ନୂଆଦିଲ୍ଲୀ: ରାତି ପାହିଲେ ଅଗଷ୍ଟ ମାସ। ଅଗଷ୍ଟ ପହିଲାରୁ ଏକାଧିକ ସେବାରେ ପରିବର୍ତ୍ତନ ହେବାକୁ ଯାଉଛି । କିଛି ସେବା ବ୍ୟୟ ବହୁଳ ହେବାକୁ ଯାଉଥିବା ବେଳେ ଅନ୍ୟ କିଛି ସେବାରେ ଆଶ୍ବସ୍ତି ମିଳିବ । ପହିଲାରୁ ଏଟିଏମରେ ଟଙ୍କା ଉଠାଇବା ମହଙ୍ଗା ହେବ । ସେହିପରି ଖଚଏ ମୂଲ୍ୟରେ ମଧ୍ୟ ପରିବର୍ତ୍ତନ ହେବା ନେଇ ମଧ୍ୟ ସୂଚନା ରହିଛି ।
ଏଟିଏମ୍ କାରବାର ମହଙ୍ଗା ହେବ
ଭାରତୀୟ ରିଜର୍ଭ ବ୍ୟାଙ୍କର ନିର୍ଦ୍ଦେଶ ପରେ ଅଗଷ୍ଟ ୧ ତାରିଖରୁ ଏଟିଏମରେ ଟଙ୍କା ଉଠାଣ ମହଙ୍ଗା ପଡ଼ିବ । ବ୍ୟାଙ୍କଗୁଡ଼ିକ ଏଟିଏମରେ ଇଣ୍ଟରଚେଞ୍ଜ ଚାର୍ଜକୁ ୨ ଟଙ୍କା ବୃଦ୍ଧି କରିପାରନ୍ତି। ଜୁନ୍ ମାସରେ ରିଜର୍ଭ ବ୍ୟାଙ୍କ ପ୍ରତ୍ୟେକ ଆର୍ଥିକ କାରବାର ପାଇଁ ୧୫ରୁ ୧୭ ଟଙ୍କା ଏବଂ ଅଣ ଆର୍ଥିକ କାରବାର ପାଇଁ ୫ରୁ ୬ ଟଙ୍କାକୁ ବୃଦ୍ଧି କରିବାକୁ ଅନୁମତି ଦେଇଥିଲା। ନୂତନ ନିୟମ ଅନୁଯାୟୀ, ଗ୍ରାହକମାନେ ସେମାନଙ୍କ ବ୍ୟାଙ୍କର ଏଟିଏମରୁ ପ୍ରତିମାସରେ ପାଞ୍ଚଟି ମାଗଣା କାରବାର କରିପାରିବେ। ଗ୍ରାହକମାନେ ମେଟ୍ରୋ ସହରରେ ଅଣ ବ୍ୟାଙ୍କ ଏଟିଏମରେ ତିନୋଟି ମାଗଣା କାରବାର ଏବଂ ଅଣ ମେଟ୍ରୋ ସହରରେ ପାଞ୍ଚଟି କାରବାର କରିପାରିବେ।
LPG ସିଲିଣ୍ଡର ମୂଲ୍ୟ ବୃଦ୍ଧି ହୋଇପାରେ
ଅଗଷ୍ଟ ପହିଲାରୁ ଏଲପିଜି ସିଲିଣ୍ଡର ମୂଲ୍ୟରେ ପରିବର୍ତ୍ତନ ଆସିବ। ଘରୋଇ ଏଲପିଜି ଏବଂ ବାଣିଜ୍ୟିକ ସିଲିଣ୍ଡରର ନୂତନ ମୂଲ୍ୟ ପ୍ରତ୍ୟେକ ମାସର ପ୍ରଥମ ଦିନରେ ସ୍ଥିର ହୋଇଥାଏ। ଜୁଲାଇ ୧ରେ ଏଲପିଜି ସିଲିଣ୍ଡରର ମୂଲ୍ୟ ୨୫.୫୦ ଟଙ୍କା ବୃଦ୍ଧି କରାଯାଇଥିଲା। ଏହି ବୃଦ୍ଧି ପରେ ଦିଲ୍ଲୀରେ ୧୪.୯ କିଲୋଗ୍ରାମ ସିଲିଣ୍ଡର ୮୦୯ ଟଙ୍କା ବଦଳରେ ୮୩୪.୫୦ ଟଙ୍କାରେ ଉପଲବ୍ଧ ହେଉଛି। ଏହାପୂର୍ବରୁ ମେ ୧ରେ ଗ୍ୟାସ କମ୍ପାନୀଗୁଡିକ ଏଲପିଜି ଗ୍ୟାସ ସିଲିଣ୍ଡର ମୂଲ୍ୟରେ କୌଣସି ପରିବର୍ତ୍ତନ କରିନଥିଲେ। ଏପ୍ରିଲରେ ଏଲପିଜି ସିଲିଣ୍ଡରର ମୂଲ୍ୟ ୧୦ ଟଙ୍କା ହ୍ରାସ ପାଇଥିବାବେଳେ ଫେବୃଆରୀ ଏବଂ ମାର୍ଚ୍ଚରେ ଏହାର ମୂଲ୍ୟ ବୃଦ୍ଧି କରାଯାଇଥିଲା।
Icici ବ୍ୟାଙ୍କିଙ୍ଗ ସେବା ମହଙ୍ଗା ହେବ
ଦେଶର ସର୍ବବୃହତ ବେସରକାରୀ ବ୍ୟାଙ୍କ ଆଇସିଆଇସିଆଇ ବ୍ୟାଙ୍କ ଏଟିଏମ୍ କାରବାର ଏବଂ ଚେକବୁକ୍ ସମ୍ବନ୍ଧରେ ନିୟମ ପରିବର୍ତ୍ତନ କରିଛି, ଯାହା ଅଗଷ୍ଟ ୧ ତାରିଖରୁ ଲାଗୁ ହେବ। ନିୟମିତ ସଞ୍ଚୟ ଆକାଉଣ୍ଟ ପାଇଁ ଆଇସିଆଇସିଆଇ ବ୍ୟାଙ୍କ ପ୍ରତି ମାସରେ ୪ଟି ନଗଦ କାରବାର ମାଗଣାରେ ଦେଇଥାଏ। ମାଗଣା ସୀମା ପରେ ପ୍ରତ୍ୟେକ କାରବାରରେ ୧୫୦ ଟଙ୍କା ଦେବାକୁ ପଡିବ। ମୂଲ୍ୟ ସୀମା (ଜମା + ଉଠାଣ) ଉଭୟ ଘରୋଇ ଶାଖା ଏବଂ ଅଣ ଘରୋଇ ଶାଖା କାରବାର ଅନ୍ତର୍ଭୁକ୍ତ। ଆଇସିଆଇସିଆଇ ବ୍ୟାଙ୍କ ଗୋଟିଏ ବର୍ଷରେ ୨୫ ପୃଷ୍ଠାର ଚେକ୍ ବୁକ୍ ପାଇଁ କୌଣସି ଶୁଳ୍କ ଆଦାୟ କରିବ ନାହିଁ, କିନ୍ତୁ ଏହା ପରେ ୧୦ ପେଜର ଚେକ୍ ବୁକ୍ ପାଇଁ ୨୦ ଟଙ୍କା ଆଦାୟ କରାଯିବ।
ଦରମା, ପେନ୍ସନ୍, ଋଗଓ ସମ୍ବନ୍ଧୀୟ ନିୟମ ପରିବର୍ତ୍ତନ ହେବ
National Automated Clearing House (NACH) ର ନିୟମକୁ ରିଜର୍ଭ ବ୍ୟାଙ୍କ ପରିବର୍ତ୍ତନ କରିଛି। ଏହି ପରିବର୍ତ୍ତନ ଅଧୀନରେ, ବର୍ତ୍ତମାନ ଦରମା କିମ୍ବା ପେନସନ୍ ପାଇଁ ଶନିବାର ଏବଂ ରବିବାର ଅର୍ଥାତ୍ ସପ୍ତାହ ଶେଷ ହେବାକୁ ଅପେକ୍ଷା କରିବାକୁ ପଡ଼ିବ ନାହିଁ। ଆପଣ ଏହି ସେବାଗୁଡିକ ସପ୍ତାହସାରା ପାଇବେ। ଏହି ନୂତନ ନିୟମ ଅଗଷ୍ଟ ପହିଲାରୁ କାର୍ୟ୍ୟକାରୀ ହେବ। ଗ୍ରାହକଙ୍କ ସୁବିଧାକୁ ଆହୁରି ବଢାଇବା ପାଇଁ ତଥା ୨୪ଙ୍ଘ୭ ଜଞଏଝ ଲାଭ ଉଠାଇବା ପାଇଁ ଘଇଉଐକୁ କାର୍ୟ୍ୟକାରୀ କରିବାକୁ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଗତ ଜୁନ୍ ମାସରେ ଘୋଷଣା କରିଥିଲେ।