Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ପିପିଲି ଉପନିର୍ବାଚନ: ବାଜିମାତ୍ କରିଛି ବିଜେଡି

ଭୁବନେଶ୍ୱର (ଓଡ଼ିଶା ୱେୟାର): ପିପିଲି ଉପନିର୍ବାଚନରେ ବାଜିମାତ୍ କରିଛି ବିଜେଡି। ପିପିଲିରେ ବିଜେଡି ପ୍ରାର୍ଥୀ ତଥା ସ୍ୱଗର୍ତ ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ର ପ୍ରତାପ ମହାରଥୀ ବଡ଼ ବ୍ୟବଧାନରେ ବିଜୟୀ ହୋଇଛନ୍ତି। ସେ ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ ୨୦,୯୧୬ ଭୋଟରେ ପରାସ୍ତ କରିଛନ୍ତି। ଏହି ପରାଜୟ ସହ ଆଶ୍ରିତଙ୍କର ବିଜୟ ଆଶା ଧୂଳିସାତ୍ ହୋଇଛି। ଅନ୍ୟପକ୍ଷରେ କଂଗ୍ରେସ ପ୍ରାର୍ଥୀ ବିଶ୍ୱକେତନ ମହାପାତ୍ର ଅମାନତ ହରାଇଛନ୍ତି। ଏ ନେଇ ମୁଖ୍ୟ ନିର୍ବାଚନ ଅଧିକାରୀ ସୁନୀଲ କୁମାର ଲୋହାନୀ ସୂଚନା ଦେଇଛନ୍ତି। ତେବେ ଫାଇନାଲ୍ ତଥା ଆନୁଷ୍ଠାନିକ ଘୋଷଣା ରିଟର୍ଣ୍ଣି ଅଫିସର୍ ପ୍ରଦୀପ ସାହୁ କରିବେ।

ବିଜେଡି ପ୍ରାଥୀ ରୁଦ୍ର ମହାରଥୀ ପାଇଛନ୍ତି ୯୬ ହଜାର ୯୭୨ ଭୋଟ୍ ପାଇଥିବା ବେଳେ ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କୁ ୭୬,୦୫୬ ଭୋଟ୍ ଏବଂ କଂଗ୍ରେସ ପ୍ରାର୍ଥୀ ବିଶ୍ୱକେତନ ମହାପାତ୍ରଙ୍କୁ ୪୨୬୧ ଭୋଟ୍ ମିଳିଛି। ଏହି ବିଜୟ ସହ ରୁଦ୍ର ତାଙ୍କ ପିତାଙ୍କ ଗଡ଼ ବଜାୟ ରଖିଛନ୍ତି। ଚଳିତ ବର୍ଷ ପିପିଲିର ପୂର୍ବତନ ବିଧାୟକ ପ୍ରଦୀପ ମହାରଥୀଙ୍କର ଦେହାନ୍ତ ହୋଇଥିଲା। ଯାହା ପରେ ପିପିଲିରେ ଉପନିର୍ବାଚନ ପାଇଁ ବାରମ୍ବାର ତାରିଖ ବଦଳିଥିଲା। ଏପ୍ରିଲରେ ହେବାକୁଥିବା ଉପନିର୍ବାଚନର ଠିକ୍ ପୂର୍ବରୁ କଂଗ୍ରେସ ପ୍ରାର୍ଥୀ ଅଜିତ୍ ମଙ୍ଗରାଜଙ୍କ ପରଲୋକ ହୋଇଥିଲା। ଏହା ପରେ ମେ’ ମାସ ପାଇଁ ନିର୍ବାଚନ ତାରିଖ ଧାର୍ଯ୍ୟ ହୋଇଥିଲା। କିନ୍ତୁ କରୋନା ପାଇଁ ପୁଣି ନିର୍ବାଚନକୁ ଘୁଞ୍ଚାଯାଇଥିଲା। ହେଲେ ଶେଷରେ ସେପ୍ଟେମ୍ବର ୩୦ ତାରିଖ ପାଇଁ ଉପନିର୍ବାଚନ ସ୍ଥିର କରାଯାଇଥିଲା।
ଆଜି ସକାଳୁ ପିପିଲି ଉପନିର୍ବାଚନ ପାଇଁ ଗଣନା ଆରମ୍ଭ ହୋଇଥିଲା। ଆରମ୍ଭରୁ ଶେଷ ଯାଏ ବିଜେଡି ପ୍ରାର୍ଥୀ ରୁଦ୍ର ଅଗ୍ରଣୀ କାଏମ ରଖିଥିଲେ। ୫ମ ରାଉଣ୍ଡ ଶେଷ ସୁଦ୍ଧା ବିଜେଡିକୁ ୨୦,୧୨୫ ଖଣ୍ଡ ଭୋଟ୍ ମିଳିଥିବା ବେଳେ ବିଜେପିକୁ ୧୪,୩୩୮ ଓ କଂଗ୍ରେସକୁ ୧୫୪୫ ଖଣ୍ଡ ଭୋଟ୍ ମିଳିଥିଲା। ସେହିପରି ରାଉଣ୍ଡ ୧୨ ଶେଷ ସୁଦ୍ଧା ବିଜେଡିକୁ ୪୭,୦୯୪ ଖଣ୍ଡ ଭୋଟ୍ ମିଳିଥିବା ବେଳେ ବିଜେପିକୁ ୩୩,୬୭୫ ଓ କଂଗ୍ରେସକୁ ୨୭୦୫ ଖଣ୍ଡ ଭୋଟ୍ ମିଳିଥିଲା।

ରାଉଣ୍ଡ ୧୫ ସୁଦ୍ଧା ବିଜେଡିକୁ ୫୯,୧୮୫, ବିଜେପିକୁ ୪୨,୨୪୫ ଓ କଂଗ୍ରେସକୁ ୩୦୦୩ ଖଣ୍ଡ ଭୋଟ୍ ମିଳିଥିବା ବେଳେ ରାଉଣ୍ଡ ୧୬ ସୁଦ୍ଧା ବିଜେଡିକୁ ୬୩,୪୩୭, ବିଜେପିକୁ ୪୬,୦୦୨ ଓ କଂଗ୍ରେସକୁ ୩୧୧୩ ଖଣ୍ଡ ଭୋଟ୍ ମିଳିଥିଲା। ଏହିପରି ଭାବେ ୨୦ ରାଉଣ୍ଡ ସୁଦ୍ଧା ବିଜେଡିକୁ ୭୮,୩୭୮, ବିଜେପିକୁ ୫୮,୦୭୮ ଓ କଂଗ୍ରେସକୁ ୩୬୬୩ ଖଣ୍ଡ ଭୋଟ୍ ମିଳିଥିଲା। ୨୪ ରାଉଣ୍ଡ ସୁଦ୍ଧା ବିଜେଡିକୁ ୯୨,୮୧୦, ବିଜେପିକୁ ୭୨,୩୨୧ ଓ କଂଗ୍ରେସକୁ ୪୧୫୫ ଖଣ୍ଡ ଭୋଟ୍ ମିଳିଥିଲା। ୨୫ ରାଉଣ୍ଡ ସୁଦ୍ଧା ବିଜେଡିକୁ ୯୬,୧୯୬, ବିଜେପିକୁ ୭୫,୫୮୯ ଓ କଂଗ୍ରେସକୁ ୪୨୨୮ ଖଣ୍ଡ ଭୋଟ୍ ମିଳିଛି।

ପିପିଲି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଏଥର ୨ ଲକ୍ଷ ୨୯ ହଜାର ୯୯୮ ଜଣ ଭୋଟର ଥିବା ବେଳେ ସେମାନଙ୍କ ମଧ୍ୟରୁ ୭୮.୨୫ % ସେମାନଙ୍କ ମତ ସାବ୍ୟସ୍ତ କରିଥିଲେ। ୧୯୯୫ ମସିହା ପରେ ପିପିଲି ନିର୍ବାଚନ ମଣ୍ଡଳୀରେ ଏହା ସର୍ବାଧିକ ମତଦାନ। ୧୯୯୫ ମସିହାରେ ଏଠାରେ ୮୨.୩% ଭୋଟର ସେମାନଙ୍କ ମତାଧିକାର ସାବ୍ୟସ୍ତ କରିଥିଲେ। ଏଥର ଉପନିର୍ବାଚନ ପାଇଁ ୩୪୮ଟି ବୁଥ୍ କରାଯାଇଥିଲା। ସେଥିରୁ ୨୦୧ଟି ସମ୍ବେଦନଶୀଳ ବୁଥ୍‌ରେ କୌଣସି ପ୍ରକାର ଗଡ଼ବଡ଼କୁ ଏଡ଼ାଇବାକୁ ଅତିରିକ୍ତ ଦୃଢ଼ ବ୍ୟବସ୍ଥା ହୋଇଥିଲା।

Click to comment

Leave a Reply

Your email address will not be published. Required fields are marked *

Most Popular

To Top