Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ରେଳ ପ୍ରକଳ୍ପ ପାଇଁ ୭୨୦୦କୋଟି ଟଙ୍କା ଦାବି କଲା ଓଡ଼ିଶା

ଭୁବନେଶ୍ୱର(ଓଡ଼ିଶା ୱେୟାର): ୨୦୨୧-୨୨ ଆର୍ଥିକ ବର୍ଷର କେନ୍ଦ୍ର ବଜେଟରେ ଓଡ଼ିଶାର ରେଳ ପ୍ରକଳ୍ପର ବିକାଶ ନିମନ୍ତେ ସର୍ବନିମ୍ନ ୭୨୦୦କୋଟି ଟଙ୍କା ବ୍ୟବସ୍ଥା କରିବା ନିମନ୍ତେ ଓଡ଼ିଶା ଦାବି କରିଛି । ଏହାସହିତ ଶକ୍ତି କ୍ଷେତ୍ରରେ ଥିବା ବିଭିନ୍ନ ସମସ୍ୟାକୁ ଦୂର କରିବା, ପାଇପ୍ ପାନୀୟ ଜଳଯୋଗାଣ ବ୍ୟବସ୍ଥା ସହ, କେନ୍ଦ୍ରୀୟ ଯୋଜନାଗୁଡ଼ିକ ପାଇଁ ବ୍ୟୟବରାଦ ହେଉଥିବା ଅର୍ଥ ସମ୍ପର୍କରେ ଆଗୁଆ ତଥ୍ୟ ପ୍ରଦାନ ଏବଂ ରାଜ୍ୟସ୍ୱାର୍ଥ ଜଡ଼ିତ ଥିବା ଜରୁରୀ ନିଷ୍ପତ୍ତି ନେବା ପୂର୍ବରୁ ରାଜ୍ୟ ସରକାରମାନଙ୍କ ସହ ପୂର୍ବାଲୋଚନା କରିବା ନିମନ୍ତେ ଦାବି କରିଛି ।
ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳର ଅର୍ଥମନ୍ତ୍ରୀମାନଙ୍କ ସହ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆଜି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପ୍ରାକ୍ ବଜେଟ୍ ପ୍ରସଙ୍ଗରେ ଆଲୋଚନା କରିଥିଲେ । ଏହି ଆଲୋଚନାରେ ସାମିଲ ହୋଇ ରାଜ୍ୟ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଓଡ଼ିଶାର ପ୍ରମୁଖ ଦାବିକୁ ଉପସ୍ଥାପନ କରିଛନ୍ତି । ସେଥିରେ ୨୦୨୧-୨୨ ଆର୍ôଥକ ବର୍ଷରେ ଓଡ଼ିଶାରେ ଚାଲୁ ରହିଥିବା ତଥା ନୂଆ ଭାବେ କରାଯାଉଥିବା ବିଭିନ୍ନ ରେଳ ପ୍ରକଳ୍ପ ପାଇଁ ଅତିକମରେ ୭୨୦୦କୋଟି ଟଙ୍କାର ବ୍ୟବସ୍ଥା କରିବାକୁ ଦାବି କରିଛନ୍ତି । ଏହାସହିତ ସେଣ୍ଟ୍ରାଲ ସେଲସ୍ ଟ୍ୟାକ୍ସ ଆକ୍ଟ-୧୯୫୬ର ଧାରା ୮ର ଉପଧାରା-୩ରେ ସଂଶୋଧନ କରି ଫର୍ମ-ସିର ଅପବ୍ୟବହାର କରାଯାଇ ହାଇସ୍ପିଡ୍ ଡିଜେଲର ଆନ୍ତରାଜ୍ୟ କ୍ରୟକୁ ରୋକିବା, ଓଡ଼ିଶାର ସମସ୍ତ ପଂଚାୟତରେ ବ୍ୟାଙ୍କ ଶାଖା ଖୋଲିବା, ଅନଗ୍ରସର ଅଂଚଳରେ ଇଣ୍ଟରନେଟ୍ ବ୍ୟବସ୍ଥା ପାଇଁ ୨୦୨୧-୨୨ରେ ୫୬୫୦କୋଟି ଟଙ୍କା ବ୍ୟବସ୍ଥା, ଜାତୀୟ ରାଜପଥଗୁଡ଼ିକର ନିର୍ମାଣ ଓ ରକ୍ଷଣାବେକ୍ଷଣ ପାଇଁ ବଜେଟରେ ବ୍ୟବସ୍ଥା ନିମନ୍ତେ ଓଡ଼ିଶା ଦାବି କରିଛି ।
ଶକ୍ତି କ୍ଷେତ୍ରରେ ଟାରିଫ ପଲିସିରେ ଆବଶ୍ୟକ ସଂଶୋଧନପୂର୍ବକ ଅତି ପୁରୁଣା ପାୱାର ପର୍ଚେଜ୍ ଏଗ୍ରିମେଣ୍ଟଗୁଡ଼ିକ ବନ୍ଦ କରିବା, ଇଲେକ୍ଟିସିଟି ଆକ୍ଟ-୨୦୦୩ରେ ଆବଶ୍ୟକ ସଂଶୋଧନ କରି ସମସ୍ତ ଜଳବିଦ୍ୟୁତ ପ୍ରକଳ୍ପଗୁଡ଼ିକୁ ରିନ୍ୟୁଏବଲ ପାୱାର ଓବ୍ଲିଗେସନ୍ ପାଇଁ ଅନ୍ତର୍ଭୁକ୍ତ କରିବା, ବଳକା ଶକ୍ତିକୁ ବିକ୍ରି କରିବା ପାଇଁ ଏସଇସିଆଇ ଦ୍ୱାରା କରାଯାଉଥିବା ଟେଣ୍ଡର ପ୍ରକ୍ରିୟାରେ ଡିସକମ୍ କମ୍ପାନୀଗୁଡ଼ିକୁ ଭାଗ ନେବାକୁ ଅନୁମତି ଦେବା, କେନ୍ଦ୍ରୀୟ ପ୍ରବର୍ତ୍ତିତ ଯୋଜନାଗୁଡ଼ିକ ବାବଦରେ ରାଜ୍ୟକୁ ଯୋଜନାୱାରି ମିଳିବାକୁ ଥିବା ଅର୍ଥର ଆଗୁଆ ତଥ୍ୟ ପ୍ରଦାନ, ସମସ୍ତ ବାହ୍ୟ ସାହାଯ୍ୟପ୍ରାପ୍ତ ପ୍ରକଳ୍ପଗୁଡ଼ିକ ବାବଦକୁ ମିଳୁଥିବା ଋଣକୁ ଭାରତୀୟ ମୁଦ୍ରା ଆକାରରେ ପ୍ରଦାନ, କେନ୍ଦ୍ର ପ୍ରବର୍ତ୍ତିତ ଯୋଜନାବାବଦକୁ ସମସ୍ତ ଅର୍ଥ ରାଜ୍ୟ ବଜେଟ ଜରିଆରେ ପ୍ରଦାନ କରାଯିବା ତଥା ସିଧାସଳଖ ରାଜ୍ୟ ଟ୍ରେଜେରୀରୁ ଖର୍ଚ୍ଚ କରିବା ପାଇଁ ଅନୁମତି ପ୍ରଦାନ ନିମନ୍ତେ ଶ୍ରୀ ପୂଜାରୀ ଦାବି କରିଛି ।
ଏହି ସମସ୍ତ ପ୍ରସଙ୍ଗ ବ୍ୟତୀତ ରାଜ୍ୟ ସ୍ୱାର୍ଥଜଡ଼ିତ ଥିବା ଜରୁରୀ ନିଷ୍ପତ୍ତି ନେବା ପୂର୍ବରୁ ରାଜ୍ୟ ସରକାରମାନଙ୍କ ସହ ପୂର୍ବାଲୋଚନା କରିବା ନିମନ୍ତେ ଓଡ଼ିଶା ଦାବି କରିଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top