ସୋର, (ଓଡ଼ିଶା ୱେୟାର): ବାଲେଶ୍ୱର ସୋର ସବଜେଲରେ ଜଣେ ବିଚାରାଧୀନ କଏଦୀଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି । ମୃତ ବିଚାରାଧୀନ କଏଦୀଙ୍କ ଘର ଭଦ୍ରକ ଜିଲ୍ଲାରେ ବୋଲି ସୂଚନା ମିଳିଛି ।
ସେ ୨ମାସ ପୂର୍ବରୁ କରୋନା ପାଇଁ ଭଦ୍ରକରୁ ସୋର ସବଜେଲକୁ ସ୍ଥାନାନ୍ତର ହୋଇଥିଲେ । ଗତକାଲି ଅସୁସ୍ଥ ଅନୁଭବ କରିବାରୁ ରାତି ଗୋଟାଏ ବେଳେ ତାଙ୍କୁ ସୋର ମେଡିକାଲକୁ ନିଆଯାଇଥିଲା । କିନ୍ତୁ କଏଦୀଜଣଙ୍କ ମେଡିକାଲରେ ପହଞ୍ଚିବା ପୂର୍ବରୁ ତାଙ୍କର ମୃତ୍ୟୁ ହୋଇଥିଲା ବୋଲି ଚିକିତ୍ସା କରିଥିବା ଡାକ୍ତର କହିଛନ୍ତି । ବ୍ୟବଚ୍ଛେଦ ପାଇଁ ମୃତଦେହକୁ ସୋର ମେଡ଼ିକାଲରେ ରଖାଯାଇଛି ।
ଆଜିଠୁ ୩ଦିନିଆ ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’
ଯୋଗଦେବେ ୨୦୦୦ ରୁ ଉର୍ଦ୍ଧ୍ଵ ଛାତ୍ରଛାତ୍ରୀ ଭୁବନେଶ୍ୱର(ଓଡ଼ିଶା ୱେୟାର): ଶିଶୁ ଦିବସ ଉପଲକ୍ଷେ ଆଜିଠୁ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ...