ଭୁବନେଶ୍ୱର (ଓଡ଼ିଶା ଓ୍ବେୟାର): ଚିନ୍ତା ବଢାଉଛନ୍ତି ୦ରୁ ୧୮ ବର୍ଷୀୟ ବର୍ଗ । ରାଜ୍ୟରେ ୮୧୬ ସଂକ୍ରମିତଙ୍କ ମଧ୍ୟରୁ ୧୦୬ ପଜିଟିଭ୍ ୦ ରୁ ୧୮ ବର୍ଷ ମଧ୍ୟରେ ଥିବା ଜଣାଯାଇଛି । ରାଜ୍ୟରେ ଗତ ୨୪ ଘଣ୍ଟାରେ ୮୧୬ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।
ଏମାନଙ୍କ ଭିତରେ ୦ରୁ ୧୮ ବର୍ଷ ଭିତରେ ଅଛନ୍ତି ୧୦୬ ଜଣ । ଖୋର୍ଦ୍ଧାରୁ ସର୍ବାଧିକ ୨୯୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କଟକରୁ ୧୧୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ତେବେ ଅନ୍ୟ ସମସ୍ତ ଜିଲ୍ଲାରେ ୧୦୦ ତଳେ ରହିଛି ସଂକ୍ରମଣ । ୨୪ ଘଣ୍ଟାରେ ୬୯ ହଜାର ୫୮୫ କୋଭିଡ୍ ଟେଷ୍ଟିଂ ହୋଇଛି । ପଜିଟିଭ ହାର ରହିଛି ୧.୧୭ ପ୍ରତିଶତ । ଏବେ ଆକ୍ଟିଭ୍ କେସ୍ ରହିଛି ୮ ହଜାର ୨୭୧।
ଆଜିଠୁ ୩ଦିନିଆ ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’
ଯୋଗଦେବେ ୨୦୦୦ ରୁ ଉର୍ଦ୍ଧ୍ଵ ଛାତ୍ରଛାତ୍ରୀ ଭୁବନେଶ୍ୱର(ଓଡ଼ିଶା ୱେୟାର): ଶିଶୁ ଦିବସ ଉପଲକ୍ଷେ ଆଜିଠୁ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ...