Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ଭାରତୀୟ ନେତାଙ୍କୁ ତାଲିବାନର ଧମକ

ନୂଆଦିଲ୍ଲୀ: ତାଲିବାନଙ୍କ ବିରୋଧରେ ସୋସିଆଲ ମିଡ଼ିଆରେ ଲେଖିବାରୁ ଭାରତୀୟ ନେତାଙ୍କୁ ମିଳିଛି ଏକ ଧମକପୂ୍ର୍ଣ୍ଣ ଚିଠି । କେରଳର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଏମ କେ ମୁନୀରଙ୍କ ଉଦ୍ଦେଶ୍ୟରେ ଆସିଛି ଏହି ଚିଠି । ସୋସିଆଲ ମିଡ଼ିଆରେ ଲେଖିବା କାରଣରୁ ତାଲିବାନ ପକ୍ଷରୁ ଏଭଳି ଧମକ ମିଳିଥିବା ସୂଚନା ରହିଛି । କୁହାଯାଉଛି କି ମୁନୀର ଆଫଗାନିସ୍ତାନରେ ତାଲିବାନୀର କ୍ରୁର ଶାସନ ଉଦ୍ଦେଶ୍ୟରେ ସୋସିଆଲ ମିଡ଼ିଆରେ ଏକ ପୋଷ୍ଟ କରିଥିଲେ । ଏହା ପରେ ତାଙ୍କୁ ଗୁମନାମ ଧମକି ଭରା ପତ୍ର ତାଙ୍କୁ ମିଳିଥିବା ଜଣାପଡ଼ିଛି।

ଉକ୍ତ ଚିଠିରେ କୁହାଯାଇଛି କି ଯଦି ସେ ତାଙ୍କ ପୋଷ୍ଟକୁ ଡିଲିଟ କରୁନାହାନ୍ତି, ତେବେ ତାଙ୍କର ମଧ୍ୟ ସେହି ଅବସ୍ଥା ହେବ ଯାହା ଜୋସେଫ ସାରଙ୍କର ହୋଇଥିଲା । ସୂଚନା ଯୋଗ୍ୟ ତାଲିବାନ ବିରୋଧରେ ସ୍ବର ଉଠାଇ ଜୋସେଫ ସାରଙ୍କ ହାତ କାଟିଦେଇଥିଲା ପିଏଫଆଇ । ତେବେ ମୁନୀର କହିଛନ୍ତି କି ତାଲିବାନ ବିରୋଧରେ ସେ ତାଙ୍କର ପୋଷ୍ଟକୁ ବଜାୟ ରଖିବେ। ଗତ ୧୭ ତାରିଖରେ ଆତଙ୍କବାଦୀ ସଂଗଠନ ସମ୍ପର୍କରେ ଆଲୋଚନା କରୁଥିବା ବେଳେ ମୁନୀର ଫେସବୁକରେ ଏକ ପୋଷ୍ଟ କରିଥିଲେ ।

ମୁନୀର ତାଙ୍କ ପୋଷ୍ଟରେ ଲେଖିଥିଲେ କି ତାଲିବାନ ନିକଟ ତାଲିବାନ ଭେଦଭାବ, ଚରମପନ୍ଥି କଟ୍ଟରବାଦ ଓ ଭେଦଭାବପୂର୍ଣ୍ଣ ରାଜନୈତିକ ବିଚାରଧାନା ରଖିଥାଏ । ଏହି ଚିନ୍ତାଧାର ମାନବାଧିକାରର ସମ୍ମାନ କରିନଥାଏ । ମାନବବାଦ ତଥା ନାରୀ ବିରୋଧ ଘଟଣା ଘଟାଇଥାଏ ତାଲିବାନ । ଜାତି ଧର୍ମ ନାଁରେ ଏଭଳି ଅମାନବୀୟ ଘଟଣା ସବୁ ଘଟାଇଥାଏ । ଏଭଳି ଚିନ୍ତାଧାର ରଖୁ ରାଜନୀତି ଲୋକମାନଙ୍କ ଘାତକ ସାବ୍ୟସ୍ତ ହୋଇଥାଏ । ତାଲିବାନୀ ନୀତି ସମ୍ପୂର୍ଣ୍ଣ ଭାବେ ଅମାନବୀୟ । ଏହାକୁ ବିରୋଧ କରିବାର ଆବଶ୍ୟକ ରହିଛି ବୋଲି ସେ ତାଙ୍କ ପୋଷ୍ଟରେ ଲେଖିଛନ୍ତି ।

ଏମ.କେ ମୁନିର କହିଛନ୍ତି, “ମୋତେ ଧମକ ଦେଉଥିବା ଏକ ଅଜ୍ଞାତ ଚିଠି ପାଇଛି। ୨୪ ଘଣ୍ଟା ମଧ୍ୟରେ ତାଲିବାନ ବିରୋଧରେ ମୋର ପୋଷ୍ଟ ପ୍ରତ୍ୟାହାର କରିବାକୁ ଚିଠିରେ ଦର୍ଶାଯାଇଛି। ତାହା କରିବାରେ ବିଫଳ ହେବା, ସେମାନେ ମୋତେ ଏବଂ ମୋ ପରିବାରକୁ ଜୋସେଫ ସାର୍ ଙ୍କ ଭଳି ଅବସ୍ଥା କରିବାକୁ ଧମକ ଦେଇଥିଲେ | ଚିଠିରେ ଲେଖାଯାଇଛି ଯେ, ମହିଳାମାନଙ୍କ ବିଷୟରେ କହିବାର ଆପଣଙ୍କର କୌଣସି ଅଧିକାର ନାହିଁ, ଯଦି ଏପରି, ତେବେ ଆପଣ ଏହାକୁ ଘରେ କରିପାରିବେ। ଜଣେ ମହିଳା କିପରି ବଞ୍ଚିବା ଉଚିତ୍ ଆମେ ସ୍ଥିର କରିବୁ। ଏହି ପ୍ରସଙ୍ଗରେ ମୁନିର ସିଏମ ଏବଂ ଡିଜିପିଙ୍କ ନିକଟରେ ଅଭିଯୋଗ କରିଛନ୍ତି।

ସେ କହିଛନ୍ତି, ଯେତେ ଦୂର ସମ୍ଭବ, ତାଲିବାନ ପ୍ରତି ମୋର ଆଭିମୁଖ୍ୟ ଉପରେ ମୁଁ ଦୃଢ ଭାବରେ ଠିଆ ହୋଇଛି। ମୁଁ ଏହାକୁ ଫେରାଇ ନେବି ନାହିଁ । ଯଦି ମୋତେ ଏହି ଷ୍ଟାଣ୍ଡ ବଦଳାଇବାକୁ ପଡିବ ଏହାର ଅର୍ଥ ମୁଁ ଆଉ ନାହିଁ । ଏହି ଲୋକଙ୍କ ଅତ୍ୟାଚାରର ସମ୍ମୁଖୀନ ହେବା ମୋ ପାଇଁ ଭଲ। ସୟଦ ମହମ୍ମଦ ଅଲି ସିହାବ ଥାଙ୍ଗଲଙ୍କ ସମୟରୁ ତାଲିବାନ ଭଳି ସମସ୍ତ ଉଗ୍ରବାଦୀ ସଂଗଠନ ବିରୋଧରେ ଆମ ଦଳ ଛିଡା ହୋଇଥିଲା। ଆମେ ସେହି ପରିସ୍ଥିତିକୁ କେବେ ପରିବର୍ତ୍ତନ କରିନାହୁଁ । ଏହା ମଧ୍ୟ ମୁସଲିମ ଲିଗର ଷ୍ଟାଣ୍ଡ ବୋଲି ସେ କହିଥିଲେ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top