ନାଗପୁର: ପାଇଲଟଙ୍କଙ୍କୁ ହୃଦଘାତ ଆସିବା କାରଣରୁ ନାଗପୁର ବିମାନ ବନ୍ଦରରେ ଜରୁରୀ ଅବତରଣ କରିଛି ବାଂଲାଦେଶ ଯାଉଥିବା ଏକ ବିମାନ। ତେବେ ବିମାନଟି ନାଗପୁର ଠାରୁ ୧୧ ଘଣ୍ଟା ବିଳମ୍ବରେ ଉଡ଼ାଣ ଭରିଥିବା ଜଣାପଡ଼ିଛି । ସେପଟେ ହୃଦଘାତର ସମ୍ମୁଖିନ ହୋଇଥିବା ପାଇଲଟଙ୍କୁ ନାଗପୁରର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସା କରାଯାଉଥିବା ସୂଚନା ରହିଛି । ଉକ୍ତ ପାଇଲଟଙ୍କ ସ୍ବାସ୍ଥ୍ୟାବସ୍ଥା ସଂଗୀନ ରହିଥିବା ସୂଚନା ରହିଛି । ମିଳିଥିବା ସୂଚନା ମୁତାବକ ବିମାନଟି ୧୨୬ ଯାତ୍ରୀଙ୍କୁ ଧରି ଢାକାରୁ ମସ୍କଟ ଅଭିମୁଖେ ଉଡ଼ାଣ ଭରିଥିଲା । ତେବେ ଶୁକ୍ରବାର ପୂର୍ବାହ୍ଣ ୧୧.୪୦ ମିନିଟରେ ନାଗପୁରରେ ଜରୁରୀ ଅବତରଣ କରିଥିଲା । ନାଗପୁର ବିମାନ ବନ୍ଦରର ବରିଷ୍ଠ କର୍ତ୍ତୃପକ୍ଷଙ୍କ ସୂଚନା ମୁତାବକ ବାଂଲାଦେଶରୁ ପାଇଲଟ ଆସିବା ପରେ ସେଠାରୁ ରାତି ପ୍ରାୟ ସାଢେ ୧୦ ସମୟରେ ଗନ୍ତବ୍ୟ ସ୍ଥଳ ଅଭିମୁଖେ ଗସ୍ତ କରିଥିବା ଜଣାପଡ଼ିଛି ।
ହାପି ବର୍ଥଡେ କୋହଲି; ୩୬ ବର୍ଷରେ ପାଦ ଦେଲେ ବିରାଟ କୋହଲି
ହାପି ବର୍ଥଡେ କିଙ୍ଗ୍ କୋହଲି । ୩୬ ବର୍ଷରେ ପାଦ ଦେଲେ ବିରାଟ କୋହଲି । କ୍ରିକେଟ ଜଗତର ସେ କିଙ୍ଗ । ୧୯୮୮ ନଭେମ୍ୱର ୮ରେ...