନୀ, ଓୟୁଏଟି କଲୋନୀ, ପ୍ରଶାନ୍ତ ବିହାର, ପାହାଳ, ପାଇକ ନଗର, ସିଆର୍ପିଏଫ୍ ଛକ, ରଘୁନାଥପୁର, ୟୁନିଟ୍-୭, ୟୁନିଟ୍-୯, ବାଣୀବିହାର ଓ ବିବେକାନନ୍ଦ ମାର୍ଗରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି।


