Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ଚାଷୀ ଆନ୍ଦୋଳନ: ଜନସ୍ବାର୍ଥ ମାମଲାର ଶୁଣାଣୀ କରିବେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: କୃଷକଙ୍କ ଆନ୍ଦୋଳନ ଯୋଗୁଁ ବନ୍ଦ ରାସ୍ତା ଖୋଲିବାକୁ ହୋଇଥିବା ଆବେଦନ ଉପରେ ସୁପ୍ରିମକୋର୍ଟ ଶୁଣାଣି କରିବେ। ନୋଏଡାର ଜଣେ ବାସିନ୍ଦା କୋର୍ଟରେ ଏକ ଜନସ୍ୱାର୍ଥ ମାମଲା (ପିଏଲ) ଦାଖଲ କରିଥିଲେ। ଏହାର ଜବାବରେ ୟୁପି ଏବଂ ହରିୟାଣା ସରକାର ସୁପ୍ରିମକୋର୍ଟରେ ଏକ ଆଫିଡେଭିଟ୍ ଦାଖଲ କରିଥିଲେ। ସୋମବାର ଅର୍ଥାତ ଆଜି ଜନସାଧାରଣଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ମାମଲା ଉପରେ କୋର୍ଟ ଶୁଣାଣି କରିବେ।

ୟୁପି ସରକାର ରବିବାର ଦିନ ସୁପ୍ରିମକୋର୍ଟରେ ଏକ ଆଫିଡେଭିଟ ଦାଖଲ କରିଛନ୍ତି ଯେଉଁଥିରେ କୁହାଯାଇଛି ଯେ କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ରାସ୍ତା ଅବରୋଧରୁ ଓହରିବା ପାଇଁ କୃଷକମାନଙ୍କୁ ବୁଝାଇବାକୁ ସରକାର ଚେଷ୍ଟା କରୁଛନ୍ତି। ଉତ୍ତରପ୍ରଦେଶ ସରକାର କହିଛନ୍ତି ଯେ ଏହି ଆନ୍ଦୋଳନରେ ଅଧିକାଂଶ ବୟସ୍କ ଚାଷୀ ରହିଛନ୍ତି।

ସୁପ୍ରିମକୋର୍ଟ ଦେଇଥିବା ବିଜ୍ଞପ୍ତିର ଉତ୍ତରରେ ୟୁପି ସରକାର ଏହି ଆଫିଡେଭିଟ୍ ଦାଖଲ କରିଛନ୍ତି। ସରକାର ଏହି ପ୍ରତିଶ୍ରୁତିରେ କହିଛନ୍ତି ଯେ ମହାରାଜପୁର ଏବଂ ହିଣ୍ଡୋନ ରାସ୍ତା ଦେଇ ଗାଜିଆବାଦ, ୟୁପି ଏବଂ ଦିଲ୍ଲୀ ମଧ୍ୟରେ ଟ୍ରେନର ଚଳାଚଳ ପାଇଁ ଅନୁମତି ଦିଆଯାଇଛି। ଏହି ପ୍ରତିଶ୍ରୁତି ଅନୁଯାୟୀ ଘଐ-୨୪ ଏପର‌୍ୟ୍ୟନ୍ତ ବନ୍ଦ ରହିଛି। ଜାନୁଆରୀ, ମାର୍ଚ୍ଚ ଏବଂ ପୁନର୍ବାର ଏପ୍ରିଲରେ ମଧ୍ୟ କୃଷକ ବିରୋଧକାରୀମାନେ ବାରମ୍ବାର ଏହି ରାଜପଥକୁ ଅବରୋଧ କରିଛନ୍ତି।

ଯୋଗ ଆଦିତ୍ୟନାଥଙ୍କ ନେତୃତ୍ୱାଧୀନ ଉତ୍ତରପ୍ରଦେଶ ସରକାର ଏକ ଆଫିଡେଭିଟରେ କୋର୍ଟଙ୍କୁ ଆଶ୍ୱାସନା ଦେଇଛନ୍ତି ଯେ ଆନ୍ଦୋଳନରତ ଚାଷୀଙ୍କୁ ଆନ୍ଦୋଳନରୁ ଓହରିବା ପାଇଁ ରାଜ୍ୟ ସରକାର ଚେଷ୍ଟା କରୁଛନ୍ତି। ଯାତାୟାତକୁ ସ୍ବାଭାବିକ କରିବା ପାଇଁ ପ୍ରସ୍ତୁତ ବିକଳ୍ପ ରାସ୍ତା ଗୁଡ଼ିକ ବିଷୟରେ ମଧ୍ୟ ୟୁପି ସରକାର କୋର୍ଟଙ୍କୁ ସୂଚନା ଦେଇଛନ୍ତି। ୟୁପି ସରକାରଙ୍କ ସୂଚନାନୁସାରେ, ଗୌତମବୁଦ୍ଧ ନଗର (ନୋଏଡା)ର ରାଜ୍ୟ ସରକାରୀ କର୍ମଚାରୀମାନେ ଚିଲ୍ଲା ବର୍ଡରରେ ଆନ୍ଦୋଳନରୁ ଓହରିବା ପାଇଁ ରାଜି କରାଇଛନ୍ତି। ଫଳରେ ସେହିପଟେ ଯାତାୟତ ପାଇଁ ରାସ୍ତା ଖୋଲିଥିବା ଉତ୍ତରପ୍ରଦେଶ ସରକାର ସୂଚନା ଦେଇଛନ୍ତି।

ସ୍ବାଭାବିକ ଯାତାୟତ ପାଇଁ ଜାତୀୟ ରାଜପଥ ୨୪ର (ଦିଲ୍ଲୀ-ଗାଜିଆବାଦ) ବିକଳ୍ପ ରାସ୍ତାର ବ୍ୟବସ୍ଥା କରାଯାଇଛି । ଉତ୍ତରପ୍ରଦେଶ ସରକାର ଆହୁରି ମଧ୍ୟ କହିଛନ୍ତି କି ଆନ୍ଦୋଳନକାରୀଙ୍କୁ ପୁଲିସ ଓ ପ୍ରଶାସନିକ ଅଧିକାରୀମାନେ ସାର୍ବଜନୀନ ସ୍ଥାନକୁ ଅବରୋଧ ନ କରିବା ପାଇଁ ବୁଝାଇବାକୁ ପ୍ରୟାସ କରୁଥିବା ଜଣାପଡ଼ିଛି । କାରଣ ଏହି ରାସ୍ତା ବନ୍ଦ ହୋଇଯିବା କାରଣରୁ ଲୋକମାନଙ୍କୁ ଯିବା ଆସିବା କରେ ଅନେକ ସମସ୍ୟା ସୃଷ୍ଟି ହେଉଥିବା ନେଇ ପ୍ରଶାସନିକ ଅଧିକାରୀମାନେ ତାଙ୍କୁ କହିଛନ୍ତି। ସୂଚନାଯୋଗ୍ୟ ନୂତନ କୃଷି ଆଇନକୁ ବିରୋଧ କରି ଗତବର୍ଷ ଅଗଷ୍ଟ ମାସରୁ ପଞ୍ଜାବ ଓ ହରିଆଣାର ଚାଷୀମାନେ ଦିଲ୍ଲୀର ବିଭିନ୍ନ ସୀମାରେ ଆନ୍ଦୋଳନକୁ ଜାରି ରଖିଛନ୍ତି। ଏହି ସମୟରେ ଗତ ଜାନୁଆରୀ ୨୬ ତାରିଖରେ ଲାଲକିଲ୍ଲାରେ ହଙ୍ଗାମା ସୃଷ୍ଟି କରିଥିଲେ। ଲାଲକିଲ୍ଲାରେ ପ୍ରବଳ ଭଙ୍ଗାରୁଜା କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top