Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
ରାଜ୍ୟ

ବନ୍ଦେ ଉତ୍କଳ ଜନନୀକୁ ପ୍ରଦେଶ ସଂଗୀତ କରିବା ଦାବି

ଭୁବନେଶ୍ୱର : କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଏଇ କାଳଜୟୀ ସଂଗୀତକୁ ରାଜ୍ୟ ସଂଗୀତର ମାନ୍ୟତା ମିଳି ନାହିଁ । ବିଧାନସଭା ହେଉ କି ରାଜ୍ୟ ଉତ୍ସବ ,ସବୁଠି ବନ୍ଦେ ଉତ୍କଳ ଜନନୀ ଗୀତ ବୋଲାଯାଇଥାଏ। କିନ୍ତୁ ଆଜି ଯାଏ ରାଜ୍ୟ ସଂଗୀତ ମାନ୍ୟତା ପାଇ ପାରିଲା ନାହିଁ।
ହକିକୁ ଜାତୀୟ ଖେଳର ମାନ୍ୟତା ଦେବାକୁ ମୁଖ୍ୟମନ୍ତ୍ରୀ ଦାବି କରୁଛନ୍ତି, ବିଜେପି ବନ୍ଦେ ଉତ୍କଳ ଜନନୀକୁ ପ୍ରଦେଶ ସଂଗୀତ କରିବା ଦାବି ।। ୨୦୦୩ ମସିହାରୁ ବନ୍ଦେ ଉତ୍କଳ ଜନନୀକୁ ପ୍ରଦେଶ ସଂଗୀତ କରିବା ପାଇଁ ବିଭିନ୍ନ ବୈଠକ ବସି ଆସୁଛି କିନ୍ତୁ କୌଣସି ସୁଫଳ ମିଳି ପାରୁନାହିଁ । ପ୍ରଦେଶ ସଂଗୀତ ଘୋଷଣା କରିବା ରାଜ୍ୟ ସରକାରଙ୍କ ହାତରେ ରହିଛି କିନ୍ତୁ ଗୋଟିଏ ଗେଜେଟ୍ ନୋଟିଫିହେଲେ ବନ୍ଦେ ଉତ୍କଳ ଜନନୀକୁ ରାଜ୍ୟ ସଂଗୀତର ମାନ୍ୟତା ଦେବା ଦିଗରେ କିଛି ବି ପଦକ୍ଷେପ ନେଉ ନାହାଁନ୍ତି। ଏହାର ପ୍ରତିବାଦରେ ରାଜଧାନୀରେ ରାଜରାସ୍ତାକୁ ଓହ୍ଲାଇଛି ଆମେ ଓଡ଼ିଆ ଅନୁଷ୍ଠାନ। ଏନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛି ରାଜ୍ୟ କେସନ ପ୍ରକାଶ କରିବାକୁ ସକ୍ଷମ ହୋଇପାରିନାହିଁ ବୋଲି କହିଛନ୍ତି ବିଜେପି ମୁଖପାତ୍ର ଗୋଲକ ମହାପାତ୍ର । ଅନ୍ୟପଟେ ରାଜ୍ୟ ବିଧାନସଭାରେ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ କମିଟି ଗଠିତ ହୋଇ ଏନେଇ ସୁପାରିଶ କରାଯାଇଛି ବୋଲି ବିଜେଡି ମୁଖପାତ୍ର ଅମର ଶତପଥୀ କହିଛନ୍ତି । ଉତ୍କଳ ସମ୍ମିଳନୀ ଭଳି ବହୁ ଅନୁଷ୍ଠାନର ଦାବି ପରେ ୨୧ ଡିସେମ୍ବର ୧୯୯୪ ମସିହାରେ ବିଧାନସଭାରେ ପ୍ରଥମ ଥର ପାଇଁ ଏଇ ସଂଗୀତ ବୋଲା ଯାଇଥିଲା। ଏହା ପରେ ଏହି ସଂଗୀତକୁ ରାଜ୍ୟ ସଂଗୀତ ମାନ୍ୟତା ଦେବାକୁ ବିଧିବଦ୍ଧ ଭାବେ ଉଦ୍ୟମ ମଧ୍ୟ ଆରମ୍ଭ ହୋଇଥିଲା। ୨୦୦୨ ମସିହାରେ ତତ୍କାଳୀନ ବାଚସ୍ପତି ଶରତ କରଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ବସିଥିଲା। ଏଥିରେ ଏହି ସଂଗୀତ ଗାନର ଅବଧି ମଧ୍ୟ ସ୍ଥିର କରାଯାଇଥିଲା। ଏହା ପରେ ପୁଣି ୨୦୦୬ରେ ତତ୍କାଳୀନ ବାଚସ୍ପତି ମହେଶ୍ୱର ମହାନ୍ତିଙ୍କ ଅଧ୍ୟକ୍ଷତାରେ ବୈଠକ ବସି ବନ୍ଦେ ଉତ୍କଳ ଜନନୀ ସଂଗୀତର ପ୍ରଥମ, ଚତୁର୍ଥ ଓ ଷଷ୍ଠ ପଦକୁ ରାଜ୍ୟ ସଂଗୀତ ଭାବେ ଗ୍ରହଣ କରାଯିବାକୁ ନିଷ୍ପତ୍ତି ହୋଇଥିଲା। ହେଲେ ସେବେଠୁ ନିଷ୍ପତ୍ତି ଯେମିତି ଶୀତଳଭଣ୍ଡାରରେ ପଡ଼ିରହିଛି।

Click to comment

Leave a Reply

Your email address will not be published. Required fields are marked *

Most Popular

To Top