Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ତାଲିବାନ ପାଇଁ ମୁଣ୍ଡ ଟେକିଲାଣି ସଂକଟ, ଆକ୍ରମଣରେ ୩୦୦ ତାଲିବାନି ସେନା ମୃତ

କାବୁଲ: ଆଫଗାନିସ୍ତାନକୁ ନିଜ ଦଖଲକୁ ନେବା ପରେ ତାଲିବାନ ସରକାର ଗଢିବାକୁ ପ୍ରସ୍ତୁତ ହେଉଛି । ସମାନ୍ତରାଳ ଭାବେ ଆଫଗାନିସ୍ତାନରେ ତାଲିବାନଙ୍କ ପାଇଁ ଆଉ ଏକ ସମସ୍ୟା ମୁଣ୍ଡ ଟେକିବାରେ ଲାଗିଛି । ତାଲିବାନୀ ବିରୋଧୀ ସଂଗଠନ ଦିନକୁ ଦିନ ତାଲିବାନ ବିରୋଧରେ ଏକ ପ୍ରକାର ଯୁଦ୍ଧ ଘୋଷଣା କରିଛି । ପଞ୍ଜଶିରରେ ଏହି ତାଲିବାନ ବିରୋଧୀ ସଂଗଠନର ଆକ୍ରମଣରେ ପ୍ରାୟ ୩୦୦ ତାଲିବାନୀ ସେନାଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି । ଏହା ସହିତ ଏକାଧିକ ତାଲିବାନୀ ସେନାକୁ ଗିରଫ କରିଥିବା ନେଇ ମଧ୍ୟ ସୂଚନା ରହିଛି ।

ବିବିସିର ଜଣେ ସାମ୍ବାଦିକଙ୍କ ମୁତାବିକ ବଗଲାନର ଅନ୍ଦ୍ରାମ ଅଞ୍ଚଳରେ ଲୁଚି ରହିଥିବା ତାଲିବାନୀ ସେନାଙ୍କ ଉପରକୁ ଏହି ବଡ଼ଧରଣର ଆକ୍ରମଣ ହୋଇଥିଲା । ଏହି ଆକ୍ରମଣ ଫଳରେ ତାଲିବାନକୁ ଏକ ବଡ଼ କ୍ଷତି ସହିବାକୁ ପଡ଼ିଛି । ଏହି ଆକ୍ରମଣରେ ପାଖାପାଖି ୩୦୦ ତାଲିବାନୀ ସେନାଙ୍କ ମୃତ୍ୟୁ ହୋଇଥିବା ସେ ସୂଚନା ଦେଇଛନ୍ତି। ତାଲିବାନ ବିରୋଧୀ ସେନା ଏକାଧିକ ତାଲିବାନୀଙ୍କୁ ଗିରଫ ମଧ୍ୟ କରିନେଇଥିବା ସେ ସୂଚନା ଦେଇଛନ୍ତି ।

ଏହା ପୂର୍ବରୁ ଆଫଗାନିସ୍ତାନର ଉପରାଷ୍ଟ୍ରପତି ଅମରୁଲ୍ଲାହ ସାଲେହ ଏହି ଆକ୍ରମଣ ପାଇଁ ପୂର୍ବରୁ ସଂକେତ ଦେଇଥିଲେ । ଏକ ଟ୍ବିଟ ଜରିଆରେ ତାଲିବାନକୁ ଟାର୍ଗେଟ କରିବା ସହିତ କହିଥିଲେ କି ତାଲିବାନ ଉପରେ ଯେଉଁଭଳି ଭାବେ ଆକ୍ରମଣ ହୋଇଥିଲା, ସେମାନେ ମୁହୁର୍ତ୍ତକ ପାଇଁ ବଞ୍ଚିବା ମଧ୍ୟ ମୁସ୍କିଲ ହୋଇ ପଡ଼ିଥିଲା । ସେଠାରୁ ବଞ୍ଚିବା ତାଙ୍କ ପାଇଁ ଚ୍ୟାଲେଞ୍ଜ ହୋଇ ପଡ଼ିଥିଲା । ତେବେ ତାଲିବାନ ପଞ୍ଜଶୀରରେ ତାର ସେନା ସଂଖ୍ୟାକୁ ମଧ୍ୟ ବୃଦ୍ଧି କରିଥିବା ସୂଚନା ରହିଛି ।

ପଞ୍ଜଶୀର ନେତା ଅହମଦ ଶାହ ମାସୁଦଙ୍କ ୩୨ ବର୍ଷିୟ ପୁଅ ଅହମଦ ଶାହ କହିଛନ୍ତି କି ଆମର ଆଧିକାରିକ ଅଞ୍ଚଳକୁ ତାଲିବାନ ହାତକୁ କଦାପି ଦେବୁ ନାହିଁ । ଏହି ଅଞ୍ଚଳ ଛାଡ଼ିବାକୁ ତାଲିବାନ ସହିତ ଆଲୋଚନା କରିବାକୁ ପ୍ରସ୍ତୁତ ଅଛୁ। ଯଦି ଆଲୋଚନା ସଫଳ ନ ହୁଏ, ତେବେ ଯୁଦ୍ଧକୁ ମଧ୍ଯ ଏଡ଼ାଇ ଦିଆଯାଇ ପାରିବ ନାହିଁ ବୋଲି ସେ କହିଛନ୍ତି ।

ସେପଟେ ତାଲିବାନ ପଞ୍ଜଶୀରକୁ ଅକ୍ତିଆର ନ କଲେ ଦେଶରେ ସରକାର ଗଠନ କରିବା ଅସମ୍ଭବ ହୋଇ ପଡ଼ିବ । ଫଳରେ ପଞ୍ଜଶୀର ଉପରେ ତାଲିବାନ କବଜା କରିବାକୁ ପ୍ରୟାସ ଜାରି ରଖିଛି । ଆଫଗାନିସ୍ତାନରେ ଖୁବ କମ ଦିନରେ ସରକାର ଗଢିବାକୁ ଯାଉଛି ତାଲିବାନ । ଦେଶରେ ସରକାର ଗଢିବା ତାଲିବାନ ପାଇଁ କାଠିକର ସମସ୍ୟା ହୋଇଥାଇ ପାରେ, କିନ୍ତୁ ସରକାର ଗଢିବା ଦିଗରେ ତାଲିବାନ ନେତାଙ୍କ ପ୍ରୟାସ ଜୋରଦାର ଜାରି ରହିଛି। ତାଲିବାନୀ ନେତା ଆଫଗାନୀ ନେତାଙ୍କୁ ସାକ୍ଷାତ କରିବା ସହିତ ବାରମ୍ବାର ବୈଠକ କରୁଛନ୍ତି । ପୂର୍ବତନ ରାଷ୍ଟ୍ରପତି ହାମିଦ କରଜଇ ସହିତ ମଧ୍ୟ ତାଲିବାନୀ ନେତା ବୈଠକ କରୁଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top