Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ରାଜ୍ୟ ବଜେଟ: ଦେଉଳକୁ ମୁଖଶାଳା ବଳିଗଲା, ବେକରେ କଣ୍ଟା ହୋଇଛି ମାତ୍ରାଧିକ ଘୋଷଣା

ଭୁବନେଶ୍ୱର(ଓଡ଼ିଶା ୱେୟାର): ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ରାଜ୍ୟ ସରକାର ୧ଲକ୍ଷ ୭୦ହଜାର କୋଟି ଟଙ୍କାର ବଜେଟ ଆଜି ବିଧାନସଭାରେ ଉପସ୍ଥାପନ କରିଛନ୍ତି । ଚିରାଚରିତ ଢଙ୍ଗରେ ବଜେଟର ଆକାରକୁ ୨୬% ଅଧିକ ବଢ଼ାଇ ପ୍ରଶଂସା ସାଉଁଟିବାକୁ ଉଦ୍ୟମ କରିଥିବାବେଳେ ପୁଞ୍ଜି ବ୍ୟୟ ଅଟକଳକୁ ହ୍ରାସ କରିବା ସହ ପ୍ରଶାସନିକ ବ୍ୟୟରେ ଲମ୍ବା ଡିଆଁ ମାରିଛନ୍ତି । ପୁଞ୍ଜି ବ୍ୟୟ ପରିମାଣ ହ୍ରାସ ଯୋଗୁ ରାଜ୍ୟର ସ୍ଥାୟୀ ଭିତ୍ତିଭୂମି ସହ ଅର୍ଥନୀତି ଉପରେ ଦୂରଗାମୀ ପ୍ରତିକୂଳ ପ୍ରଭାବ ପଡ଼ିବାର ଆଶଙ୍କା ଥିବାବେଳେ ପଂଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ପଂଚାୟତିରାଜ ବିଭାଗକୁ ଅଧିକ ଅର୍ଥ ବରାଦ କରିଛନ୍ତି । ଆଉ କରୋନା ଭଳି ମହାମାରୀର ରିଟର୍ଣ୍ଣ ଆଶଙ୍କାକୁ ଦୃଷ୍ଟିରେ ରଖି ଅର୍ଥ ବିଭାଗ ପାଇଁ ଗତବର୍ଷ ତୁଳନାରେ ଅଧିକ ୧୮୭୦୦ କୋଟି ଟଙ୍କା ଅଧିକ ଟଙ୍କା ବ୍ୟୟବରାଦ କରିଥିବାବେଳେ ନିଜେ ଘୋଷଣା କରିଥିବା କାର୍ଯ୍ୟକ୍ରମଗୁଡ଼ିକୁ ଚଳାଇ ରଖିବା ବି ସରକାରଙ୍କ ପାଇଁ ମୁଣ୍ଡବ୍ୟଥା ବଢ଼ାଇ ଦେଇଛି । ଯାହା ବଜେଟ ବ୍ୟୟବରାଦରେ ପ୍ରତିଫଳିତ ହୋଇଛି ତଥା ଜଳସମ୍ପଦ, ଗ୍ରାମ୍ୟ ଉନ୍ନୟନ, ନଗର ଉନ୍ନୟନ, ଶିଳ୍ପ, ଶକ୍ତି ଓ ସମବାୟ ଆଦି ପ୍ରମୁଖ ବିଭାଗ ଭଳି ଭିତ୍ତିଭୂମି କ୍ଷେତ୍ରଗୁଡ଼ିକର ବ୍ୟୟବରାଦକୁ ମଧ୍ୟ ଅପେକ୍ଷାକୃତ କାଣ୍ଟଛାଣ୍ଟ୍ କରାଯାଇଛି ।
ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଆଗତ କରିଥିବା ବଜେଟ୍ ଦସ୍ତାବିଜ ଅନୁସାରେ, ୧ଲକ୍ଷ୭୦ହଜାର କୋଟି ଟଙ୍କାର ବଜେଟ ବ୍ୟୟବରାଦକୁ ରାଜ୍ୟ ସରକାର ବିଭିନ୍ନ ସୂତ୍ରରୁ ମିଳୁଥିବା ରାଜସ୍ୱ ବାବଦରେ ୧ଲକ୍ଷ ୨୫ହଜାର ୬୦୦ଟଙ୍କା ଓ ଋଣ ଆକାରରେ ୪୪୬୦୦ଟଙ୍କାରୁ ଭରଣା କରିବେ । ୨୦୨୦-୨୧ ଆର୍ଥିକ ବର୍ଷ ତୁଳନାରେ ‘କାର୍ଯ୍ୟକ୍ରମ ବ୍ୟୟ’ ପରିମାଣରେ ମାତ୍ର ୧ହଜାର କୋଟି ଟଙ୍କା ବୃଦ୍ଧି ହୋଇଥିବାବେଳେ ମୋଟ ବଜେଟରେ ଏହା ୪୯.୩୩%ରୁ ୪୪.୦୮ ପ୍ରତିଶତ ଖସିଆସିଛି । ସେହିପରି ପ୍ରଶାସନିକ ବ୍ୟୟରେ ମାତ୍ରାଧିକ ବୃଦ୍ଧି କରାଯାଇଛି । ଗତ ବଜେଟ ତୁଳନାରେ ଏଥର ଅଧିକ ୧୯୩୫୫କୋଟି ଟଙ୍କା ବଢ଼ିଥିବାବେଳେ ମୋଟ ବଜେଟରେ ଏହାର ପରିମାଣ ୪୩.୭୭%ରୁ ୫୦%କୁ ବୃଦ୍ଧି ପାଇଛି ।
ସବୁଠୁ ଉଦବେଗଜକ ଭାବେ ପୁଞ୍ଜି ଅଟକଳ ବ୍ୟୟ ଗତବର୍ଷ ତୁଳନାରେ ପ୍ରାୟ ୮୦୦କୋଟି ଟଙ୍କା ହ୍ରାସ ପାଇଛି । ବିପର୍ଯ୍ୟୟ ପ୍ରଶମନ କ୍ଷେତ୍ର ପାଇଁ ଗତବର୍ଷ ୩୨୦୦କୋଟି ଟଙ୍କା ଥିବାବେଳେ ଚଳିତ ବଜେଟରେ ୩୦୫୦କୋଟି ଟଙ୍କା, ରାଜ୍ୟରୁ ସ୍ଥାନୀୟ ସ୍ୱାୟତ୍ତ ସଂସ୍ଥାଗୁଡ଼ିକୁ ସ୍ଥାନାନ୍ତର ହେଉଥିବା ଅର୍ଥରେ ପ୍ରାୟ ୨୦୦କୋଟି ଟଙ୍କା ହ୍ରାସ ପାଇଛି ।
ତେବେ ବଜେଟରେ ନୂତନ ଭିତ୍ତିଭୂମି କ୍ଷେତ୍ରକୁ ଅଣଦେଖା କରାଯାଇଥିବାବେଳେ ପୂର୍ବରୁ ଯେଉଁ ସବୁ ଘୋଷଣା ସରକାର କରିଛନ୍ତି ତାକୁ ଚଳାଇ ରଖିବା ନିମନ୍ତେ ଯଥାସମ୍ଭବ ପ୍ରୟାସ କରିଛନ୍ତି । ବିଜେଡି ସରକାରର ପ୍ରାୟ ୪ଡଜନରୁ ଅଧିକ ଯୋଜନା ନିମନ୍ତେ ଅର୍ଥ ବ୍ୟୟବରାଦ କରିବା ମଧ୍ୟ ଏକରକମ ବାଧ୍ୟବାଧକତା ପାଲଟିଥିବାବେଳେ ଚଳିତ ବର୍ଷରେ ମୋଟ ୪୪୪୦୦କୋଟି ଟଙ୍କା ଋଣ କରିବେ । ଅବଶ୍ୟ ଓମ୍ବାଡ ଓ ଖଣିଜ ପାଣ୍ଠିରୁ ୧୬୧୮୬କୋଟି ଟଙ୍କା ଓ ଅନ୍ୟାନ୍ୟ କ୍ଷେତ୍ରରୁ ବାକି ୧୦ହଜାରକୋଟି ଟଙ୍କା ଆଣି ପ୍ରାୟ ୨୬ହଜାର କୋଟି ଟଙ୍କାର ଉଚ୍ଚ ସୁଧହାର ଥିବା ଋଣକୁ ପରିଶୋଧ କରିବେ ବୋଲି ଜଣାପଡ଼ିଛି । ଚଳିତ ଆର୍ଥିକ ବର୍ଷରେ ଅଧିକ ୧୮୪୬୫କୋଟି ଟଙ୍କା ଋଣ ସରକାର କରିବେ । ଚଳିତ ଆର୍ଥକ ବର୍ଷ ଶେଷ ବେଳକୁ ରାଜ୍ୟର ମୋଟ ଋଣବୋଝ ୧ଲକ୍ଷ ୩୭ହଜାର ୫୪୪କୋଟି ଟଙ୍କା ଛୁଇଁବ ବୋଲି ମଧ୍ୟ ଆକଳନ ହୋଇଛି ।
ନିଜସ୍ୱ ରାଜସ୍ୱ ସଂଗ୍ରହ ବୃଦ୍ଧି ହେବାଭଳି କୌଣସି ବ୍ୟବସ୍ଥା କରିନାହାନ୍ତି । ଚଳିତ ବଜେଟରେ ନିଜସ୍ୱ ଟିକସ ରାଜସ୍ୱ ପରିମାଣ ୮୫୦କୋଟି ହ୍ରାସ ପାଇବ ଓ ଅଣଟିକସ ରାଜସ୍ୱ ପ୍ରାୟ ୨୩୫୦କୋଟି ଟଙ୍କା ବୃଦ୍ଧି ହେବ ବୋଲି ଆକଳନ କରିଛନ୍ତି । ସେହିପରି କେନ୍ଦ୍ର ସରକାରଙ୍କଠୁ ଟିକସ ବାବଦରେ ପ୍ରାୟ ୬ହଜାର କୋଟି ଟଙ୍କା କମ ମିଳିବ ବୋଲି ଆକଳନ ହୋଇଥିଲେ ବି ଜିଏସଟି କ୍ଷତିପୂରଣ ଓ ଅନୁଦାନ ବାବଦରେ ଗତବର୍ଷ ତୁଳନାରେ ଅଧିକ ୬ହଜାର କୋଟି ଟଙ୍କା ମିଳିବ ତଥା କେନ୍ଦ୍ରରୁ ରାଜ୍ୟକୁ ୨୦୨୦-୨୧ରେ ମିଳିଥିବା ପରିମାଣ ପ୍ରାୟତଃ ସମାନ ରହିବ ବୋଲି ଜଣାପଡ଼ିଛି ।
କରୋନା ମହାମାରୀ ରିଟର୍ଣ୍ଣ କରିବାର ଆଶଙ୍କା ଥିବାରୁ ସରକାର ଅଣଯୋଜନା(ଏବେ ପ୍ରଶାସନିକ ବ୍ୟୟ) କ୍ଷେତ୍ରକୁ ଆବଣ୍ଟିତ ବ୍ୟୟବରାଦର ପରିମାଣକୁ ମାତ୍ରାଧିକ ବୃଦ୍ଧି କରିଛନ୍ତି । ରାଜ୍ୟରେ ନୂଆ ନିଯୁକ୍ତି ସୁଯୋଗ, କର୍ମସଂସ୍ଥାନ, ନୂଆ ଭିତ୍ତିଭୂମି ନିର୍ମାଣ କିମ୍ବା ସାଧାରଣ ଲୋକଙ୍କୁ ଉନ୍ନତ ଜୀବନଶୈଳୀ ପ୍ରଦାନ ନିମନ୍ତେ ଆବଶ୍ୟକ ସୁବିଧାସୁଯୋଗ ଦେବାକୁ ସରକାର ବଜେଟରେ ବିଫଳ ହୋଇଛନ୍ତି । କୌଣସି ଗୋଟିଏ ବି ଆଖିଦୃଶିଆ କିମ୍ବା ନୂଆ ଯୋଜନା ନାହିଁ । କେବଳ ମିଶନ ଶକ୍ତି ପାଇଁ ଯେଉଁ ନୂଆ ଯୋଜନା କରିଛନ୍ତି ତାହା ନୂଆ ବୋତଲରେ ପୁରୁଣା ମଦ ସଦୃଶ ହୋଇଛି ।
ଅବଶ୍ୟ ଅର୍ଥ ବିଭାଗର ବ୍ୟୟବରାଦରେ ଅଧିକ ପ୍ରାୟ ୧୮ହଜାର କୋଟି ଟଙ୍କାର ବ୍ୟବସ୍ଥା କରି ସରକାର ଉଭୟ ପଂଚାୟତ ନିର୍ବାଚନ ଓ କରୋନା ମୁକାବିଲା କରିବେ ବୋଲି ଲକ୍ଷ୍ୟ ରଖିଛ ନ୍ତି ସତ, କିନ୍ତୁ ସ୍ଥାୟୀ ନୂଆ ଭିତ୍ତିିଭୂମି କିମ୍ବା ନିଯୁକ୍ତି ସୁଯୋଗ ସୃଷ୍ଟି ଭଳି କୌଣସି ପଦକ୍ଷେପ ନନେବା ରାଜ୍ୟ ଅର୍ଥନୀତି ଉପରେ ଦୂରଗାମୀ ପ୍ରଭାବ ପକାଇବାର ସମ୍ଭାବନା ରହିଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top