Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ପରଲୋକରେ ଯୁବ ସାମ୍ବାଦିକ

ଭୁବନେଶ୍ୱର (ଓଡ଼ିଶା ୱେୟାର): ପରଲୋକରେ ଆଉ ଜଣେ ଯୁବ ସାମ୍ବାଦିକ। କୋଭିଡରେ ସଂକ୍ରମିତ ହୋଇ ୪୪ ବର୍ଷ ବୟସରେ ଆଖି ବୁଜିଛନ୍ତି ଇଂରାଜୀ ଦୈନିକ The Common Timesର ସମ୍ପାଦକ ସତ୍ୟଜିତ ମହାପାତ୍ର। ଏକ ଘରୋଇ ହସ୍ପିଟାଲରେ ମାସେ ହେଲା ଚିକିତ୍ସାଧୀନ ଥିବା ବେଳେ ତାଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି।

ମୟୂରଭଞ୍ଜ ଜିଲ୍ଲା ବାରିପଦାରେ ଜନ୍ମଗ୍ରହଣ କରିଥିବା ସତ୍ୟଜିତ୍ ଉତ୍କଳ ବିଶ୍ୱବିଦ୍ୟାଳୟରୁ ସ୍ନାତକୋତ୍ତର ଶିକ୍ଷା ପରେ ସାମ୍ବାଦିକତାକୁ ପେସା ଭାବେ ଆପଣାଇଥିଲେ। ଏବେ ଭୁବନେଶ୍ୱରରୁ ପ୍ରକାଶିତ ‘ଦ କମନ ଟାଇମ୍ସ’ ଇଂରାଜୀ ଖବରକାଗଜର ସମ୍ପାଦକ ଭାବରେ କାର୍ଯ୍ୟ କରୁଥିଲେ ସତ୍ୟଜିତ। ଏହା ପୂର୍ବରୁ ସେ 92.7 ବିଗ୍ ଏଫଏମ ଓ ତରଙ୍ଗ ଟିଭିର ପ୍ରୋଗ୍ରାମିଂ ମୁଖ୍ୟ ଥିଲେ। ତାଙ୍କ ସମୟରେ 92.7 ବିଗ୍ ଏଫଏମ ବେଶ୍ ଲୋକପ୍ରିୟ ହୋଇପାରିଥିଲା।
ତରଙ୍ଗ ଟିଭିରେ ଅନେକ ପ୍ରୋଗ୍ରାମର ସୂତ୍ରଧର ଥିଲେ ସତ୍ୟଜିତ। ଏହା ପୂର୍ବରୁ ଓଟିଭିରେ ପ୍ରୋଗ୍ରାମ ପ୍ରଡ୍ୟୁସର ଭାବେ କାମ କରିଥିଲେ। ଓଟିଭିରେ ପ୍ରସାରିତ ହେଉଥିବା ‘ଦ ଗ୍ରେଟ୍ ଓଡିଶା ପଲିଟିକାଲ ସର୍କସର’ ପ୍ରଡ୍ୟୁସର ଭାବରେ ତାଙ୍କର ସୁଖ୍ୟାତି ରହିଥିଲା। ୨୦୦୮ରୁ ୨୦୧୫ ଯାଏ ସେ ଏହି ଲୋକପ୍ରିୟ କାର୍ଯ୍ୟକ୍ରମର ପ୍ରଯୋଜକ ଥିଲେ। ପ୍ରାୟ ଦୁଇ ଦଶନ୍ଧି ଧରି ସାମ୍ବାଦିକତା କରିଥିବା ସତ୍ୟଜିତ ପ୍ରୋଗ୍ରାମିଂ କ୍ଷେତ୍ରରେ ତାଙ୍କର ନୂଆ ନୂଆ ଚିନ୍ତାଧାରା ପାଇଁ ବେଶ ପରିଚିତ ଥିଲେ। ଓଟିଭି ପୂର୍ବରୁ ଇଟିଭିରେ ମଧ୍ୟ ସେ ଆସିଷ୍ଟାଣ୍ଟ ପ୍ରଡ୍ୟୁସର ଭାବରେ କିଛି ବର୍ଷ କାମ କରିଥିଲେ।

ଗତ କିଛି ମାସ ତଳେ ସତ୍ୟଜିତ ଓ ତାଙ୍କ ପତ୍ନୀ ଭୁବନେଶ୍ୱରରେ କରୋନା ଟିକାର ଦୁଇଟି ଯାକ ଡୋଜ ନେଇଥିଲେ। ତେବେ ଉଭୟ ମାସେ ତଳେ କରୋନା ସଂକ୍ରମିତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ତାଙ୍କ ସ୍ତ୍ରୀ କୋଭିଡରୁ ସୁସ୍ଥ ହୋଇ ଡାକ୍ତରଖାନାରୁ ଘରକୁ ଫେରିଥିଲେ। ମାତ୍ର ସତ୍ୟଜିତଙ୍କ ସ୍ୱାସ୍ଥ୍ୟରେ ଅବନତି ହେବାରୁ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ସତ୍ୟଜିତଙ୍କ ଫୁସଫୁସ ଅଧିକ ଆକ୍ରାନ୍ତ ହୋଇଥିବାରୁ ପରେ ତାଙ୍କୁ ଭେଣ୍ଟିଲେଟରରେ ରଖି ଚିକିତ୍ସା କରାଯାଉଥିଲା। ତେବେ ଡାକ୍ତର ନର୍ସଙ୍କ ସମସ୍ତ ଚେଷ୍ଟା ଆଜି ବିଫଳ ହୋଇଥିଲା। ସତ୍ୟଜିତଙ୍କ ଦେହାନ୍ତରେ ସାମ୍ବାଦିକ ଜଗତ ଓ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି।

Click to comment

Leave a Reply

Your email address will not be published. Required fields are marked *

Most Popular

To Top