Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

୯ମାସ ପରେ ମଇଦାନକୁ ଓହ୍ଲାଇବେ ନବୀନ, ଭବ୍ୟ ସ୍ୱାଗତ ପାଇଁ ପ୍ରସ୍ତୁତି

ଭୁବନେଶ୍ୱର(ଓଡ଼ିଶା ୱେୟାର): କରୋନା ମହାମାରୀ ଯୋଗୁ ଗତ ୯ମାସ ଧରି ସମସ୍ତଙ୍କଠୁ ଦୂରେଇ ରହିଥିବା ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ୧୪ତାରିଖ ଦିନ ପ୍ରଥମଥର ପାଇଁ ସାର୍ବଜନୀନ କାର୍ଯ୍ୟକ୍ରମରେ ଯୋଗଦେବେ । ମୁଖ୍ୟମନ୍ତ୍ରୀ ନିଜକୁ ସଙ୍ଗରୋଧରେ ରଖିଥିବା ନେଇ ବିରୋଧୀ ଦଳଗୁଡ଼ିକ ତୀବ୍ର ସମାଲୋଚନା କରୁଥିବାବେଳେ ୧୪ତାରିଖରେ ନବୀନ କଳାହାଣ୍ଡି ଜିଲ୍ଲା ଗସ୍ତ କରି ଇନ୍ଦ୍ରାବତୀ ଜଳସେଚନ ପ୍ରକଳ୍ପକୁ ଲୋକାର୍ପଣ କରିବା ସହ ସେଠାରେ ପୌର ନିର୍ବାଚନ ପାଇଁ ଶଙ୍ଖଦାନ କରିବେ । ନବୀନଙ୍କୁ ସ୍ୱାଗତ ପାଇଁ ଉଭୟ ଦଳ ଓ ସରକାରଙ୍କ ପକ୍ଷରୁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଛି ।
ମିଳିଥିବା ସୂଚନା ଅନୁସାରେ, ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଆସନ୍ତା ୧୪ତାରିଖରେ କଳାହାଣ୍ଡି ଜିଲ୍ଲା ଗସ୍ତରେ ଯାଇ ଭବାନୀପାଟଣାଠାରେ ଇନ୍ଦ୍ରାବତୀ ପ୍ରକଳ୍ପର ଲୋକାର୍ପଣ କରିବେ । ଇନ୍ଦ୍ରାବତୀ ମେଗା ଉଠା ଜଳସେଚନ ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ କଳାହାଣ୍ଡି ଜିଲ୍ଲାର କୋକସରା, ଧର୍ମଗଡ଼ ଓ ଜୟପାଟଣା ବ୍ଲକକୁ ଜଳସେଚନ ସୁବିଧା ମିଳିବ ଓ ସ୍ଥାନୀୟ ବାସିନ୍ଦାଙ୍କର ଦୀର୍ଘବର୍ଷର ଦାବି ପୂରଣ ହେବ । ସେହିପରି ବାନେରରେ ନୂଆ ଗ୍ରୀଡ୍ ସବଷ୍ଟେସନ ମଧ୍ୟ ଲୋକାର୍ପିତ ହେବ । ଏହାଦ୍ୱାରା କଳାହାଣ୍ଡି ଜିଲ୍ଲାବାସୀଙ୍କୁ ପ୍ରଥମଥର ପାଇଁ ଇନ୍ଦ୍ରାବତୀରୁ ସିଧାସଳଖ ବିଦ୍ୟୁତ ମିଳିବ ଓ ଜିଲ୍ଲାବାସୀ ୨୪ଘଣ୍ଟିଆ ଅନବରତ ବିଜୁଳି ସୁବିଧା ପାଇପାରିବେ । ଏହି ସରକାରୀ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଯୋଗଦେବେ ।
ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀଙ୍କ ଏହି କାର୍ଯ୍ୟକ୍ରମକୁ ଜିଲ୍ଲାରେ ଦଳୀୟସ୍ତରରେ ବ୍ଲକ ଓ ପଂଚାୟତସ୍ତରରେ ଜୋରଦାର ଢଙ୍ଗରେ ପାଳନ କରାଯିବାକୁ ନିଷ୍ପତ୍ତି ହୋଇଛି । ୯ମାସ ପରେ ଶ୍ରୀ ପଟ୍ଟନାୟକ ପ୍ରଥମଥର ପାଇଁ ଜିଲ୍ଲା ଗସ୍ତରେ ଯାଇ ସରକାରୀ କାର୍ଯ୍ୟକ୍ରମରେ ଯୋଗଦେବେ । ତେଣୁ ୯ମାସ ପରେ ମୁଖ୍ୟମନ୍ତ୍ରୀଙ୍କ ପ୍ରଥମ ଉପସ୍ଥିତିକୁ ଦଳ ନିଜସ୍ୱ ଢଙ୍ଗରେ ବ୍ୟାପକ ପ୍ରଚାରପ୍ରସାର କରିବାକୁ ରଣନୀତି ପ୍ରସ୍ତୁତ କରିଛି । ନବୀନ ନିବାସ ମଧ୍ୟରୁ ମୁଖ୍ୟମନ୍ତ୍ରୀ ବାହାରୁ ନାହାନ୍ତି ବୋଲି ଉଭୟ ବିଜେପି ଓ କଂଗ୍ରେସ ବାରମ୍ବାର ଅଭିଯୋଗ କରୁଛନ୍ତି । ଏହାକୁ କାଉଣ୍ଟର କରିବା ପାଇଁ ଦଳ ଏଭଳି ବ୍ୟାପକ କାର୍ଯ୍ୟକ୍ରମ କରିଥିବା ଜଣାପଡ଼ିଛି ।
ବିଜେଡିର ପଶ୍ଚିମ ଓଡ଼ିଶାର ନେତାମାନଙ୍କ ସହ ପ୍ରାୟ ୬୦ଜଣ ଦଳୀୟ ବିଧାୟକ ଓ ଅଧିକାଂଶ ମନ୍ତ୍ରୀଙ୍କୁ ଏହି କାର୍ଯ୍ୟକ୍ରମରେ ସାମିଲ ହେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏହି ନେତାମାନଙ୍କୁ ଜାନୁୟାରୀ ୧୨ତାରିଖ ସୁଦ୍ଧା ଭବାନୀପାଟଣାରେ ପହଂଚିବାକୁ କୁହାଯାଇଛି । ସମସ୍ତ ନେତାଙ୍କୁ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ପଂଚାୟତ ଓ ବ୍ଲକ୍ ଦାୟିତ୍ୱ ନ୍ୟସ୍ତ କରାଯିବ । ପଂଚାୟତ ଓ ବ୍ଲକକୁ ଯାଇ ଏହି ନେତାମାନେ ସେଠାରେ ସ୍ଥାନୀୟ କର୍ମୀ ଓ ସାଧାରଣ ଲୋକଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଉଦଘାଟନୀ କାର୍ଯ୍ୟକ୍ରମକୁ ବଡ଼ ବଡ଼ ଏଲସିଡି ମାଧ୍ୟମରେ ଦେଖିବା ସହ ଉତ୍ସବ ପାଳନ କରିବେ ବୋଲି ସୂଚନା ମିଳିଛି ।
ଦଳ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ପୌର ନିର୍ବାଚନ ପ୍ରସ୍ତୁତି ପାଇଁ ମଧ୍ୟ ଶଙ୍ଖନାଦ କରିବ । ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ମଧ୍ୟ ସରକାରୀ କାର୍ଯ୍ୟକ୍ରମରେ ବିଭିନ୍ନ ଜିଲ୍ଲା ଗସ୍ତରେ ଯାଇ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେବେ ଓ ପୌର ନିର୍ବାଚନ ପ୍ରସ୍ତୁତି ପ୍ରକ୍ରିୟାକୁ ଜୋରଦାର କରାଇବେ ବୋଲି ଜଣାପଡ଼ିଛି ।
ସୂଚନାଯୋଗ୍ୟ, ଗତବର୍ଷ ମାର୍ଚ୍ଚ ମାସରେ କରୋନା ମହାମାରୀ ସଂକ୍ରମଣ ହେବା ପରଠୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ସାର୍ବଜନୀନ କାର୍ଯ୍ୟକ୍ରମରୁ ଦୂରେଇ ରହିଥିଲେ । କାଁ ଭାଁ ଗୋଟିଏ-ଦୁଇଟି କାର୍ଯ୍ୟକ୍ରମକୁ ଛାଡ଼ିଦେଲେ ମୁଖ୍ୟମନ୍ତ୍ରୀ ପ୍ରାୟତଃ ସବୁ ଦଳୀୟ ଓ ସରକାରୀ କାର୍ଯ୍ୟକ୍ରମରେ ଭର୍ଚୁଆଲ ମୋଡରେ ଉପସ୍ଥିତ ରହୁଥିଲେ । ଏପରିକି ଶ୍ରୀ ପଟ୍ଟନାୟକ ବାଲେଶ୍ୱର ଓ ତିର୍ତ୍ତୋଲ ବିଧାନସଭା ଆସନରେ ହୋଇଥିବା ଦୁଇଟି ଉପନିର୍ବାଚନରେ ମଧ୍ୟ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ଭର୍ଚୁଆଲ ମୋଡରେ ପ୍ରଚାର କରିଥିଲେ । ବିଧାନସଭା ଅଧିବେଶନରେ ମଧ୍ୟ ଭର୍ଚୁଆଲ ମୋଡରେ ସାମିଲ ହୋଇଥିଲେ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top