ଭୁବନେଶ୍ୱର(ଓଡ଼ିଶା ୱେୟାର): ଆପଣ ପଶ୍ଚିମବଙ୍ଗ ଯାଉଛନ୍ତି କି? ତେବେ ନିଜ ଜଞଚଉଜ ନେଗେଟିଭ୍ ରିପୋର୍ଟ ସାଙ୍ଗରେ ଧରି ଯାଆନ୍ତୁ। ନଚେତ ପଶ୍ଚିମବଙ୍ଗରେ ମିଳିବନି ପ୍ରବେଶ ଅନୁମତି। ରାଜ୍ୟରେ ବଢ଼ୁଥିବା କରୋନା ସଂକ୍ରମଣକୁ ବ୍ରେକ୍ କରିବାକୁ ଏପରି ନୂଆ କଟକଣା ଜାରି କରିଛନ୍ତି ପଶ୍ଚିମବଙ୍ଗ ସରକାର।
ଗତକାଲି ରାଜ୍ୟରେ ନୂଆ ସରକାର ଦାୟିତ୍ୱ ନେଉ ନେଉ ଅନ୍ୟ ରାଜ୍ୟରୁ ପଶ୍ଚିମବଙ୍ଗକୁ ଯାଉଥିବା ଯାତ୍ରୀଙ୍କ ପାଇଁ ନୂଆ ନିୟମାବଳୀ ଜାରି କରିଛନ୍ତି । ବିଭିନ୍ନ ରାଜ୍ୟରୁ ଆସୁଥିବା ସମସ୍ତ ରେଳଯାତ୍ରୀଙ୍କ ପାଇଁ ଜଞଚଉଜ ନେଗେଟିଭ୍ ରିପୋର୍ଟ ଆଣିବାକୁ ବାଧ୍ୟତାମୂଳକ କରାଯାଇଛି।
ପଶ୍ଚିମବଙ୍ଗ ଅଭିମୁଖେ ଯାଉଥିବା ଟ୍ରେନରେ ବସିବା ପୂର୍ବରୁ ନଚେତ ୭୨ ଘଣ୍ଟା ମଧ୍ୟରେ ହୋଇଥିବା ଜଞଚଉଜ ଟେଷ୍ଟ କରିବାକୁ କୁହାଯାଇଛି। ଏହି ଟେଷ୍ଟ ରିପୋର୍ଟ ନେଗେଟିଭ୍ ଆସିଲେ ହିଁ ତାକୁ ସାଙ୍ଗରେ ଧରି ଯିବାକୁ ବାଧ୍ୟତାମୂଳକ କରାଯାଇଛି ।
ପଶ୍ଚିମବଙ୍ଗ ସରକାରଙ୍କ ଏ ନିଷ୍ପତ୍ତି ସଂପର୍କରେ ପୂର୍ବତଟ ରେଳପଥ ପକ୍ଷରୁ ଯାତ୍ରୀମାନଙ୍କୁ ଜଣାଇ ଦିଆଯାଇଛି। ପୁରୀ, ଭୁବନେଶ୍ୱର ଓ ସମ୍ବଲପୁରରୁ ପଶ୍ଚିମବଙ୍ଗ ଅଭିମୁଖେ ଯାଉଥିବା ପୁରୀ-ହାଓଡ଼ା ସ୍ପେଶାଲ, ପୁରୀ-ହାଓଡ଼ା ଦୁରନ୍ତ, ଭୁବନେଶ୍ୱର-ହାଓଡ଼ା ସ୍ପେଶାଲ ଓ ସମ୍ବଲପୁର-ହାଓଡ଼ା ସ୍ପେଶାଲ ଟ୍ରେନରେ ଯାଉଥିବା ଯାତ୍ରୀମାନଙ୍କୁ ଜଞଚଉଜ ରିପୋର୍ଟ ଆଣିବାକୁ କୁହାଯାଇଛି।


