Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
ଦେଶ- ବିଦେଶ

ସୀମାରେ ଆଫଗାନ ନାଗରିକ-ପାକିସ୍ତାନ ସେନା ମୁହାଁମୁହିଁ

କାବୁଲ: ଆଫଗାନିସ୍ତାନର ଅଧିକାଂଶ ଅଞ୍ଚଳ ଏବେ ତାଲିବାନି ସେନା କବଳରେ । ଫଳରେ ତାଲିବାନ ଅକ୍ତିଆର କରିଚାଲିଥିବା ଅଞ୍ଚଳରୁ ଆଫଗାନ ନାଗରିକମାନେ ଦେଶ ଛାଡ଼ି ଚାଲିଯାଉଥିବା ଦେଖିବାକୁ ମିଳିଛି । ଏହି ସମୟରେ ଏକ ଅଭାବନୀୟ ଦୃଶ୍ୟ ପାକିସ୍ତାନ ସୀମାରୁ ଆସିଥିବା ଦେଖିବାକୁ ମିଳିଛି। ପାକିସ୍ତାନ ଆଫଗାନ ଶରଣାର୍ଥୀଙ୍କ ପାଇଁ ପ୍ରବେଶ ଦ୍ବାର ନ ଖୋଲିବାରୁ ଉଭୟ ପାକିସ୍ତାନୀ ସେନା ଓ ଆଫଗାନ ନାଗରିକଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିବା ଦେଖିବାକୁ ମିଳିଛି ।

ଘଟଣାଟି ଏହିପରି । ତାଲିବାନି ଅତ୍ୟାଚାରରୁ ବର୍ତ୍ତିବା ପାଇଁ କିଛି ଆଫଗାନ ନାଗରିକ ଦେଶ ଛାଡ଼ି ଚାଲି ଯିବାକୁ ଉଦ୍ୟମ ଆରମ୍ଭ କରିଛନ୍ତି । ସେମାନେ ପାକିସ୍ତାନୀ ସୀମା ଚମନ-ସ୍ପିନ ନିକଟରେ ଅଟକି ରହିଥିଲେ । ତେବେ ସେହି ଆଫଗାନ ନାଗରିକଙ୍କ ମଧ୍ୟରେ ଜଣେ ବୟସ୍କଙ୍କ ହୃଦଘାତରେ ମୃତ୍ୟୁ ହୋଇଥିଲା । ପରେ ଏହି ଘଟଣା ପାଇଁ ସେହି ନାଗରିକଙ୍କ ମଧ୍ୟରେ ହୋହଲ୍ଲା ଆରମ୍ଭ ହୋଇଯାଇଥିଲା । ପରେ ସେମାନେ ଉକ୍ତ ମୃତଦେହକୁ ପାକିସ୍ତାନ ସେନାଙ୍କ ନିକଟକୁ ଯାଇଥିଲେ । ଏହା ସହିତ ସୀମାର ପ୍ରବେଶ ଦ୍ବାର ଖୋଲିବାକୁ ଦାବି କରିଥିଲେ ।

ମାତ୍ର ପାକିସ୍ତାନୀ ସେନା ଏହା ନ କରିବାରୁ ଆଫଗାନ ନାଗରିକ ପାକିସ୍ତାନୀ ସେନା ଉପରକୁ ଢେଲା ପଥର ମାଡ଼ କରିଥିଲେ। ଜବାବରେ ପାକିସ୍ତାନୀ ସେନା ଉକ୍ତ ଆଫଗାନ ନାଗରିକଙ୍କ ଉପରକୁ ଲୁହବୁହା ଗ୍ୟାସ ମାଡ଼ କରିବା ସହିତ ଲାଠିମାଡ଼ କରିଥିଲା । ଏଠାରେ କହି ରଖୁ କି ଏହି ଚମନ-ସ୍ପିନ ଦ୍ବାର ହେଉଛି ପାକିସ୍ତାନ ଓ ଆଫଗାନିସ୍ତାନକୁ ଯୋଗାଯୋଗ କରୁଥିବା ବ୍ୟସ୍ତବହୁଳ ରାସ୍ତା । ଏହି ରାସ୍ତା ଦେଇ ଏବେ ଶତାଧିକ ଆଫଗାନିସ୍ତାନ ନାଗରିକ ପାକିସ୍ତାନର ଶରଣ ପଶିବାକୁ ଚାହୁଁଛନ୍ତି ।

ସେପଟେ କିନ୍ତୁ ଗତ ୬ ତାରିଖରେ ପାକିସ୍ତାନ ମାଗଣା ଭିସା ପ୍ରବେଶ ସେବା ବନ୍ଦ କରିଦେବା ପରେ ଏହି ରାସ୍ତାକୁ ବନ୍ଦ କରିଦିଆଯାଇଛି । ତେବେ ଆଫଗାନ ନାଗରିକ ଓ ଶରଣାର୍ଥୀଙ୍କୁ ମିଳିଥିବା ପରିଚୟ ପତ୍ର ଯଥା ପାସପୋର୍ଟ ଓ ଶରଣାର୍ଥୀ କାର୍ଡ ମାଧ୍ୟମରେ ପାକିସ୍ତାନ ଏମାନଙ୍କୁ ସ୍ଥାନ ଦେବା ପାଇଁ ତାଲିବାନ ଇଚ୍ଛା ପ୍ରକାଶ କରିଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top