Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ସୁରଟରେ ‘ପ୍ରବାସୀ କେନ୍ଦ୍ର’ ଖୋଲିଲା, ପ୍ରବାସୀ ଓଡ଼ିଆଙ୍କୁ ମିଳିବ ସବୁ ସହାୟତା

ଭୁବନେଶ୍ୱର(ଓଡ଼ିଶା ୱେୟାର): ଗୁଜୁରାଟର ସୁରଟଠାରେ ‘ପ୍ରବାସୀ କେନ୍ଦ୍ର’କୁ ସୋମବାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉଦଘାଟନ କରିଛନ୍ତି । ଏହି କେନ୍ଦ୍ର ମାଧ୍ୟମରେ ଏଠାରେ ରହୁଥିବା ପ୍ରବାସୀ ଓଡ଼ିଆଙ୍କ ସମେତ ଅନ୍ୟ ପ୍ରବାସୀମାନେ ମଧ୍ୟ ସବୁ ପ୍ରକାରର ସହାୟତା ପାଇବା ସହ ବିଭିନ୍ନ ସରକାରୀ ଯୋଜନାର ଲାଭ ମଧ୍ୟ ଉଠାଇ ପାରିବେ । କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ସୋମବାର ଗୁଜରାଟର ସୁରଟ ଗସ୍ତ କରି ସେଠାରେ ‘ପ୍ରବାସୀ କେନ୍ଦ୍ର’ର ଉଦ୍‌ଘାଟନ କରି କହିଛନ୍ତି ଯେ ଭାରତ ସରକାର ଦେଶରେ ପ୍ରବାସୀଙ୍କ ଜୀବନଜୀବିକାକୁ ଗୁରୁତ୍ୱ ଦେବା ସହ ସେମାନଙ୍କ ଉନ୍ନତି ପାଇଁ ବଦ୍ଧପରିକର । ‘ପ୍ରବାସୀ କେନ୍ଦ୍ର’ ପ୍ରବାସୀ ଶ୍ରମିକମାନଙ୍କର ଏକ ସବିଶେଷ ରୂପରେଖ ପ୍ରସ୍ତୁତ କରିବା ସହ ସେମାନଙ୍କୁ ସେମାନଙ୍କର ଦକ୍ଷତା ଅନୁଯାୟୀ ଶ୍ରେଣୀଭୁକ୍ତ କରିବ ତଥା କାମ ପ୍ରଦାନ କରିବ । ଏହା ଦ୍ୱାରା ଭାରତ ସରକାରଙ୍କ ‘ଶ୍ରମଶକ୍ତି’ ସହ ସମ୍ପୃକ୍ତ ଶିଳ୍ପ ସହିତ ସଂଯୋଗ କରିବା ଓ ପ୍ରବାସୀଙ୍କ ଜୀବିକା ବୃଦ୍ଧି ଏବଂ ସେମାନଙ୍କର ସମ୍ମାନକୁ ସୁନିଶ୍ଚିତ କରିବ । ‘ମାଇଁ ସୁରଟ’ ଦ୍ୱାରା ଏଭଳି ପଦକ୍ଷେପ ନିଆଯାଇଥିବାବେଳେ ସହରର ଜୀବନଜୀବିକା କେନ୍ଦ୍ର ସହିତ ସଂଯୋଗ ଥିବା ପ୍ରବାସୀମାନେ ଅଧିକ ଉପକୃତ ହୋଇପାରିବେ । ସମଗ୍ର ଭାରତର ପ୍ରବାସୀଙ୍କ ଘର କୁହାଯାଉଥିବା ସୁରଟ୍ ହିଁ ପ୍ରବାସୀମାନଙ୍କୁ ଆତ୍ମନିର୍ଭର କରିବାରେ ବଡ଼ ଭୂମିକା ଗ୍ରହଣ କରିଛି । ପ୍ରବାସୀଙ୍କୁ ସାମାଜିକ ତଥା ଆର୍ôଥକ ସୁରକ୍ଷା ଦେବାରେ ଏକ ମଡ଼େଲ ଭାବେ ‘ପ୍ରବାସୀ କେନ୍ଦ୍ର’ ଉଭା ହୋଇଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top