Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ତିନି ଦୁଷ୍କର୍ମକାରୀଙ୍କୁ ୨୫ ବର୍ଷ ଜେଲ୍‌

ସୁନ୍ଦରଗଡ଼ (ଓଡ଼ିଶା ୱେୟାର): ୨୦୧୫ ମସିହାରେ ଘଟିଥିବା ନାବାଳିକା ଗଣଦୁଷ୍କର୍ମ ମାମଲାରେ ଆଜି ରାୟ ପ୍ରକାଶ ପାଇଛି। ତିନି ଦୁଷ୍କର୍ମକାରୀଙ୍କୁ ସୁନ୍ଦରଗଡ଼ ଜିଲ୍ଲା ପୋକ୍ସୋ କୋର୍ଟ ଦୋଷୀ ସାବ୍ୟସ୍ତ କରିଛନ୍ତି। ସାକ୍ଷଙ୍କ ଜମାନବନ୍ଦୀ ଓ ପ୍ରମାଣ ଆଧାରରେ କୋର୍ଟ ତିନି ଦୋଷୀଙ୍କୁ ୨୫ ବର୍ଷ ଲେଖାଏଁ ଜେଲ୍‌ ଦଣ୍ଡାଦେଶ ସହ ଜରିମାନା କରିଛନ୍ତି।

୨୦୧୫ ମସିହା ମେ’ ମାସ ସନ୍ଧ୍ୟା ପାଖାପାଖି ସାଢ଼େ ୬ ଟା ହେବ। ନାବାଳିକା ଓ ତାଙ୍କ ସାଥୀ ଗଡ଼ିଆଝୋଲି ରାସ୍ତାର ଏକ ବ୍ରିଜ୍‌ ଉପରେ ବସିଥିଲେ। ଠିକ୍‌ ଏହି ସମୟରେ ୩ ଜଣ ଯୁବକ ସେଠାରେ ପହଞ୍ଚି ନାବାଳିକାଙ୍କୁ ଧମକ ଚମକ ଦେଇଥିଲେ। ତୁମେମାନେ ଏଠି କାହିଁକି ବସିଛ ବୋଲି କହିଥିଲେ? ଏହା ପରେ ୩ ଯୁବକ ନାବାଳିକାଙ୍କ ସହିତ ଯାଇଥିବା ତାଙ୍କ ବନ୍ଧୁଙ୍କୁ କାବୁ କରି ନେଇଥିଲେ। ତା’ପରେ ନାବାଳିକାକୁ ଜଣେ ପରେ ଜଣେ ତିନି ଜଣ ଦୁଷ୍କର୍ମ କରିଥିଲେ।
ଏନେଇ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ଶିବୁ କୁମାର ଓରାମ, ଗଣେଶ ସାନ୍ଦିଲ ଓ ଅଜିତ କୁମାର ପଣ୍ଡାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଆଜି ଏହି ମାମଲାର ରାୟ ପ୍ରକାଶ ପାଇଛି। ସୁନ୍ଦରଗଡ଼ ଜିଲ୍ଲା ପୋକ୍ସୋ କୋର୍ଟ ସମସ୍ତ ସାକ୍ଷଙ୍କ ଜମାନବନ୍ଦୀ ଓ ପ୍ରମାଣ ଆଧାରରେ ଆଜି ମାମଲାର ରାୟ ଶୁଣାଇଛନ୍ତି। ୩ ଅଭିଯୁକ୍ତଙ୍କୁ ୨୫ ବର୍ଷ ଲେଖାଏଁ ସଶ୍ରମ କାରଦଣ୍ଡା ଦେଶ ସହ ୧୦ ହଜାର ଲେଖାଏଁ ଜରିମାନା ନିର୍ଦ୍ଦେଶ ଦେଇଛନ୍ତି। ଜରିମାନା ଅନାଦେୟ ହେଲେ ଅଧିକ ବର୍ଷେ ଜେଲଦଣ୍ଡାଦେଶ ଭୋଗିବାକୁ ପଡ଼ିଛି। ଏଥିସହ ପୀଡିତାଙ୍କୁ ୭ ଲକ୍ଷ ଟଙ୍କା ପ୍ରଦାନ ପାଇଁ ଜିଲ୍ଲା ଆଇନ୍‌ ସେବା ପ୍ରାଧିକରଣକୁ ନିର୍ଦ୍ଦେଶ ଦେଇଛନ୍ତି ସୁନ୍ଦରଗଡ଼ ଜିଲ୍ଲା ପୋକ୍ସୋ କୋର୍ଟ।

ସୋମବାର ୨୦୧୪ ମସିହାରେ ଘଟିଥିବା ଗଣଦୁଷ୍କର୍ମ ମାମଲାରେ ରାୟ ପ୍ରକାଶ ପାଇଥିଲା। ସୁନ୍ଦରଗଡ ସ୍ଵତନ୍ତ୍ର ପୋକ୍ସ କୋର୍ଟ ମାମଲାକୁ ବିଚାର କରି ଦୁଇ ଅଭିଯୁକ୍ତଙ୍କୁ ୨୫ ବର୍ଷ ଲେଖାଏଁ ଜେଲ୍‌ ଦଣ୍ଡାଦେଶ ସହିତ ୧୦ ହଜାର ଟଙ୍କା ଲେଖାଏଁ ଜରିମାନା କରିଛନ୍ତି। ଜରିମାନା ଅର୍ଥ ଅନାଦେୟ ହେଲେ ଅଧିକ ବର୍ଷେ ଜେଲ୍‌ ଦଣ୍ଡ ଭୋଗିବାକୁ ପଡ଼ିବ ବୋଲି କୋର୍ଟ ରାୟରେ ଶୁଣାଇଛନ୍ତି।

Click to comment

Leave a Reply

Your email address will not be published. Required fields are marked *

Most Popular

To Top