ଭୁବନେଶ୍ୱର (ଓଡ଼ିଶା ୱେୟାର): ଏଣିକି ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ସାମିଲ ହେବ ସନ୍ଥକବି ଭୀମ ଭୋଇଙ୍କ ଜୀବନୀ । ସମ୍ବଲପୁର ରେଢ଼ାଖୋଲ ଗସ୍ତବେଳେ ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଏହି ଅବସରରେ ସେ କହିଛନ୍ତି ଯେ, ଭୀମ ଭୋଇଙ୍କ ସାହିତ୍ୟ, ଦର୍ଶନ ଉପରେ ଯେତିକି ଗବେଷଣା ହେବା କଥା ତାହା ହୋଇନାହିଁ । ଏଣିକି ସନ୍ଥକବିଙ୍କ ଜୀବନୀ ଉପରେ ଉଚ୍ଚତର ଗବେଷଣା କରାଯିବ । ଆଗାମୀ ଦିନରେ ୟୁଜିସି ପାଠ୍ୟକ୍ରମରେ ସନ୍ଥ କବି ଭୀମ ଭୋଇଙ୍କୁ ଅଗ୍ରାଧିକାର ଦିଆଯିବ ।
ଏହାସହ ବିଭିନ୍ନ ବିଶ୍ୱବିଦ୍ୟାଳୟରେ ଭୀମ ଭୋଇଙ୍କ ନାଁରେ ଚେୟାର ପ୍ରତିଷ୍ଠା ହେବ । ବିଭିନ୍ନ ରାଜ୍ୟରେ ତଥା ଅନ୍ତରାଷ୍ଟ୍ରୀୟ ସ୍ତରରେ ମଧ୍ୟ ଏଥିନିମନ୍ତେ ବ୍ୟବସ୍ଥା କରାଯିବ । ଯାହାଦ୍ୱାରା ପଛୁଆ ଅଞ୍ଚଳର ଶତାଦ୍ଦି, ଶତାଦ୍ଦି ବର୍ଷ ପୂର୍ବରୁ ଆରମ୍ଭ ହୋଇଥିବା ବିଚାର ବିଚାର ଅନ୍ତର୍ଜାତୀୟ ସ୍ତରରେ ପହଞ୍ଚିବ ବୋଲି କହିଛନ୍ତି ଶିକ୍ଷା ମନ୍ତ୍ରୀ ।
ଆଇଏଏସ୍ ସୁଜାତାଙ୍କ ଛୁଟି ଆବେଦନ ଅଗ୍ରାହ୍ୟ, ଆଉ ୬ମାସ ଛୁଟି ମାଗିଥିଲେ
ଭୁବନେଶ୍ୱର(ଓଡ଼ିଶା ୱେୟାର): ୨୦୦୦ ବ୍ୟାଚ୍ ଆଇଏଏସ୍ ସୁଜାତା କାର୍ତ୍ତିକେୟନ ରାଉତଙ୍କୁ ଶକ୍ତ ଝଟକା । ବିଜେଡିର ନିର୍ବାଚନୀ ବିପର୍ଯ୍ୟୟ ପରେ ମେ’ ୩୧ରୁ ୬ମାସ ଛୁଟିରେ ଯାଇଥିବା...