Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

କେନ୍ଦ୍ର ବଜେଟକୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା

ଭୁବନେଶ୍ୱର(ଓଡ଼ିଶା ୱେୟାର):୨୦୨୧-୨୨ ଆର୍ଥିକ ବର୍ଷ ପାଇଁ କେନ୍ଦ୍ର ବଜେଟ ଉପସ୍ଥାପିତ ହେବାପରେ ରାଜନୀତିକ ମହଲରେ ବିଭିନ୍ନ ପ୍ରତିକ୍ରିୟା ଆସୁଥିବାବେଳେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ବଜେଟକୁ ପ୍ରଶଂସା କରିଛନ୍ତି । କେନ୍ଦ୍ର ବଜେଟକୁ ବିଜେଡିର ପ୍ରଶଂସା ଅନେକ କିଛି ଦିଗକୁ ଇଙ୍ଗିତ କରୁଛି ।
ମୁଖ୍ୟମନ୍ତ୍ରୀ ତାଙ୍କ ପ୍ରତିକ୍ରିୟାରେ ପହକିଛନ୍ତି ଯେ, କରୋନା ପରବର୍ତ୍ତୀ ପରିଦୃଶ୍ୟରେ ଏହା ପ୍ରଥମ ବଜେଟ୍ ଓ ଅନେକ ନୂଆ ଚ୍ୟାଲେଞ୍ଜ ରହିଛି ଯାହାକି ଏହି ବଜେଟ୍ ସମାଧାନ କରିବ ବୋଲି ଆଶା କରାଯାଉଛି । କେନ୍ଦ୍ରୀୟ ଟିକସ ବାବଦରେ ପ୍ରାୟ ଓଡ଼ିଶାକୁ ପ୍ରାୟ ୧୦୮୪୦କୋଟି ଟଙ୍କା ମିଳିବ ତଥା ପଂଚଦଶ ଅର୍ଥ କମିଶନଙ୍କ ସୁପାରିସ ଆଧାରରେ ରାଜ୍ୟର ଅଂଶଧନ ମଧ୍ୟ ଆଗାମୀ ୫ବର୍ଷ ପାଇଁ ୪.୬୨୯%ରୁ ୪.୫୨୮%କୁ ହ୍ରାସ ପାଇବ । ଏହା ରାଜ୍ୟର ଅର୍ଥନୀତି ଉପରେ ଗୁରୁତର ପ୍ରଭାବ ପକାଇବ ବୋଲି ଶ୍ରୀ ପଟ୍ଟନାୟକ ଆଶଙ୍କା ବ୍ୟକ୍ତ କରିଛନ୍ତି ।
ବଜେଟକୁ ପ୍ରଶଂସା କରି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, ଏହି ବଜେଟରେ କେତେକ ସକରାତ୍ମକ ଦିଗ ରହିଛି । ସେଗୁଡ଼ିକ ହେଲା, ଅଭିବୃଦ୍ଧିକୁ ଗତିଶୀଳ କରିବା ପାଇଁ ଆର୍ଥିକ ନିଅଣ୍ଟକୁ ସମ୍ପ୍ରସାରଣ କରିବାକୁ ସାହାସିକ ନିଷ୍ପତ୍ତି ନିଆଯାଇଛି । ‘ଆତ୍ମନିର୍ଭରଶୀଳ ଭାରତ’ ପାଇଁ ଏକ ମଧ୍ୟମ ଓ ଦୀର୍ଘକାଳୀନ ଦୃଷ୍ଟିଭଙ୍ଗୀ ରହିଛି । ଏହାସହିତ ଅଭିବୃଦ୍ଧି ପାଇଁ ପୁଞ୍ଜିନିବେଶ ଉପରେ ଗୁରୁତ୍ୱ ଦିଆଯାଇଛି । ବିକାଶମୂଳକ ଆର୍ଥିକ ପ୍ରତିଷ୍ଠାନର ପୁନଃପ୍ରଚଳନ, କୋଭିଡ୍ ଟୀକା ପାଇଁ ଅର୍ଥ ଆବଣ୍ଟନ, ଶିଳ୍ପ ଓ ନିର୍ଦ୍ଦିଷ୍ଟ କ୍ଷେତ୍ରଭିତ୍ତିକରେ ହସ୍ତକ୍ଷେପ ପ୍ରସ୍ତାବ ସହ ସମାନୁପାତିକ ଆବଣ୍ଟନର ଆଶା କରାଯାଉଛି ।
ତେବେ କେନ୍ଦ୍ରୀୟ ଟିକସରେ ବହୁ ପରିମାଣର ହ୍ରାସ ଯୋଗୁ ଓଡ଼ିଶା ବ୍ୟାପକ ଭାବେ ପ୍ରଭାବିତ ହେବ । ଚଳିତବର୍ଷ ପ୍ରାୟ ୧୦୮୪୦କୋଟି ଟଙ୍କାର ଟିକସ ହ୍ରାସ ପାଇବ ଏବଂ ପଂଚଦଶ ଅର୍ଥ କମିଶନଙ୍କ ସୁପାରିସରେ ରାଜ୍ୟକୁ ମିଳୁଥିବା ୪.୬୨୯% ହାରରେ ଅଂଶଧନ ମଧ୍ୟ ଆଗାମୀ ୫ବର୍ଷ ପାଇଁ ୪.୫୨୮%କୁ ହ୍ରାସ ପାଇବ । ଯାହାକି ରାଜ୍ୟ ଉପରେ ଗୁରୁତର ପ୍ରଭାବ ପକାଇବ ।
ସେହିପରି ଉଭୟ ରେଳବାଇ ଓ ରାଜପଥ କ୍ଷେତ୍ରରେ ଓଡ଼ିଶାରେ ଅଧିକ ପୁଞ୍ଜିବିନିଯୋଗର ଆବଶ୍ୟକା ରହିଛି, କିନ୍ତୁ ଅନ୍ୟ ରାଜ୍ୟ ପାଇଁ ଅଧିକ ଯୋଜନା କରାଯାଇଛି ।
ସେହିପରି ସାମାଜିକ ସହାୟତା କାର୍ଯ୍ୟକ୍ରମରେ ଆବଣ୍ଟନ ଓ ସ୍ଥାନୀୟ ସ୍ୱାୟତ୍ତ ସଂସ୍ଥା ପାଇଁ ହସ୍ତାନ୍ତର ପରିମାଣକୁ ବୃଦ୍ଧି କରାଯିବାର ଆବଶ୍ୟକତା ଅଛି ।
ପେଟ୍ରୋଲ ଓ ଡିଜେଲ ଉପରେ ସେସ୍ ପ୍ରବର୍ତ୍ତନ ଦ୍ୱାରା ରାଜସ୍ୱର କେନ୍ଦ୍ରୀକରଣ ହେବ ଓ ଏହା କେନ୍ଦ୍ର-ରାଜ୍ୟ ମଧ୍ୟରେ ଥିବା ସନ୍ତୁଳନ ଦୁର୍ବଳ ହେବ ।
ମହିଳା, ଚାଷୀ ଓ ଏମଏସଏମଇମାନଙ୍କୁ ଋଣ ଯୋଗାଇବା ଦିଗରେ ବ୍ୟାଙ୍କଗୁଡ଼ିକୁ ଅଧିକ ଉତ୍ତରଦାୟୀ କରିବାକୁ ପଡ଼ିବ ।

କେନ୍ଦ୍ର ବଜେଟ ଚଳିତଥର ସବୁଜ ଓ ଡିଜିଟାଲ ବଜେଟ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଖୁସିବ୍ୟକ୍ତ କରିଛନ୍ତି ଓ ଓଡ଼ିଶା ଗତବର୍ଷଠୁ ଏଭଳି କରୁଛି ବୋଲି କହିଛନ୍ତି ।
କେନ୍ଦ୍ର ବଜେଟରେ ମହିଳା ସଶକ୍ତିକରଣ (ମିଶନ ଶକ୍ତି) ଉପରେ ଗୁରୁତ୍ୱ ଦିଆଯାଇଥିବାରୁ ମଧ୍ୟ ମୁଖ୍ୟମନ୍ତ୍ରୀ ଖୁସି ବ୍ୟକ୍ତ କରିଛନ୍ତି । ୨୦୧୧-୧୨ରୁ ଓଡ଼ିଶାର ‘ମମତା’ ଯୋଜନାକୁ କେନ୍ଦ୍ର ସରକାର ଗ୍ରହଣ କରାଯିବା ପରେ ଆମ ରାଜ୍ୟର ଫ୍ଲାଗସିପ୍ ମହିଳା ସଶକ୍ତିକରଣ କାର୍ଯ୍ୟକ୍ରମ ‘ମିଶନ ଶକ୍ତି’ ହିଁ ସମଗ୍ର ଦେଶରେ ଓଡ଼ିଶା ଏକ ବେଂଚମାର୍କ ସ୍ଥାପନ କରିଥିବା ସ୍ପଷ୍ଟ ଭାବେ ଜଣାପଡ଼ୁଛି ।
ମମତା ଓ ମିଶନ ଶକ୍ତି ପରେ ମହିଳା ସଶକ୍ତିକରଣ ଦିଗରେ ପରବର୍ତ୍ତୀ ପଦକ୍ଷେପ ଭାବେ ଉଭୟ ଲୋକସଭା ଓ ବିଧାନସଭାରେ ମହିଳାମାନଙ୍କ ପାଇଁ ସଂରକ୍ଷଣ ଦିଗରେ ଯର୍ଥାର୍ଥ ପଦକ୍ଷେପ ନିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି । ଏଥିପାଇଁ ତାଙ୍କର ସଂଗ୍ରାମ ଜାରି ରହିବ ବୋଲି ମଧ୍ୟ ନିଜ ବଜେଟ୍ ପ୍ରତିକ୍ରିୟାରେ କହିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top