ଭୁବନେଶ୍ୱର (ଓଡ଼ିଶା ଓ୍ବେୟାର): ଖୁବଶୀଘ୍ର ରାଜ୍ୟରେ ଗଡିପାରେ ଇଲେକଟ୍ରିକ ଭେଇକିଲ ବା ଇ-ଯାନ। ରାଜ୍ୟରେ ଇ-ଯାନ ଚଳାଚଳ ନେଇ ପରିବହନ ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଉଛି। ପ୍ରଦୂଷଣ ମାତ୍ରାକୁ ରୋକିବା ପାଇଁ ଭାରତ ସରକାରଙ୍କ ପକ୍ଷରୁ ଇ-ଯାନ ନୀତି ଆପଣାଯାଇଛି।
ଦିଲ୍ଲୀ, କେରଳ, ଆନ୍ଧ୍ରପ୍ରଦେଶ, ଗୁଜରାଟ ଓ ମହାରାଷ୍ଟ୍ର ଭଳି ବହୁ ରାଜ୍ୟ ଏହି ଇ-ଯାନ ନୀତି ଆପଣାଇବା ସହ ଏହାକୁ ପ୍ରୋତ୍ସାହନ ଦେଉଛନ୍ତି। ପରିବାହନ ବିଭାଗ ଏନେଇ ପୂର୍ବରୁ ଚିଠା ପ୍ରସ୍ତାବ ଆଣିଛି। କିନ୍ତୁ କରୋନା ଯୋଗୁଁ ଏହା କାର୍ଯ୍ୟକାରୀ ହୋଇପାରିନି। ଖୁବ୍ଶୀଘ୍ର ଏ ସମ୍ପର୍କରେ ବିଚାର ବିମର୍ଶ କରାଯିବ ବୋଲି ପରିବହନ ମନ୍ତ୍ରୀ ସୂଚନା ଦେଇଛନ୍ତି।
ଆଜିଠୁ ୩ଦିନିଆ ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’
ଯୋଗଦେବେ ୨୦୦୦ ରୁ ଉର୍ଦ୍ଧ୍ଵ ଛାତ୍ରଛାତ୍ରୀ ଭୁବନେଶ୍ୱର(ଓଡ଼ିଶା ୱେୟାର): ଶିଶୁ ଦିବସ ଉପଲକ୍ଷେ ଆଜିଠୁ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ...