Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ବର୍ଷା ନାହିଁ: ଜମି ଫାଟି ଆଁ, ଚିନ୍ତାରେ ଚାଷୀ

ଚାନ୍ଦବାଲି (ଓଡ଼ିଶା ଓ୍ବେୟାର): ଶ୍ରାବଣ ଯାଇ ଭାଦ୍ରବ ହେଲାଣି । ହେଲେ ଚାଷ କାର୍ଯ୍ୟ ପାଇଁ ଯେତିକି ପରିମାଣରେ ବର୍ଷା ହେବା କଥା ତାହା ହେଲାନାହିଁ । ତେଣୁ ଆଗେଇ ପାରୁନି ଚାଷ କାର୍ଯ୍ୟ । ପାଣି ଅଭାବରୁ ଚାଷ ଜମି ଫାଟି ଆଁ କଲାଣି । ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକର ବ୍ଲକ ଓଳଗ ପଂଚାୟତରେ ମରୁଡି ଯୋଗୁ ଚାଷ ଜମି ଫାଟି ଆଁ କରିଛି । ଚାଷ କାର୍ଯ୍ୟ ଆଗେଇ ପାରୁନଥିବାରୁ ହତାଶ ହୋଇ ପଡିଛନ୍ତି ଶହଶହ ଚାଷୀ । ଆରଡି , ନାନ୍ଦପୁର . ସୁନ୍ଦରପୁର ଓଳଗ ପଂଚାୟତର ଚାଷ ଜମିରେ ଏଭଳି ସମାନ ପରିସ୍ଥିତି ଦେଖିବାକୁ ମିଳିଛି । ନିଅଣ୍ଟିଆ ବର୍ଷା ଚାଷୀଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । ଯାହାକି ବ୍ଲକର ସମ୍ଭାବ୍ୟ ମରୁଡି ପରିସ୍ଥତିି ଦେଖିବାକୁ ମିଳିଛି ।
ଖାଲି ଏହି ୪ପଂଚାୟତ ନୁହେଁ ବ୍ଲକର ଅଧିକାଂଶ ପଂଚାୟତରେ ସମାନ ସ୍ଥିତି । ପାଣି ଅଭାବରୁ ଚାଷୀ ମୁଣ୍ଡରେ ଚଡକ ପଡିଛି । ଗୋଟେ ପଟେ ଜଳସେଚନର ସୁବିଧା ନଥିବା ବେଳେ ଅନ୍ୟ ପଟେ ବର୍ଷାର ମଧ୍ୟ ଦେଖାନାହିଁ । ତେଣୁ ଧାର କରଜ କରି ଚାଷ କରିଥିବା ଚାଷୀ ଏବେ ଚିନ୍ତାରେ । ଯେଉଁ ତଳି ପଡିଥିଲା ପାଣି ଅଭାବରୁ ସେସବୁ ମରିବାକୁ ବସିଲାଣି । ଅଧିକାଂଶ ସ୍ଥାନରେ ମଧ୍ୟ ପାଣି ଅଭାବରୁ ତଳି ପୋଡି ଗଲାଣି । ତେବେ ସ୍ୱଳ୍ପ ବୃଷ୍ଟିପାତ ଯୋଗୁ ଚାନ୍ଦବାଲି ବ୍ଲକରେ ମରୁଡି ପରିସ୍ଥିତ ସୃଷ୍ଟି ହେଲାଣି ବୋଲି ଚାଷୀ ମାନେ କହୁଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top