Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ନିଶାମୁକ୍ତ ଅଭିଯାନ: ୧୦ ଜିଲ୍ଲା ସର୍ବାଧିକ ପ୍ରଭାବିତ ଚିହ୍ନଟ ସତ୍ତ୍ୱେ ସଚେତନତା କାର୍ଯ୍ୟକ୍ରମ ଶୂନ୍‌

ଭୁବନେଶ୍ୱର(ଓଡ଼ିଶା ୱେୟାର): ଓଡ଼ିଶାର ୧୦ଟି ଜିଲ୍ଲା ସମେତ ଦେଶର ୨୭୨ଟି ଜିଲ୍ଲାକୁ ନିଶାଦ୍ରବ୍ୟ ଦ୍ୱାରା ସର୍ବାଧିକ ପ୍ରଭାବିତ ବୋଲି ଚିହ୍ନଟ କରି କେନ୍ଦ୍ର ସରକାର ଆବଶ୍ୟକ ଆକ୍ସନ୍ ପ୍ଲାନ୍ ପ୍ରସ୍ତୁତ କରିଥିଲେ ମଧ୍ୟ ଓଡ଼ିଶା ସରକାର ଏ ଦିଗରେ ସାମାନ୍ୟତମ ଆଗ୍ରହ ଦେଖାଇ ନାହାନ୍ତି । ୨୦୨୦-୨୧ ଆର୍ଥିକ ବର୍ଷରେ ଏହି ୨୭୨ଟି ଜିଲ୍ଲାରେ ‘ନିଶାମୁକ୍ତ ଭାରତ ଅଭିଯାନ’ କାର୍ଯ୍ୟକ୍ରମକୁ ସଫଳ କରିବା ନିମନ୍ତେ ପ୍ରସ୍ତୁତ ଆକ୍ସନ୍ ପ୍ଲାନରେ ୨୬୦କୋଟି ଟଙ୍କାର ବ୍ୟୟବରାଦ ହୋଇଛି । ଦେଶର ଅନ୍ୟ ରାଜ୍ୟଗୁଡ଼ିକରେ ଚିହ୍ନଟ ଜିଲ୍ଲାରେ ଏହି ନିଶାମୁକ୍ତ ସଚେତନତା ଅଭିଯାନ ଜୋରଦାର ଢଙ୍ଗରେ ଆରମ୍ଭ ହୋଇଥିଲେ ମଧ୍ୟ ଓଡ଼ିଶା ଏପର୍ଯ୍ୟନ୍ତ କୌଣସି ପଦକ୍ଷେପ ନେଇନଥିବା ଜଣାପଡ଼ିଛି ।
ମିଳିଥିବା ସୂଚନା ଅନୁସାରେ, କେନ୍ଦ୍ର ସରକାର ୨୦୨୦-୨୧ ଆର୍ଥିକ ବର୍ଷରେ ‘ନିଶାମୁକ୍ତ ଭାରତ ଅଭିଯାନ’ କାର୍ଯ୍ୟକ୍ରମରେ ରାଜ୍ୟର ୧୦ଟି ଜିଲ୍ଲା ଅନୁଗୁଳ, ବୌଦ,କଟକ, ଦେବଗଡ଼, ଗଜପତି, କନ୍ଧମାଳ, ମାଲକାନଗିରି, ପୁରୀ, ରାୟଗଡ଼ା ଓ ସମ୍ବଲପୁରକୁ ସର୍ବାଧିକ ପ୍ରଭାବିତ ଭାବେ ଚିହ୍ନଟ କରିଥିଲେ । ୨୦୨୦ ଅଗଷ୍ଟ ୧୫ତାରିଖରେ ଏହି ଅଭିଯାନକୁ କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତିକରଣ ବିଭାଗ ଦେଶବ୍ୟାପୀ କାର୍ଯ୍ୟକାରୀ କରିଥିଲା । ଚିହ୍ନଟ ହୋଇଥିବା ଜିଲ୍ଲାଗୁଡ଼ିକରେ ଏହି ଅଭିଯାନକୁ କାର୍ଯ୍ୟକାରୀ କରିବା ନିମନ୍ତେ ମନ୍ତ୍ରଣାଳୟ ସର୍ବୋଚ୍ଚ ପ୍ରାଥମିକତା ଦେଉଛି । କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଓ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋର ସହଯୋଗରେ ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରଣାଳୟ ଦେଶର ଯୁବପୀଢ଼ୀଙ୍କୁ ନିଶାସେବନରୁ ଦୂରେଇ ରଖିବା ନିମନ୍ତେ ବ୍ୟାପକ ଆକ୍ସନ ପ୍ଲାନ୍ ପ୍ରସ୍ତୁତ କରିଛି । ରାଜ୍ୟଗୁଡ଼ିକ ମଧ୍ୟ ସ୍ଥାନୀୟ ଆବଶ୍ୟକତା ଅନୁରୂପ କାର୍ଯ୍ୟକ୍ରମ ପ୍ରସ୍ତୁତ କରି ନିଶାମୁକ୍ତ ଅଭିଯାନକୁ ସଫଳ କରିବାକୁ କେନ୍ଦ୍ର ସରକାର ପରାମର୍ଶ ଦେଇଥିଲେ ।
ତେବେ ଆର୍ଥିକ ବର୍ଷ ଶେଷ ହେବାକୁ ଆଉ ମାତ୍ର ୨ମାସ ବାକି ଥିବାବେଳେ ଏପର୍ଯ୍ୟନ୍ତ ଓଡ଼ିଶା ସରକାର ଏହି ନିଶାମୁକ୍ତ ଅଭିଯାନକୁ ଉପରୋକ୍ତ ୧୦ଟି ସର୍ବାଧିକ ପ୍ରଭାବିତ ଜିଲ୍ଲାରେ ଆରମ୍ଭ କରିବାରେ ସକ୍ଷମ ହୋଇନାହାନ୍ତି । ଏପରିକି କେନ୍ଦ୍ର ସରକାରଙ୍କ ଗାଇଡଲାଇନ୍ ଅନୁସାରେ ନିଶାମୁକ୍ତ ଭାରତ ଅଭିଯାନ ଲକ୍ଷ୍ୟକୁ ହାସଲ କରିବା ନିମନ୍ତେ ଯେଉଁ ପରାମର୍ଶ ଦିଆଯାଇଛି ତାକୁ ବି ଗ୍ରହଣ କରିବା ମୁଡରେ ଓଡ଼ିଶା ସରକାର ନାହାନ୍ତି । ଯାହାକି ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଜାନୁୟାରୀ ୨୦ତାରିଖରେ ଉପରୋକ୍ତ ୧୦ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ଲେଖିଥିବା ଚିଠିରୁ ପରୋକ୍ଷରେ ପ୍ରମାଣିତ ହେଉଛି ।
ବିଭାଗର ନିର୍ଦ୍ଦେଶକ ବ୍ରତତୀ ହରିଚନ୍ଦନ ଏହି ୧୦ଟି ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ଚିଠି ଲେଖି କହିଛନ୍ତି ଯେ, ‘ନିଶାମୁକ୍ତ ଭାରତ ଅଭିଯାନ’ର ନ୍ୟୁଜଲେଟର ଡିସେମ୍ବର ମାସରେ ପ୍ରକାଶିତ ହୋଇଛି । ଏଥିରେ ରାଜ୍ୟଗୁଡ଼ିକ ନିଶାମୁକ୍ତ ନିମନ୍ତେ କରିଥିବା କାର୍ଯ୍ୟକ୍ରମଗୁଡ଼ିକ ସ୍ଥାନ ପାଇଛି । ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶିତ ସ୍ୱତନ୍ତ୍ର ନ୍ୟୁଜଲେଟର(ଦ୍ୱିତୀୟ ସଂସ୍କରଣ)ରେ ୧୮ଟି ରାଜ୍ୟରେ ନିଶାମୁକ୍ତି ଦିଗରେ ହୋଇଥିବା ବିଭିନ୍ନ କାର୍ଯ୍ୟକ୍ରମ ସାମିଲ ରହିଛି । ମାତ୍ର ସେଥିରେ ଓଡ଼ିଶା ନାହିଁ ।
ଏହି ନ୍ୟୁଜଲେଟରକୁ ଉପରୋକ୍ତ ୧୦ଟି ଜିଲ୍ଲାର ଜିଲ୍ଲାପାଳମାନଙ୍କ ନିକଟକୁ ପଠାଇ ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଅନୁରୂପ କାର୍ଯ୍ୟକ୍ରମମାନ ଆୟୋଜନ କରି ତା’ର ଆକ୍ସନଟେକେନ ରିପୋର୍ଟ ଦାଖଲ କରିବାକୁ କହିଛି । ଯାହାଫଳରେ ଭବିଷ୍ୟତରେ ପ୍ରକାଶିତ ହେବାକୁ ଥିବା ନ୍ୟୁଜଲେଟରରେ ଓଡ଼ିଶା ସ୍ଥାନ ପାଇପାରିବ ।
ତେବେ ପ୍ରଶ୍ନ ଉଠୁଛି, ଅଗଷ୍ଟ ୧୫ତାରିଖରୁ କେନ୍ଦ୍ର ସରକାର ନିଶାମୁକ୍ତ ଭାରତ ଅଭିଯାନ ଆରମ୍ଭ କରି ତା’ର ଗାଇଡଲାଇନ୍ ସହ ଆବଶ୍ୟକ ଅର୍ଥ ରାଜ୍ୟ ସରକାରଙ୍କୁ ପ୍ରଦାନ କରିସାରିଥିବାବେଳେ ଚିହ୍ନଟ ସର୍ବାଧିକ ପ୍ରଭାବିତ ଜିଲ୍ଲାଗୁଡ଼ିକରେ ଏ ନେଇ ଆବଶ୍ୟକ ସଚେତନତା କାର୍ଯ୍ୟକ୍ରମ କାହିଁକି ଆରମ୍ଭ ହୋଇପାରିନି । ସତରେ ସରକାର ନିଶାମୁକ୍ତ ଜିଲ୍ଲା ଚାହୁଁଛନ୍ତି ନା କେବଳ କେନ୍ଦ୍ର ସରକାରଙ୍କ ନ୍ୟୁଜଲେଟରରେ ଓଡ଼ିଶା ସ୍ଥାନ ପାଇବାକୁ ଧର୍ମକୁ ଆଖିଠାର ମାରିବା ଭଳି କାର୍ଯ୍ୟକ୍ରମ କରିବାକୁ ଜିଲ୍ଲାପାଳମାନଙ୍କୁ ପରାମର୍ଶ ଦେଇଛନ୍ତି ।
ଗାଁ ଗହଳିରେ ମଦର ଅବାଧ କାରବାର ଯୋଗୁ ରାଜ୍ୟରେ ଅବକାରୀ ଟିକସ ପ୍ରତିବର୍ଷ ଆଖିଦୃଶିଆ ଭାବେ ବଢ଼ିବାରେ ଲାଗିଛି । ୨୦୦୦-୦୧ରେ ଅବକାରୀ ଟିକସ ବାବଦରେ ମାତ୍ର ୧୩୫କୋଟି ଟଙ୍କା ମିଳୁଥିବାବେଳେ ୨୦ବର୍ଷ ଭିତରେ ତାହା ବୃଦ୍ଧି ପାଇ ୨୦୧୯-୨୦ରେ ପ୍ରାୟ ୪୬୦୦କୋଟି ଟଙ୍କାରେ ପହଂଚିଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top